ଖୋର୍ଦ୍ଧା,(୦୩/୦୨):- ବେଗୁନିଆ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ରେ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଯୋଜନା ମାଧ୍ୟମରେ ଖୋର୍ଦ୍ଧା ଉଦ୍ୟାନ କୃଷି ବିଭାଗ ଆନୁକୂଲ୍ୟରେ ବେଗୁନିଆ ଉଦ୍ୟାନ କୃଷି ବିଭାଗ ଦ୍ଵାରା ଏକ ବ୍ଲକସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ସହକାରୀ ଉଦ୍ୟାନ କୃଷି ଅଧିକାରୀ ଚିନ୍ମୟୀ କୁମାରୀ ସାହୁ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ବିଶିଷ୍ଟ ଅତିଥିଭାବେ ବିଡ଼ିଓ ସନ୍ତୋଷ କୁମାର ଜେନା, ମୁଖ୍ୟ ବକ୍ତା ଭାବେ ସଫଳ ଉଦ୍ୟୋଗୀ ପ୍ରଶିକ୍ଷକ ସନ୍ତୋଷ ମିଶ୍ର, ସମ୍ମାନିତ ଅତିଥି ଭାବେ ଏବିଡିଓ କଳ୍ପନା ସାସମଲ୍, ବିପିସି ଦିପ୍ତିମୟୀ ପ୍ରଧାନ, ଭାର।ପ୍ରପ୍ତ ବିପିମ୍ ରାକେଶ ପଟ୍ଟନାୟକ ଯୋଗଦେଇ ଉଦ୍ୟାନ କୃଷି ମାଧ୍ୟମରେ କେମିତି ଜଣେ ସଫଳ ଉଦ୍ୟୋଗୀ ହୋଇପାରିବ ସେ ସମ୍ବନ୍ଧରେ ବକ୍ତବ୍ୟ ରଖିବା ସହ ବିଭାଗ ଦ୍ଵାରା ବିଭିନ୍ନ ଯୋଜନା ଯଥା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କୃଷି ଉତ୍ପାଦ ଗୋଷ୍ଠୀ ସହଯୋଗ, ଫୁଲ ମିଶନ,ଛତୁ ମିଶନ ମାଧ୍ୟମରେ ଲାଭ ଉଠାଇ ଆତ୍ମ ନିର୍ଭରଶୀଳ ହୋଇପାରିବେ ସେ ସମ୍ବନ୍ଧୀୟ ବକ୍ତବ୍ୟ ପ୍ରଦାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ରେ ବେଗୁନିଆ ପଞ୍ଚାୟତ ସମିତି ର ବିଭିନ୍ନ ପଞ୍ଚାୟତ ରୁ କିଛି ମହିଳା ଉଦ୍ୟୋଗୀଙ୍କ ସହ ଶତାଧିକ ମହିଳା ଉପସ୍ଥିତ ଥିଲେ । ଆଗାମୀ ଦିନରେ ଉଦ୍ୟାନ କୃଷି ବିଭାଗରୁ ମିଳୁଥିବା ବିଭିନ୍ନ ସହାୟତା ପାଇଁ କୃଷକ ଓଡ଼ିଶା ଓ ଗୋ ସୁଗମ ପୋର୍ଟାଲ ରେ ପଞ୍ଜୀକୃତ ହୋଇ
ଆତ୍ମନିର୍ଭରଶିଳ ହେବେ ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଓଭରିଶିଅର ଉଲ୍ଲାସ ଦେଇ, ଆଶିଷ ଦଳବେହେରା ପ୍ରମୁଖ ସହଯୋଗ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now