ଧାନରେ ୪ ଇଞ୍ଚର ନନ୍ଦିଘୋଷ ଗଢ଼ିଲେ ଶୁଭ୍ରାଂଶୁ


ଖୋର୍ଦ୍ଧା(,୧୫/୭) : -ଶ୍ରୀଜଗନ୍ନାଥଙ୍କ ପ୍ରତି ଅଗାଧ ଭକ୍ତି ଓ ସୃଜନଶୀଳ ପ୍ରତିଭାର ଏକ ନିଆରା ନିଦର୍ଶନ ସୃଷ୍ଟି କରିଛନ୍ତି ସହରର ପଲଟନ ପଡ଼ିଆ ଅଂଚଳର ଯୁବକ ଶୁଭ୍ରାଂଶୁ ରଞ୍ଜନ ସାହୁ। ସମ୍ପୂର୍ଣ୍ଣ  ଧାନ ଦାନା ବ୍ୟବ‌ହାର କରି ସେ ମାତ୍ର ୪ ଲଞ୍ଚ ଉଚ୍ଚତା  ବିଶିଷ୍ଟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିର୍ମାଣ କରି କରିଛନ୍ତି | କ୍ଷୁଦ୍ର ଆକାରର ଏହି ରଥରେ ମହାପ୍ରଭୁଙ୍କୁ ସେ ଭକ୍ତିଭାବର ସହ ରଥ ରେ ବିଜେ କରାଇ ରଥଯାତ୍ରାର ପରମ୍ପରାକୁ ପ୍ରତୀକାତ୍ମକ ଭାବେ ପାଳନ କରିଛନ୍ତି ।

Advertisement

ଏହି ସୂକ୍ଷ୍ମ କଳାକୃତି କରିବା ପାଇଁ ସେ ଲଗାତାର ୭ ଦିନ ପରିଶ୍ରମ  କରି ଏହି ପ୍ରତୀକାମୂକ ରଥ ପ୍ରସ୍ତୁତ କରିଛନ୍ତି।ପ୍ରତ୍ୟେକ ଧାନ ଦାନାକୁ ସଜାଇ ରଥର କୃତି ଦେବା ସହ ଚକ, ଗଠନ ଓ ସୌନ୍ଦର୍ଯ୍ୟକୁ ଅକ୍ଷୁଣ୍ଣ ରଖୁବା ପାଇଁ ସେ ଅତ୍ୟନ୍ତ ଧୈର୍ଯ୍ୟ ଓ ନିଷ୍କାର ସହ କାମ କରିଥିଲେ।ରଥର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ଏହା ଧାନରେ ନିର୍ମିତ ବୋଲି ବିଶ୍ବାସ କରିବା ମଧ୍ୟ କଷ୍ଟକର ବୋଲି ଦର୍ଶକମାନେ ପ୍ରକାଶ କରୁଛନ୍ତି।ଶୁଭ୍ରାଂଶୁ ହେଉଛନ୍ତି ଦିପ୍ତରଞ୍ଜନ ସାହୁଙ୍କ ପୁତ୍ର  ସେ ଏବେ ଯୁକ୍ତ ୩ର ଛାତ୍ର ଓ ତାଙ୍କର ଘର ଖୋର୍ଦ୍ଧା ପଲଟନ ପଡିଆ ଅଞ୍ଚଳ ରେ ଅବସ୍ଥିତ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *