ବରୁଣେଇ KT ଗ୍ଲୋବାଲ ସ୍କୁଲରେ ଛାତ୍ରଙ୍କୁ ଆକ୍ରମଣ ଅଭିଯୋଗ


୮ ଛାତ୍ରଙ୍କୁ ରେଷ୍ଟିକେଟ୍ ପାଇଁ ସୁପାରିଶ ସୂଚନା ଥାନାରେ ଏତଲା


ଖୋର୍ଦ୍ଧା :- ବରୁଣେଇସ୍ଥିତ KT ଗ୍ଲୋବାଲ ସ୍କୁଲରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ +୨ ଶ୍ରେଣୀର କିଛି ଛାତ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆହତ ଛାତ୍ରଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି।
ଘଟଣାକୁ ନେଇ ପରିବାର ପକ୍ଷରୁ ଶିଳ୍ପାଞ୍ଚଳ ଥାନାରେ ଏତଲା ଦିଆଯାଇଛି। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏପଟେ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ଆସିଥିବା ୮ ଜଣ ଛାତ୍ରଙ୍କୁ ବିଦ୍ୟାଳୟରୁ ରେଷ୍ଟିକେଟ୍ କରିବା ପାଇଁ ସୁପାରିଶ କରାଯାଇଥିବା ସୂଚନା ମିଳିଛି।

Advertisement


ଘଟଣାଟି ରାଗିଂ ସହ ଜଡିତ କି ନାହିଁ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣାର CCTV ଦୃଶ୍ୟ ମଧ୍ୟ ତଦନ୍ତରେ ସହାୟକ ହୋଇପାରେ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଅଭିଭାବକ ମହଲରେ ଚିନ୍ତା ପ୍ରକାଶ ପାଇଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *