ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ରେ ଟ୍ରିପଲ ଏ ର ସଫଳତା
ଖୋରଧା, (ଶୁଭ ଖବର ):- ସିବିଏସଇ ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳ ରେ ଖୋରଧା ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟ୍ରିପଲ ଏ ର ଛାତ୍ର ଛାତ୍ରୀ ମାନେ ଅଭୁତପୂର୍ବ ସଫଳତା ହାସଲ କରିଛନ୍ତି l ବିଦ୍ୟାଳୟ ର ପରୀକ୍ଷା ଫଳ ଶତ ପ୍ରତିଶତ ହୋଇଥିବା ବେଳେ ଶତକଡା ୩୧ ପ୍ରତିଶତ ଛାତ୍ର ଛାତ୍ରୀ ୯୦ ରୁ ଉର୍ଦ୍ଧ୍ବ ପ୍ରତିଶତ ନମ୍ବର ରଖିଛନ୍ତି l ବିଦ୍ୟାଳୟ ର ବିଜ୍ଞାନ ଵିଭାଗ ର ଛାତ୍ର ବିଶ୍ୱରଞ୍ଜନ ଜୁଝାରସିଂହ ଶତକଡା ୯୯ ପ୍ରତିଶତ ନମ୍ବର ରଖି ଓଡ଼ିଶା ଟପ୍ପର ହେବା ସହ ବାଣିଜ୍ୟ ଵିଭାଗ ରେ ଇପାରୀ ସୁମନ ପାତ୍ର ଶତକଡା ୯୪ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି।

ବିଶ୍ୱରଞ୍ଜନ ଜୁଝାର ସିଂହ ଖୋରଧା ଜିଲ୍ଲା ବେଗୁନିଆ ନିବାସୀ ରଘୁନାଥ ଜୁଝାରସିଂହ ଓ ରୀନା ରାଣୀ ଜୁଝାରସିଂହ ଙ୍କ ଏକମାତ୍ର ପୁତ୍ର ଅଟନ୍ତି l ନିକଟରେ ସେ ଜେ.ଇ. ମୁଖ୍ୟ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ଛାତ୍ର ଛାତ୍ରୀ ମାନଙ୍କ ଏହି ଅଭୁତପୂର୍ବ ସଫଳତା ଯୋଗୁଁ ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ପରିବେଶ ରେ ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ର ଅଧ୍ୟକ୍ଷା ଡ. ଦୀପ୍ତିମୟୀ ମହାନ୍ତି ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥଲେ l ବିଦ୍ୟାଳୟ ପକ୍ଷରୁ ବିଶ୍ୱରଞ୍ଜନ ଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ଅଧ୍ୟକ୍ଷା ଡ.ମହାନ୍ତି ଘୋଷଣା କରିଥିଲେ l

ଏହି ସମ୍ବର୍ଦ୍ଧନା ସଭା ରେ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ, ଅଭିଭାବିକା, ଗଣ ମାଧ୍ୟମ ପ୍ରତିନିଧି ତଥା ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ l
Subha Khabar is now on Whatsapp
Join and get latest news update delivered to you via whatsapp
Join Now
