ବେଗୁନିଆ: – (ଶୁଭ ଖବର) ବେଗୁନିଆ ବ୍ଲକ ଅନ୍ତର୍ଗତ କୁଶପଲା ଗ୍ରାମ ସ୍ଥିତ ଶୀତଳ ଷଷ୍ଠୀ ମହୋତ୍ସବ ବିଶ୍ୱାସର ତୃତୀୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକର୍ଷିତ କରିଛି। ଏଥିରେ ଗ୍ରାମ୍ୟ କମିଟି ସଭାପତି ମହମ୍ମଦ ମୋହିଉଦ୍ଦିନ ଅହମ୍ମଦଙ୍କ ଅଧ୍ୟକ୍ଷତା ଓ ଶିକ୍ଷକ ସୁଧାକର ସେଠୀଙ୍କ ସଂଯୋଜନାରେ ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ଵାଳ ମୁଖ୍ୟ ଅତିଥି, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟବକ୍ତା,
ସାଂସଦ ପ୍ରାର୍ଥି ୟାସିର ନୱାଜ ଓ ପିସିସି ସଦସ୍ୟ ମହମ୍ମଦ ଇଞ୍ଜାମାମ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହୋତ୍ସବ ପରମ୍ପରାକୁ ଉଜ୍ଜୀବିତ କରିବାକୁ ସହାୟକ ହୋଇଥାଏ ବୋଲି ମତ ପ୍ରକାଶ କରିଥିଲେ । ସଭାର ପ୍ରାରମ୍ଭରେ ସମ୍ପାଦକ ଲଡୁ କିଶୋର ପଟ୍ଟନାୟକ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ।ଏତଦ୍ ବ୍ୟତୀତ ଦ୍ଵିତୀୟ ସନ୍ଧ୍ୟାରେ ବିଶ୍ୱାସ ର ସମ୍ପାଦକ ସୁନିଲ କୁମାର ପଟ୍ଟନାୟକ ମୁଖ୍ୟଅତିଥି,ଡ଼ଃ ଅମରେନ୍ଦ୍ର ମହାପାତ୍ର ମୁଖ୍ୟବକ୍ତା,ଗ୍ରାମ୍ୟ କମିଟି ସମ୍ପାଦକ ଲଡୁ କିଶୋର ପଟ୍ଟନାୟକ, ସହ ସମ୍ପାଦକ ଅଜମତ ଖାଁ,ଉପସଭାପତି ଧିରଞ୍ଜନ ପାତ୍ର, ଅବଦୁଲ ଦୟାନ ଖାଁ, ମୁସଲିମ ସାହି ସଭାପତି ସେଖ ଜବାର, ତଳସାହି ସଭାପତି ରବୀନ୍ଦ୍ର ମହାପାତ୍ର, ସୁନ୍ଦରାସାହି ସଭାପତି ଶରତ ପାତ୍ର, ରାଉତ ସାହି ସଭାପତି ପବିତ୍ର ମୋହନ ପାତ୍ର, ଗୁଡ଼ିଆ ସାହି ସଭାପତି ଦାଶରଥି ସେନାପତି, ସିନେ ତାରକା ଦୁର୍ଗା ମାଧବ ପାତ୍ର ଓ ମୋନାଲିସା ଷଡ଼ଙ୍ଗୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ କଲା ସଂସ୍କୃତି ବିଭାଗ ପକ୍ଷରୁ ନୃତ୍ୟ ଗୀତ ପରିବେଷଣ ହୋଇ ମନୋରଞ୍ଜନର ଖୋରାକ ଯୋଗାଇ ଥିଲା।
Subha Khabar is now on Whatsapp
Join and get latest news update delivered to you via whatsapp
Join Now