ବିକଶିତ ଭାରତ ସଂକଳ୍ପ : ସାଇକଲରେ ଚାରିଧାମ ଯାତ୍ରା

ଛାତ୍ର ଛାତ୍ରୀ ମଧ୍ୟରେ  ରାଷ୍ଟ୍ରପ୍ରେମ ଭାରତୀୟତା ଭାବ ଜାଗରଣ ହିଁ ଏହାର ଉଦ୍ଦେଶ୍ୟ 

ଖୋର୍ଦ୍ଧା,(୨୬।୧୧): – ହରିୟାଣା ପାନିପଥ ର  ଦିପକ ଶର୍ମା I ଅପରେସନ ସିନ୍ଦୂର ଏବଂ ବିକଶିତ ଭାରତର ନଅଟି ସଂକଳ୍ପ ନେଇ ସେ ପାନିପଥ ରୁ ସାଇକଲରେ ଚାରିଧାମ ଯାତ୍ରା କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ୭୫ଶହ କିମି ଯାତ୍ରା କରି ସାରିଥିବା ବେଳେ ସେ ଦିନକୁ ୭୦ରୁ ଶହେ କିମି ଯାତ୍ରା କରୁଛନ୍ତି । ଦିଲ୍ଲୀ ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର, ଗୋଆ, ଜର୍ଣାଟକ, ତାମିଲନାଡ଼ୁ, ଜେରଳା, ଆନ୍ଧ୍ରପଦେଶ, ତେଲେଙ୍ଗନା, ପ୍ରଭୃତି ରାଜ୍ୟ ପରିଭ୍ରମଣ କରି ଓଡ଼ିଶାରେ ପ୍ରବେଶ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୫୦ରୁ ଉଦ୍ଧ ବିଦ୍ୟାଳୟ ୮୦ ମହାବିଦ୍ୟାଳୟ ଏବଂ ୩୦ ବିଶ୍ଵବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସହ ଭାବ ବିନିମୟ କରିଛନ୍ତି । ପିଲାଙ୍କ ମଧ୍ୟରେ  ରାଷ୍ଟ୍ରପ୍ରେମ ଭାରତୀୟତା ଭାବ ଜାଗରଣ କରୁଛନ୍ତି । ଯାତ୍ରା ନ ସରିବା ପର୍ଯ୍ୟନ୍ତ ସେ ଘରକୁ ଫେରିବେ ନାହିଁ ବୋଲି ସଂକଳ୍ପ କରିଛନ୍ତି । ଗତ ମଇ ୨୫ତାରିଖରେ ପାରିପଥ ଠାରୁ ବାହାରିଥିଲେ । ଆସନ୍ତା ୨୦୨୬ ମଇ ମାସରେ ତାଙ୍କର ଏହି ଯାତ୍ରା ସମାପନ ହେବ ।



ବୁଧବାର ସେ ଖୋର୍ଦ୍ଧା ରେ ପହଂଚିଛନ୍ତି । ସରସତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରଧାନାଚାର୍ଯ୍ୟ ଗିରିଜା ପ୍ରସାଦ ମହାପାତ୍ର, ସହ ପ୍ରଧାନାଚାର୍ଯ୍ୟ ପ୍ରଭାକର ସାଇଁ, ପରିଚାଳନା ସମିତି ସମ୍ପାଦକ ଅର୍କିତ ପଟ୍ଟନାୟକ ପ୍ରମୁଖ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସାଗତ ସମ୍ବଦ୍ଧନା ଦେଇଥଲେ । ପରେ ସିଗମା ପବ୍ଲିକ ସ୍କୁଲରେ ପହଂଚିଥିଲେ । ସେଠାରେ ସ୍କୁଲ ଅଧକ୍ଷା ମମତାଞ୍ଜଳି ପଟ୍ଟନାୟକ, ନିର୍ଦେଶକ ଶୁଭ୍ରାଂଶୁରଞ୍ଜନ ସାମନ୍ତରାୟଙ୍କ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍କିତ କରିଥିଲେ । ସ୍କୁଲ ପକ୍ଷରୁ ତାଙ୍କୁ ପ୍ରଶସ୍ତି ପତ୍ର, ମାନପ‌ତ୍ର ଦେଇ ସମ୍ବର୍ଦ୍ଦନା ଦିଆଯାଇଛି । ଦିପକ ଛାତ୍ରୀଛାତ୍ରଙ୍କ ସହ ଭାବ ବିନିମୟ କରିଥିଲେ । ପିଲାଙ୍କୁ ରାଷ୍ଟ୍ରଭକ୍ତ, ଦେଶପ୍ରୀତି ଭାବନା ରଖି ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ ।



ଦିପକ କୁହନ୍ତି କାଶ୍ମୀର ପହଲଗ୍ରାମ ଆତଙ୍କବାଦୀଙ୍କ ଆକ୍ରମଣ ୨୧ଜଣ ଭାରତୀୟଙ୍କ ମୃତ୍ୟୁ ତାଙ୍କୁ ଗଭୀର ଭାବେ ଆଘାତ ଲାଗିଥିଲା। ଏହାର ପ୍ରତିଦାନ ସରୂପ ଭାରତ ସରକାରଙ୍କ ଅପରେସନ ସିନ୍ଦୂର ଏକ ବଳିଷ୍ଠ ପଦକ୍ଷେପ ରହିଥିଲା । ଏହି ଅଭିଯାନ କେବଳ ପାକିସ୍ଥାନ ଉପରେ ପ୍ରତିଶୋଧ ପରାୟଣ ନଥିଲା ବରଂ ଭାରତର ସ୍ବାଭିମାନର ପ୍ରଶ୍ନ ରହିଥିଲା । ଏହି ଅଭିଯାନ ସମ୍ପର୍କରେ ଭାରତବର୍ଷରେ ବ୍ୟାପକ ଜନ ଜାଗରଣ, ବିଜଶିତ ଭାରତ ଅନ୍ତର୍ଗତ  ଆତ୍ମ ନିର୍ଭର ଭାରତ, ଜଳ ଓ ପର୍ଯ୍ୟାବରଣ ସଂରକ୍ଷଣ, ଗୋଟିଏ ଚାରା ପ୍ରକୃତି ପାଇଁ, ସ୍ୱଚ୍ଛ ଭାରତ, ସ୍ଵଦେଶୀ, ଦେଶ ଦର୍ଶନ, ପାରମ୍ପରିକ ଜୈବିକ କୃଷିର ବହୁଳ ପ୍ରଚାର ପ୍ରସାର, ସୁସ୍ଥ ଜୀବନ ଯାପନ,  ଯୋଗାର ପ୍ରଚାର ଲକ୍ଷ୍ୟ ନେଇ ସେ ଏହି ଯାତ୍ରା ଆରମ୍ଭ କରିଛନ୍ତି । ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଭାରତ ରେ ପରିଣତ କରିବାକୁ ହେଲେ ଭାରତବର୍ଷ ର ସମସ୍ତ ଜନସାଧାରଣ ଏ ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *