ଗାନ୍ଧୀଜୟନ୍ତୀ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ : ୩୧ ୟୁନିଟ୍ ରକ୍ତ ସଂଗୃହିତ


ନୟାଗଡ଼, ୦୨/୧୦: ଗାନ୍ଧୀ ଜୟନ୍ତୀ ଅବସରରେ ଇଟାମାଟିର ‘Give Blood Save Life’ ଓ ଜ୍ଞାନଦୀପ ବିଦ୍ୟାମନ୍ଦିର ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଶିବିରରୁ ମୋଟ ୩୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।


ନୟାଗଡ଼ ବ୍ଲଡ୍ ବ୍ୟାଙ୍କର ସହଯୋଗରେ ଆୟୋଜିତ ଏହି ଶିବିରରେ ଇଟାମାଟି ଅଞ୍ଚଳର ବହୁ ସ୍ୱେଚ୍ଛାସେବୀ ରକ୍ତଦାତା ଓ ସମାଜସେବୀ ଯୋଗଦେଇ ରକ୍ତଦାନ କରିଥିଲେ।

Advertisement


ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବି.ଏସ୍. ରାଓ ଶିବିରରେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଇଟାମାଟି କଲେଜର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ ରକ୍ତଦାନକୁ ଏକ ମହତ୍ ଦାନ ଭାବେ ବର୍ଣ୍ଣନା କରି ସମସ୍ତଙ୍କୁ ନିୟମିତ ରକ୍ତଦାନ ପାଇଁ ପ୍ରେରିତ କରିଥିଲେ।
ଶିବିର ଆୟୋଜନରେ ଜ୍ଞାନଦୀପ ବିଦ୍ୟାମନ୍ଦିରର ଅଧ୍ୟକ୍ଷା ପୁଷ୍ପଲତା ମିଶ୍ର ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।


ଏହି ଅବସରରେ ଗତିଶ୍ୱର ସ୍ନାତକ ମହାବିଦ୍ୟାଳୟର ଯୁବ ରେଡ୍ କ୍ରସ୍ ସଂଯୋଜକ ଡାକ୍ଟର ସୁଶାନ୍ତ କୁମାର ମାଝୀ, ଦୀପକ ଦଳବେହେରା, ସମାଜସେବୀ ଦାମୋଦର ସାହୁ, ଯୋଗଗୁରୁ ପ୍ରଦୀପ୍ତ କୁମାର ସାହୁ, ଶିକ୍ଷକ ପ୍ରସନ୍ନ ମିଶ୍ର, ସୁଶାନ୍ତ ରାୟ, ବବୁଲ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
‘Give Blood Save Life’ର ସଭାପତି ଭାଗିରଥୀ ବାଇ ଶିବିରକୁ ସଫଳ କରିବାରେ ସହଯୋଗ କରିଥିବା ଜ୍ଞାନଦୀପ ବିଦ୍ୟାମନ୍ଦିରର ଅଧ୍ୟକ୍ଷା, ଶିକ୍ଷକ-ଶିକ୍ଷୟିତ୍ରୀ, ରକ୍ତଦାତା, ଅତିଥିବୃନ୍ଦ ଏବଂ ‘Give Blood Save Life’ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *