ମହୋତ୍ସବ ମଞ୍ଚ କୁ ଉଦ୍ଘାଟନ କରିବେ ସ୍ଥାନୀୟ ବିଧାୟକ ଓ ଯୋଗଦେବେ ରାଜନେତା, ମନ୍ତ୍ରୀ, ପ୍ରଶାସକ, ସାମ୍ବାଦିକ ଓ ସାହିତ୍ୟିକ
ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ କୁଇଜ୍ ମାଷ୍ଟର ଚନ୍ଦ୍ର ବିଜୟୀ ପଚାରିବେ ପ୍ରଶ୍ନ ଓ ଉତ୍ତର ଦେବେ ଜନତା ।
ଖୋର୍ଦ୍ଧା,(୨୫/୧୨) :- ବୋଲଗଡ ମହୋତ୍ସବ ରେ ୫ଦିନ ଧରି ବିମୋହିତ ହେବେ ଦର୍ଶକ । କୁଇଜ୍ କାର୍ଯ୍ୟକ୍ରମରେ ଉଦ୍ଭାସିତ ହେବ ମହୋତ୍ସବ ପରିବେଶ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ପ୍ରଥିତାଯଶା କୁଇଜ୍ ମାଷ୍ଟର ଚନ୍ଦ୍ର ବିଜୟୀ ପଚାରିବେ ପ୍ରଶ୍ନ ଓ ଉତ୍ତର ଦେବେ ଜନତା । ସଠିକ୍ ଉତ୍ତର ଦାତା ପାଇବେ ଆକର୍ଷଣୀୟ ଉପହାର । ଏହି ପ୍ରଶ୍ନ ଉତ୍ତରର ମୂଳାଧାର ହେଉଛି ..ଆସ ବୋଲଗଡକୁ ଜାଣିବା ବୋଲଗଡର ଇତିହାସ , ସାହିତ୍ୟ , ସଂସ୍କୃତି , ପରମ୍ପରା , କଳା ତଥା ଜନଜିବନକୁ ବୁଝିବାପାଇଁ କୁଇଜ୍ ବା ପ୍ରଶ୍ନ ଉତ୍ତର ଆଧାରରେ ଚନ୍ଦ୍ର ବିଜୟୀ ପରିଚାଳନା କରିବେ ଏହି କାର୍ଯ୍ୟକ୍ରମକୁ ।
ତେଣୁ ସମସ୍ତେ ଆଗ୍ରହ ଓ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି କୁଇଜ୍ ମାଷ୍ଟରଙ୍କ ଆଗମନଙ୍କୁ । ଏହି କୁଇଜ୍ ମାଷ୍ଟର ଏକାଧାରରେ ଜଣେ କବି , ସାହିତ୍ୟିକ, ସମାଜସେବୀ , ସଂଗଠକ ତଥା ନୟାଗଡ଼ ଜିଲ୍ଲାର ବରିଷ୍ଠ ଆଇନୀଜିବୀ ଅଟନ୍ତି । ଭୁବନେଶ୍ୱର , ପୁରୀ ,କଟକ ଭଦ୍ରକ , ବସୁଦେବପୂର୍ , ରାଇରଙ୍ଗପୁର , ସମ୍ବଲପୁର , କଣ୍ଟାବାଡ , ବ୍ରହ୍ମପୁର , କୋରାପୁଟ , କେନ୍ଦ୍ରାପଡ଼ା , ତାଳଚେର , ଅନୁଗୁଳ ଆଦି ଶତାଧିକ ମଞ୍ଚର ସେ ସମ୍ବର୍ଦ୍ଧିତ ହୋଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ବୋଲଗଡ ମହୋତ୍ସବ ଆରମ୍ଭ ହେବା ଦିନରୁ ଗତ ୨୧ବର୍ଷ ଧରି ଏହି କୁଇଜ୍ ପ୍ରତିଯୋଗିତା କରି ଆସୁଛନ୍ତି ଓ ଚଳିତ ବର୍ଷ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।
ଏହି ପରିପ୍ରେକ୍ଷୀରେ ମହୋତ୍ସବ କମିଟିର ସମ୍ପାଦକ ତଥା ଆଇନଜିବୀ ବୀର ଦାସଙ୍କ ଆବାହକତ୍ୱରେ ମହୋତ୍ସବକୁ ସରସ ସୁନ୍ଦର ଓ ପ୍ରସାର ପ୍ରଚାର ବ୍ୟାପକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିବା ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବରିଷ୍ଠ ଉପଦେଷ୍ଟା ତଥା ଐତିହାସିକ ରବୀନ୍ଦ୍ର କୁମାର ପରିଡ଼ାଙ୍କ ସଭାପତିତ୍ବରେ ଚଳିତ ବର୍ଷ ଦ୍ୱାବିଂଶ ବର୍ଷରେ ପଦାର୍ପଣ କରିବ ବୋଲଗଡ ମହୋତ୍ସବ ।ବେଗୁନିଆ ବୋଲଗଡ ବିଧାୟକ ପ୍ରଦୀପ କୁମାର ସାହୁ ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଉଦଯାପନୀ ଉତ୍ସବରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗଦେବାର ସମ୍ଭାବନା ଥିବା ଜଣାପଡିଛି l ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ l ପ୍ରବଳ ଗହଳ ଏବଂ ଶାନ୍ତିଶୃଙ୍ଖଳା ନିୟନ୍ତ୍ରଣ ପାଇଁ ୧ପ୍ଲାଟୁନରୁ ଅଧିକ ଫୋର୍ସ ବୋଲଗଡ ଥାନା ତତ୍ୱାବଧାନରେ ନିୟୋଜିତ ରହିବ l ସ୍ଥାନୀୟ ଅଞ୍ଚଳର କଳା, ସାହିତ୍ୟ, ସଂସ୍କୃତି ଐତିହକୁ ଉଜ୍ଜୀବିତ ରଖିବା ପାଇଁ ଡିସେମ୍ବର ୨୬ରୁ ୩୦ତାରିଖ ପର୍ଯ୍ୟନ୍ତ ୫ ଦିନ ଵ୍ୟାପୀ ମିନି ଷ୍ଟାଡିୟମ ପଡ଼ିଆରେ ଅନୁଷ୍ଠିତ ହେବ
ଚଳିତ ବର୍ଷ ନୂଆ ରୂପରେ, ନୂଆ ଢଙ୍ଗରେ ଏବଂ ସିନେ ଉତ୍ସବ ଶୈଳୀରେ କରାଯିବ l ବୋଲଗଡ ମହୋତ୍ସବକୁ କେନ୍ଦ୍ର ଓ ରାଜ୍ୟ ସରକାର ସହାୟତା ପ୍ରଦାନ କରୁଥିବା ବେଳେ ଜିଲ୍ଲା ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ ରହିଆସିଛି l ଆଞ୍ଚଳିକ, ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଷ୍ଠିତ କଳାକାର ମାନେ ମଞ୍ଚରେ କଳା ପ୍ରଦର୍ଶନ କରିବେ l ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଅଞ୍ଚଳର ପ୍ରତିଭାବାନ କଳାକାରଙ୍କୁ ଚୟନ ପାଇଁ ପ୍ରତିଯୋଗିତା ସରିଛି l କୃତିତ୍ୱଧାରୀଙ୍କୁ ବୋଲଗଡ ମହୋତ୍ସବ ମଞ୍ଚରେ ପୁରସ୍କୃତ କରାଯିବ ବୋଲି କମିଟି ପକ୍ଷରୁ ନିଷ୍ପତି ନିଆଯାଇଥିଲା l ମୀନା ବଜାର, ରାମ ଦୋଳି ସାଙ୍ଗକୁ ଅଧିକ ଷ୍ଟଲ ଲଗାଇବାକୁ ଗୁରୁତ୍ୱ ଏବଂ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନଙ୍କ ବ୍ୟବସାୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।
ପ୍ରତିଦିନ ମହୋତ୍ସବ ସନ୍ଧ୍ୟାରେ ପ୍ରତିଷ୍ଠିତ ରାଜନେତା, ମନ୍ତ୍ରୀ, ପ୍ରଶାସକ, ସାମ୍ବାଦିକ ଓ ସାହିତ୍ୟିକ ଆଦିଙ୍କୁ ନେଇ ସାଧାରଣ ସଭା ଅନୁଷ୍ଠିତ ହେବ l ପ୍ରତ୍ୟେକ ଦିନ ସିନେ ଷ୍ଟାର ମାନେ ଯୋଗଦେବେ l ଏହି ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ କମିଟିର ଉପଦେଷ୍ଟା ଲଲାଟ କେଶରୀ ସିଂହ , କମିଟି ସମ୍ପାଦକ ନାରାୟଣ ମାର୍ଥା ଉପସ୍ଥିତ ଥିଲେ ବରିଷ୍ଠ ଉପଦେଷ୍ଟା ପ୍ୟାରୀ ମୋହନ ଦାସ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ସହଯୋଗ କରିଥିଲେ ମନୋଜ କୁମାର ପଣ୍ଡା ,ପାର୍ବତୀ କୁମାର ଚମ୍ପତିରାୟ ,ଜିତେନ୍ଦ୍ର କୁମାର ମାର୍ଥା ଓ ନବକିଶୋର ପ୍ରଧାନ ପ୍ରମୁଖ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now