ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ
ଖୋର୍ଦ୍ଧା, (24/04): – ପୌର ପରିଷଦ ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ଏବଂ ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ l ପ୍ରାରମ୍ଭରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ସଭାପତି, ଜିଲ୍ଲାପାଳ ଏବଂ ସମସ୍ତ ଅତିଥି ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ପରେ ଆଞ୍ଚଳିକ ଜାତୀୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା l ଅତିଥି ମାନଙ୍କୁ ଉତ୍ତରୀୟ ଏବଂ ଚାରା କୁଣ୍ଡ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ବଲାଙ୍ଗୀର ରୁ ରାଜ୍ୟସ୍ତରୀୟ ଜାତୀୟ ପଞ୍ଚାୟତି ରାଜ ଦିବସର ସିଧା ପ୍ରସାରଣ ପ୍ରଦର୍ଶିତ କରାଯାଇଥିଲା।

ନାରୀ ନେତୃତ୍ୱ, କର୍ତ୍ତବ୍ୟ ଓ ଦାୟିତ୍ୱରେ ଏକାଗ୍ରତା ପଞ୍ଚାୟତ ରାଜ ବ୍ୟବସ୍ଥାକୁ ସୁଦୃଢ କରିବ ବୋଲି ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନ ସିଂହ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା ଯୋଗଦେଇ କହିଲେ ପଂଚାୟତ ପ୍ରତିନିଧି ମାନେ ତ୍ୟାଗର ସହ କାର୍ଯ୍ୟ କରିବା ଦ୍ୱାରା ପଞ୍ଚାୟତିରାଜ ବ୍ୟବସ୍ଥା ସୁଦୃଢ଼ ହେଉଅଛି l ସେ ଆହୁରି ମଧ୍ୟ କହୁଛନ୍ତି ସରକାରୀ କର୍ମଚାରୀ ମାନେ ମଧ୍ୟ ଲୋକଙ୍କୁ ଓ ଜନପ୍ରତିନିଧି ଙ୍କୁ ବୁଝାଇ ଯୋଜନା ପ୍ରଣୟନରେ କର୍ତ୍ତବ୍ୟ ନିର୍ବାହ କଲେ ପଂଚାୟତ ରାଜ ବ୍ୟବସ୍ଥା ଆଗକୁ ଯିବ ଏବଂ ପଲ୍ଲୀ ରୁ ଦିଲ୍ଲୀ ବିକାଶ ହେବ ବୋଲି ଉଦବୋଧନ ରଖିଥିଲେ l
ସଭାପତି ଅଭିଭାଷଣରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ କହିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସମୟରେ ପଞ୍ଚାୟତିରାଜ ବ୍ୟବସ୍ଥା ବିଶେଷ ଭାବେ ପ୍ରତିଫଳନ ହୋଇଥିଲା।ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ କହିଲେ ପ୍ରତ୍ୟେକ ନାଗରିକ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱରେ ସଚେତନ ରହିଲେ ପଂଚାୟତ ରାଜ୍ ଅନୁଷ୍ଠାନ ବିକାଶରେ ମାଇଲ ଖୁଣ୍ଟ ସାଜିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ ଭାରତର ଆତ୍ମା ଗ୍ରାମରେ ଅଛି ଏଣୁ ଆମେ ସମସ୍ତେ ଏହି ପବିତ୍ର ଅନୁଷ୍ଠାନର ସମସ୍ତେ ସହଭାଗିତା ହୋଇ ରାଷ୍ର ବିକାଶରେ କାର୍ଯ୍ୟ କରିବାକୁ ବାର୍ତ୍ତା ଦେଇଥିଲେ l
ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ପଂଚାୟତ ସମିତି ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାମନ୍ତରାୟ, ଅଧ୍ୟକ୍ଷା ଶ୍ରୀମୟୀ ପ୍ରିୟଦର୍ଶିନୀ,ବିଧାୟକ, ଖୋର୍ଦ୍ଧା ଙ୍କ ପ୍ରତିନିଧି ନିକୁଞ୍ଜ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ।
ପରେ ଅନ୍ତଦ୍ୱୟ ଅନ୍ନ ଯୋଜନା ଶ୍ରେଷ୍ଠ କ ପୂର୍, ପଂଚାୟତ, ମନରେଗାରେ ବାଜପୁର ପଂଚାୟତ, ରାଜ୍ୟ ଅଂଶଧନ ପ୍ରକଳ୍ପ କାର୍ଯ୍ୟ କାରିତାରେ ନାଲିପଡା ଅର୍ଜୁନ ପୁର ପଂଚାୟତ, କେନ୍ଦ୍ର ଯୋଜନା ଅଂଶ ଧନ କାର୍ଯ୍ୟ କାରିତାରେ ଗୋଳାବାଇ ପଂଚାୟତ କୁ ମୁଖ୍ୟ ଅତିଥି ଓ ଜିଲ୍ଲାପାଳ ପୁରସ୍କୃତ କରିଥିଲେ l ସେହିପରି ଅନ୍ତଦ୍ଵୟ ଗୃହ ଯୋଜନାରେ ଚୟନିତ ହିତାଧିକାରୀ ଲକ୍ଷ୍ମୀପ୍ରିୟା ଭୂଜବଳ କ ପୁର ପଂଚାୟତ, ମିନତି ସାହୁ, ଟାଙ୍ଗିଆ ପଡ଼ା ପଂଚାୟତ, ପ୍ରଭାତୀ ଦାସ,ବାଜପୁର ପଂଚାୟତ, ନିର୍ମଳା ସାହୁ ବଡ଼ ସାହି ପଂଚାୟତ ଙ୍କୁ ସହାୟତା ପ୍ରଥମ କିସ୍ତି ରାଶି ମୁଖ୍ୟ ଅତିଥି ପ୍ରଦାନ କରିଥିଲେ l ଏଥିସହ ବିଭିନ୍ନ ବ୍ଲକର ହିତାଧିକାରୀ, ସର୍ବାଧିକ ବ୍ୟାଙ୍କ୍ ଲିଙ୍କେଜ୍ ବ୍ଲକ୍, ବ୍ୟାଙ୍କ୍ ,ଏବଂ ଶ୍ରମ ଭିତ୍ତିକ ଯୋଜନା ମହାତ୍ମା ଗାନ୍ଧୀ ଗ୍ରାମୀଣ ଯୋଜନା ଶ୍ରେଷ୍ଠତା ପ୍ରତିପାଦନ ପାଇଁ ଖୋର୍ଦ୍ଧା ବ୍ଲକ ପ୍ରଥମ ସ୍ଥାନ, ଜଟଣୀ ବ୍ଲକ୍ ଦ୍ୱିତୀୟ ସ୍ଥାନ ଏବଂ ବାଣପୁର ବ୍ଲକ୍ ତୃତୀୟ ସ୍ଥାନ ରଖିଥିବାରୁ ପୁରସ୍କୃତ କରାଯାଇଥିଲା l
ଶେଷରେ ଖୋର୍ଦ୍ଧା ବ୍ଲକ ଉନ୍ନୟନ ଅଧିକାରୀ ଧନ୍ୟବାଦ ପ୍ରଦାନ କରିଥିଲେ l ଦିବସରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ୱାର୍ଡ ସଭ୍ୟ/ସଭ୍ୟା, ଅଙ୍ଗନୱାଡ଼ି କର୍ମୀ,ସ୍ଵଂ ସହାୟିକା ଗୋଷ୍ଠୀ ପ୍ରମୁଖ ଯୋଗଦେଇଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
