ଖୋର୍ଦ୍ଧା ଜଳ ସେଚନ ବିଭାଜନ ରେ କାର୍ଯକାରୀ ହେଉନି ରାଜ୍ୟ ସରକାର ଙ୍କ ର ବଦଳି ନୀତି

ସରକାରଙ୍କ ସ୍ୱଚ୍ଛତା ନେଇ ଉଠିଛି ପ୍ରଶ୍ନବାଚି ?

ଖୋର୍ଦ୍ଧା (୧୮/୧୨):-  ରାଜ୍ୟ ରେ  ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ରେ ସ୍ୱଚ୍ଚ ଓ ନିର୍ମଳ ଶାସନ ନିମନ୍ତେ ରାଜ୍ୟ ସରକାର ବଦଳି ନୀତି ଲାଗୁ କରିଥିବା ବେଳେ ଖୋର୍ଦ୍ଧା ଜଳ ସେଚନ ବିଭାଜନ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି l ସୁଚନା ଅଧିକାର ଆଇନ ଅନୁଯାୟୀ ହସ୍ତଗତ ହୋଇଥିବା  ତଥ୍ୟ ଅନୁସାରେ ଖୋର୍ଦ୍ଧା ଜଳ ସେଚନ ବିଭାଜନ ରେ କାର୍ଯ୍ୟରତ ଅଧିକାଂଶ କର୍ମଚାରୀ ଦୀର୍ଘ ୨୫ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଗୋଟିଏ ଚେୟାର ରେ ବସି କାର୍ଯ୍ୟ କରୁଛନ୍ତି, ଯାହା ହତ ଚକିତ କରିଦେଇଛି l ସେହି କାର୍ଯ୍ୟାଳୟ ରେ ନିଯୁକ୍ତି ପାଇ ପରବର୍ତ୍ତୀ ସମୟ ରେ ପଦୋନ୍ନତି ପାଇ ଥିଲେ ମଧ୍ୟ ଅନ୍ୟତ୍ର ବଦଳି ହୋଇ ନାହିଁ ।

Advertisement

ସେହି ପ୍ରଭାବଶାଳୀ କର୍ମଚାରୀଙ୍କ ମଧ୍ୟରୁ ଖୋର୍ଦ୍ଧା ଜଳ ସେଚନ ବିଭାଜନ ରେ ବର୍ତ୍ତମାନ କାର୍ଯ୍ୟରତ ବରିଷ୍ଠ ସହାୟକ ଦିବ୍ୟ ରଞ୍ଜନ ଆଚାର୍ଯ୍ୟ ଗୋଟିଏ ସ୍ଥାନ ରେ ୨୯ ବର୍ଷ, ବରିଷ୍ଠ ସହାୟକ ବିଶ୍ୱଜିତ ବେହେରା ଡେପୁଟେଶନ ରେ ଯାଇ ପ୍ରାଚୀ ଜଳ ସେଚନ ବିଭାଜନ ରେ ୯ ବର୍ଷ, ଗୋକୁଳ ମହାରଣା,ଡ୍ରାଫ୍ଟସ ମେନ,୧୦ ବର୍ଷ, କନିଷ୍ଠ ସହାୟକ ସତ୍ୟ ରଞ୍ଜନ ରାୟ,୨୫ ବର୍ଷ, କନିଷ୍ଠ ସହାୟକ ଶ୍ରୀକାନ୍ତ ଦାଶ ୨୫ ବର୍ଷ, ପିଅନ ଅନିଲ କୁମାର ପଟ୍ଟନାୟକ ,୩୪ ବର୍ଷ, ପିଅନ କୃଷ୍ଣ ଚନ୍ଦ୍ର ଦାସ ,୩୨ ବର୍ଷ, ପିଅନ ସତ୍ୟ ନାରାୟଣ ମହାନ୍ତି,୩୧ ବର୍ଷ, ପିଅନ ରାଜ କିଶୋର ପାତ୍ର ,୩୦ ବର୍ଷ, ପିଅନ ହେମନ୍ତ କୁମାର ପଲେଇ ,୩୧ ବର୍ଷ, ପିଅନ ପାଣ୍ଡବ ନାୟକ,୨୮ ବର୍ଷ, ପିଅନ ନୃସିଂହ ନାଥ ପଟ୍ଟନାୟକ,୨୫ ବର୍ଷ, ପିଅନ ପଦ୍ମ ଲୋଚନ ନାୟକ,୨୫ ବର୍ଷ, ପିଅନ ବିଜୟ କୁମାର ଜେନା,୧୯ ବର୍ଷ, କନିଷ୍ଠ ସହାୟକ, ପ୍ରଫୁଲ୍ଲ କୁମାର ସେଠି,୧୭ ବର୍ଷ, ପିଅନ ସେକ ମମତାଜ,୧୭ ବର୍ଷ, ୱାର୍କ ସରକାର,ପତି ତପାବନ ବେହେରା,୨୪ ବର୍ଷ, ଖଲାସୀ ତ୍ରିନାଥ ଚରଣ ଭୁଜବଳ,୨୬ ବର୍ଷ, ଜିପ ଡ୍ରାଇଭର, ଶାଳିଆ ଜଳ ସେଚନ ଉପ ବିଭାଜନ ଦିବାକର ଭୂତିଆ,୨୫ ବର୍ଷ, ଖଲାସୀ ସୁଦାମ ରଣା,୨୮ ବର୍ଷ, ଖଲାସୀ ତ୍ରିନାଥ ବାରିକ,୨୮ ବର୍ଷ ଧରି ଗୋଟିଏ ସ୍ଥାନ ରେ କାର୍ଯ୍ୟ କରୁଥିବା ବେଳେ, ସେହିପରି ଭାବରେ ଶାଳିଆ ଜଳ ସେଚନ ଉପ ବିଭାଜନ ରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ  ସୁରେନ୍ଦ୍ର କୁମାର ସାହୁ ,୩ ବର୍ଷ ରୁ ଉର୍ଦ୍ଧ୍ବ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଖୋର୍ଦ୍ଧା ବିନୋଦ କୁମାର ସାହୁ,୭ ବର୍ଷ ରୁ ଉର୍ଦ୍ଧ୍ବ,ଅକ୍ଷୟ କୁମାର ବେହେରା, ରାଜୁଆ ଜଳ ସେଚନ ଉପ ବିଭାଜନ,୭ ବର୍ଷ ରୁ ଉର୍ଦ୍ଧ୍ବ,ସହକାରୀ ଯନ୍ତ୍ରୀ, ଶାଳିଆ, ମନୋଜ କୁମାର ସାହୁ,୪ ବର୍ଷ ରୁ ଉର୍ଦ୍ଧ୍ବ, ବାଳକୃଷ୍ଣ ବିଷୋୟୀ , ସହକାରୀ ଯନ୍ତ୍ରୀ ଶାଳିଆ,୩ ବର୍ଷ ରୁ ଉର୍ଦ୍ଧ୍ବ, ପ୍ରଭାସ ଚନ୍ଦ୍ର ପଟ୍ଟନାୟକ, ସହକାରୀ ଯନ୍ତ୍ରୀ, ବାଙ୍କି,୭ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଖୋର୍ଦ୍ଧା ଜଳ ସେଚନ ବିଭାଜନ ଅଧୀନ ରେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କ ଦୀର୍ଘଦିନ ଧରି ଖୋର୍ଦ୍ଧା ଜିଲ୍ଲା ରୁ ଅନ୍ୟତ୍ର ବଦଳି ହେଉ ନାହିଁ ଫଳରେ ଏହି କାର୍ଯ୍ୟାଳୟ ଏବଂ ସ୍ୱଚ୍ଛତା ଉପରେ ସଧାରଣ ରେ ପ୍ରଶ୍ନବାଚି ସୃଷ୍ଟି ହୋଇଥିବା ବେଳେ, ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ଏହି ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ରୁ ଅନ୍ୟତ୍ର ବଦଳି କରିବା ପାଇଁ ଦାବୀ ହେଉଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *