ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହେଲେ ନିକୁଞ୍ଜ ପଟ୍ଟନାୟକ 


ଖୋରଧା-୧୦/୪- ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି l ଖୋରଧା ର ବରିଷ୍ଠ ବିଜେପି ନେତା ତଥା ବିଜେପି ର ଜଣେ ସକ୍ରୀୟ ସଦସ୍ୟ ନୀକୁଞ୍ଜ କିଶୋର ପଟ୍ଟନାୟକ ଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ର ଲହରି ଖେଳି ଯାଇଛି।

Advertisement

ଶ୍ରୀଯୁକ୍ତ ପଟ୍ଟନାୟକ ୧୯୭୫–୧୯୯୪ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ସକ୍ରୀୟ ସଦସ୍ୟ ଭାବରେ କାର୍ଯ୍ୟ କରିଥିବା ବେଳେ ୧୯୯୪ ମସିହା ରୁ ଆଜି ପର୍ଯ୍ୟନ୍ତ ବିଜେପି ପାଇଁ କାର୍ଯ୍ୟ କରୁଛନ୍ତି l ୨୦୨୪ ସାଧାରଣ ନିର୍ବାଚନ ସମୟ ରେ ଭୁବନେଶ୍ୱର ଲୋକସଭା ସାଂସଦ ଏବଂ ଖୋରଧା ବିଧାୟକ ଙ୍କ ନିର୍ବାଚନ ପ୍ରଚାର ର ଶ୍ରୀଯୁକ୍ତ ପଟ୍ଟନାୟକ ପ୍ରମୁଖ ଦାୟିତ୍ବ ତୁଲାଇଥିଲେ l ତାଙ୍କୁ ବିଜେପି ଦଳ ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଥିବାରୁ ସେ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ରଞ୍ଜନ ମହାନ୍ତି, ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ, ଖୋରଧା ବିଧାୟକ ପ୍ରଶାନ୍ତ ଜଗଦେବ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହେବାପରେ ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କ ନିକଟକୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିଛି l
ବିଜେପି ଦଳ କୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ପାଇଁ ସେ କାର୍ଯ୍ୟ କରିବେ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଛନ୍ତି l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *