କାର୍ଯ୍ୟ ରେ କିପରି ରହିବ ତଦାରଖ କରୁଥୁବା ଯନ୍ତ୍ରୀଙ୍କ ଭୂମିକା : ଏ ନେଇ ସନ୍ଦିହାନ ରେ ଅଂଚଳ ବାସି
ଖୋର୍ଦ୍ଧା , 6/7: – ବୋଲଗଡ ବ୍ଲକ ରେ ସରକାର ଙ୍କ ବିକାଶ ଶ ମୂଳକ କାର୍ଯ୍ୟ ପାଇଁ ଗ୍ରାମ୍ୟ ଉର୍ନ୍ନୟନ ବିଭାଗ ଦ୍ୱାରା ହୋଇଥିବା ଟେଣ୍ଡର ପ୍ରକ୍ରିୟା ରେ 30%ଲେସ ରେ କାର୍ଯ୍ୟ ସମ୍ପାଦନ କରିବାକୁ ଟେଣ୍ଡର ପକାଇ ଥିବାର ଦେଖୁବାକୁ ମିଳିଛି।

ଏହି ଅଂଚଳ ଏକ ଅନୁର୍ଣ୍ଣତ ଅଞ୍ଚଳ ଭାବେ ଜଣା ଶୁଣା। ଏଠି ଅଧୂକାଂଶ ଶିକ୍ଷିତ ବେକାର ଯୁବକ ବ୍ୟବସାୟ ରୂପେ ଠିକାଦାରୀ କୁ ଆପଣେଇଛନ୍ତି ନିଜର ଜୀବନ ଜୀବିକା ଓ ପରିବାର ପ୍ରତିପୋଷ ପାଷଣ ପାଈଁ । ବୋଲଗଡ ଅଧୂବାସୀ ଙ୍କ ସୁବିଧା ଏବଂ ଉନ୍ନତ ମାନ ର କାର୍ଯ୍ୟ ପାଇଁ ବୋଲଗଡ ର ଲାଇସେନ୍ସ ପ୍ରାପ୍ତ ଠିକାଦାର ମାନେ ସଙ୍ଘବଧ ଭାବେ ରହି ଓ ଠିକାଦାରୀ କରି କାର୍ଯ୍ୟ ର ଗୁଣାତ୍ମକ ଏବଂ ପରିମାଣତ୍ମକ ମାନ ଭଲ ହେବାର ଚେଷ୍ଟା ଚଳେଇ ଆସିଛନ୍ତି। ସରକାର ଙ୍କ ନିର୍ଦ୍ଧାରିତ ଦର ରେ କାର୍ଯ୍ୟ କରି ଅଞ୍ଚଳ ର ଉର୍ନତି ସହ ନିଜେ ଅର୍ଥନୈତିକ ସ୍ୱାବଲମ୍ବୀ ହେବାକୁ ଚେଷ୍ଟା କରିଥିବା ବେଳେ ଜିଲ୍ଲା ବାହାର ଓ ନିଜ ଅଂଚଳ ର କିଛି ଅସାଧୁ ଠିକାଦାର 30%ଲେସ ରେ କାର୍ଯ୍ୟ ସମ୍ପାଦନ ପାଇଁ ଟେଣ୍ଡର ପକାଇଛନ୍ତି ।

ସରକାର ଙ୍କ ନିରୂପିତ ପରିମାଣ ର 30%ଲେସ ରେ କାର୍ଯ୍ୟ ହେଲେ କାର୍ଯ୍ୟ ର ଗୁଣବତ୍ତା,, ପରିମାଣତ୍ମକ ମାନ ରେ ନିଶ୍ଚିତ ଭାବରେ କମି ହେବ,ୟେ ସମ୍ଭାବନା କୁ ଏଡେଇ ଦିଆ ଯାଇ ନପାରେ ବୋଲି ଚାରିଆଡେ ଚର୍ଚ୍ଚା ହେଉଛି। ଏଣୁ ଏହାକୁ ବିଚାର କୁ ନେଇ ଜନସାଧାରଣ ଙ୍କ ବୃହତ ସ୍ୱାର୍ଥ ଦୃଷ୍ଟି ରୁ ଉନ୍ନତ ମାନ ର କାର୍ଯ୍ୟ ସମ୍ପାଦନ ପାଇଁ ଆଉ ଥରେ ଟେଣ୍ଡର କରିବାକୁ ଠିକାଦାର ସଂଘ, ବୁଦ୍ଧିଜୀବୀ ତଥା ଜନସାଧାରଣ ରେ ଦାବି ହେଉଥିବାର ଚର୍ଚ୍ଚା ହେଉଛି। ଏଥି ସହ କିଛି ଠିକାଦାର କାମ ଗୁଡିକୁ ସରକାର ଙ୍କ ନିର୍ଦ୍ଧାରିତ ଦର ରେ ପକାଇବାକୁ ନିବେଦନ କରିଛନ୍ତି ବାହାର ଅଞ୍ଚଳ ଓ ନିଜ ଅଂଚଳ ର କିଛି ଅସାଧୁ ଠିକାଦାର ଭାଇ ଭଉଣୀ ମାନଙ୍କୁ।
ଏଭଳି ହେଲେ ସରକାର ଙ୍କ ବିକାଶ ମୂଳକ କାର୍ଯ୍ୟ କେବଳ ନାମକୁ ମାତ୍ର ହେବ ସତ ବିକାଶ ର ସତ୍ତା ରହିବ ନାହିଁ ବୋଲି ଜନସାଧାରଣ ତଥା ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି।ଏହା ଉପରେ ଜ଼ିଲ୍ଲା ପ୍ରଶାସନ, ଜନ ପ୍ରତିନିଧି ଓ ଗ୍ରାମ୍ୟ ଉର୍ନ୍ନୟନ ବିଭାଗ ର ବିଭାଗୀୟ କର୍ତ୍ତ୍ତୃପକ୍ଷ ଧ୍ୟାନ ଦେଇ କାର୍ଯ୍ୟ ର ଗୁଣବତ୍ତା ରକ୍ଷା ପାଈଁ ଏହି ଟେଂଡର କୁ ରଦ୍ଦ କରି ଆଉ ଥରେ ଟେଣ୍ଡର କରିବାକୁ ଜନ ସାଧାରଣ ରେ ଦାବି ହେଉଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
