ମୃତକ ଓ ପରିବାର କୁ ଭେଟି ଶାନ୍ତ୍ବନା ଦେବାସହ ଅନୁକମ୍ପା ରାଶି ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଲେ ବିଧାୟକ
୬୦ ହଜାର ରେଡକ୍ରସ ଓ ବନ ବିଭାଗ ପକ୍ଷ ରୁ ୧୦ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ର ମିଳିଲା ପ୍ରତିଶ୍ରୁତି
ଖୋର୍ଦ୍ଧା ,(୦୨/୧୨):- ବେଗୁନିଆ ଥାନା ଅନ୍ତର୍ଗତ ଭୂଆସୁଣୀପାଟଣା ଗାଁର ପ୍ରିୟବ୍ରତ ପରିଡା ସେ ଆଜି ସକାଳୁ ସାରୁଅ ନିକଟସ୍ଥ ଏକ କମ୍ପାନୀରୁ କାମସାରି ଫେରି ନିଜର ନିତ୍ୟକର୍ମ ପାଇଁ ପୋଖରୀ ଯାଉଥିବା ରାସ୍ତାରେ ପ୍ରବଳ କୁହୁଡିରେ ଏକ ଦନ୍ତାହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀଟି ଉକ୍ତ ଯୁବକଙ୍କୁ ଦଳି ଦେଇ ଥିବାରୁ ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି । କୁହୁଡି ଛାଡିବା ପରେ ଲୋକମାନେ ଦେଖିଥିବା ବେଳେ ଗାଁରେ ଚାପା ଉତ୍ତେଜନା ଦେଖା ଦେଇଛି ।

ସେପଟେ ଆଜିକୁ ଚାରିଦିନ ହେବା ବେଗୁନିଆ ଅଟ୍ରି, ସରଧାପୁର, ଭୂଆସୁଣୀପାଟଣା ଆଦି ଗାଁ ମାନଙ୍କରେ ଉତ୍ପାତ କରୁଛନ୍ତି ହାତୀ ପଲ୍ଲ। ଏମିତିକି ବେଗୁନିଆ ରେ ଉତ୍ପାତ କରୁଛନ୍ତି ହାତୀ । ଯାହାଦ୍ଵାରା ବାରମ୍ବାର ଯାଉଛି ଧନ ଓ ଜୀବନ । ଫସଲ ନଷ୍ଟ କରୁଛନ୍ତି କ୍ଷତିପୂରଣ ପାଇଁ ଧାଇଁ ଧାଇଁ ଚାଷୀ ହେଉଛନ୍ତି ହନ୍ତସନ୍ତ । ତୁରନ୍ତ ବନ ବିଭାଗ ଏ ହାତୀକୁ ସ୍ଥାନାନ୍ତର ସହିତ ମୃତକର ଓ ପରିବାରକୁ କ୍ଷତି ପୂରଣ ଦାବି କରିଛନ୍ତି । ଘଟଣା ସ୍ଥଳରେ ବେଗୁନିଆ ଥାନା , ବନ ବିଭାଗ ଅଧିକାରୀ ପହଞ୍ଚି ଯୁବକକୁ ଉଦ୍ଧାର କରିବା ସହ ତାଙ୍କୁ ଜିଲ୍ଲା ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ କୁ ଆମ୍ବୁଲାନ୍ସ ଯୋଗେ ପଠାଇଦେଇଛନ୍ତି । ଏ ଖବର ପାଇ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ପହଞ୍ଚି ମୃତକଙ୍କ ପରିବାର କୁ ସାନ୍ତ୍ବନା ଦେବା ସହ ସରକାରଙ୍କ ଅନୁକମ୍ପା ରାଶି ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୬୦ ହଜାର ରେଡକ୍ରସ ରାଶି ଓ ବନ ବିଭାଗ ପକ୍ଷ ରୁ ୧୦ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ରାଶି ର ମିଳିଲା ପ୍ରତିଶ୍ରୁତି
Subha Khabar is now on Whatsapp
Join and get latest news update delivered to you via whatsapp
Join Now