ଖୋର୍ଦ୍ଧା ସଦର ଥାନା ରେ ଯୋଗ ଦେଲେ ନୂଆ ଆଇଆଇସି

ଖୋର୍ଦ୍ଧା,(୧୭/୧୨);- ଖୋର୍ଦ୍ଧା ସଦର ଥାନାର ନୂତନ ଥାନା ଭାରପ୍ରାପ୍ତ ଅଧିକାରୀ ଭାବେ ବାସୁଦେବ ଜୟସିଂହ ଦାୟିତ୍ଵ ଗ୍ରହଣ କରିଛନ୍ତି। ଶ୍ରୀ ଜୟ ସିଂ ଙ୍କ ଯୋଗ ଦାନ ପରେ ଥାନା ରେ ଏକ ପୂଜା କରାଯାଇଥିଲା। ବିଭିନ୍ନ ଅଧିକାରୀ, ଶୁଭେଛୁ, କ୍ରସର  ମାଲିକ ଫୁଲତୋଡ଼ା ଦେଇ ନୂତନ ଥାନା ଅଧିକାରୀ ଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ।ସଦର ଥାନା ଗ୍ରାମାଞ୍ଚଳ ହୋଇଥିବାରୁ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାରେ ସଦର ଥାନା ସଦାସର୍ବଦା କାର୍ଯ୍ୟ କରିବ ବୋଲି ନୂତନ ଥାନା ଅଧିକାରୀ ଶ୍ରୀ ଜୟସିଂହ କହିଛନ୍ତି।



କଟକ ରୁ ଆନ୍ଧ୍ର କୁ ବେଆଇନ ଭାବେ ମଂଇଶି ଚାଲାଣ ହେଉଥିବା ଖବର ପାଇ ଶ୍ରୀ ଜୟସିଂହ ତାର ପିଛା କରି ଧରିଥିଲେ। ପ୍ରଥମ କେସ ଭାବେ ୨୮ଟି ମଂଇଶି ଉଦ୍ଧାର କରିବା ସହ ଟ୍ରକ କୁ ଜବତ କରାଯାଇଛି ଏବଂ ଡ଼୍ରାଇଭର କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସଦର ଥାନାଧିକାରୀ ଶ୍ରୀ ବାସୁଦେବ ଜୟସିଂ ପ୍ରକାଶ କରିଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *