ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପିଲାମାନଙ୍କର ସୃଜନଶୀଳତା ଉଦ୍ରେକ କରିବାରେ ସହାୟକ ହେବ : ବିଧାୟକ

ପୋଡ଼ାଡିହ ସରକାରୀ ଉଚ୍ଚ ବିଦ୍ୟାଳୟ ର  ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ଖୋର୍ଦ୍ଧା,(୨୯/୦୧):- ବେଗୁନିଆ ବ୍ଲକ ଅନ୍ତର୍ଗତ ପୋଡ଼ାଡିହ ସରକାରୀ ଉଚ୍ଚ ବିଦ୍ୟାଳୟ ର  ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

Advertisement

ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ରାଣୀ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ  ପ୍ରଦୀପ କୁମାର ସାହୁ, ମୁଖ୍ୟବକ୍ତା ଭାବେ ବିଦ୍ୟାଳୟ ପୋଷ୍ୟ କର୍ତ୍ତ୍ରୀ ବାଉରୀ ଶ୍ରୀଚନ୍ଦନ, ସମ୍ମାନିତ ଅତିଥି ଭାବେ ବେଗୁନିଆ ର ଭାରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ  କୈଳାସ ଚନ୍ଦ୍ର ସେଠୀ, ସରପଞ୍ଚ  ଲତା ସେଠୀ, SMC ଅଧ୍ୟକ୍ଷ  ଚନ୍ଦ୍ର ଶେଖର ସ୍ଵାଇଁ, ପଞ୍ଚ ସଖା ଶିକ୍ଷା ସେତୁ ସଭାପତି  ଭୁବନାନନ୍ଦ ମହାନ୍ତି, ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଦାଶରଥୀ ପ୍ରଧାନ ଆଦି ଯୋଗ ଦେଇ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପିଲାମାନଙ୍କର ସୃଜନଶୀଳତା ଉଦ୍ରେକ କରିବାରେ ସହାୟକ ହେବାସହ ସେମାନଙ୍କୁ ଭବିଷ୍ୟତ ରେ ପ୍ରତିଷ୍ଠିତ ହେବାରେ ସହାୟକ ହେବ ବୋଲି ମତ ପ୍ରକାଶ କରିଛନ୍ତି ।

ଶିକ୍ଷକ ପଠାଣୀ କୁମାର ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ଅତସୀ କୁସୁମ ପ୍ରଧାନ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ lପୂର୍ବରୁ ଆୟୋଜିତ 4 ଟି ବର୍ଗ ର 45 ଟି ବିଭାଗ ର ପ୍ରତିଯୋଗୀତା ରେ କୃତିତ୍ଵ ହାସଲ କରିଥିବା ପିଲାମାନ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l କ୍ଳଷ୍ଟର ଅନ୍ତର୍ଗତ ଅନ୍ୟ ବିଦ୍ୟାଳୟ ର ଶିକ୍ଷକ ମାନେ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଶିକ୍ଷକ ଭାବେ ଯୋଗ ଦେଇଥିଲେ l ବିଦ୍ୟାଳୟ ର ଶିକ୍ଷକ ସମୀର ଚିନରା ଓ ଶିକ୍ଷୟିତ୍ରୀ ସଂଗୀତା ପଣ୍ଡା ଙ୍କ ପ୍ରମୁଖ ସହଯୋଗ ସହ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ବିଦ୍ୟାଳୟ ର SMC ର ସଦସ୍ୟ /ସଦସ୍ୟା, PSS ସଦସ୍ୟ /ସଦସ୍ୟା ମାନେ ମଧ୍ୟ ସହଯୋଗ କରିଥିଲେ l ସର୍ବଶେଷରେ ବିଦ୍ୟାଳୟ ର ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *