କୁମାରବସ୍ତ ଲୋକନାଥଦେବ କ୍ରିକେଟ ଟୁର୍ନାମେଣ୍ଟ : ସୁଆଙ୍ଗ ଓ ମେଣ୍ଢାଶାଳ ବିଜୟୀ

ଖୋର୍ଦ୍ଧା,(୨୨/୧୧):-ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ଖେଳପଡିଆ ଠାରେ ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଲବ, କୁମାରବସ୍ତ ଆନୁକୂଲ୍ୟରେ  ଲୋକନାଥଦେବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ମ୍ୟାଚରେ ସୁଆଙ୍ଗ ଦଳ କାଇପଦର କୁ ୯ ୱିକେଟରେ ପରାସ୍ତ କରିଛି ‌। କାଇପଦର ଦଳ ପ୍ରଥମେ ବ୍ୟାଟିଂ କରି ବ୍ୟାଟିଂ ବିପର୍ଯ୍ୟୟ ର ସମ୍ମୁଖୀନ ହୋଇ ଦଳ ନିର୍ଦ୍ଧାରିତ ୧୫ ଓଭର ରେ ୬୯ ରନ୍ କରି ଅଲଆଉଟ ହୋଇଯାଇଥିଲା। ସୁଆଙ୍ଗ ପକ୍ଷରୁ ନିର୍ମଳ ମାର୍ଥା ୩ ଟି ୱିକେଟ ହାସଲ କରିଥିଲେ।ଜବାବ ରେ ସୁଆଙ୍ଗ ଦଳ ୪ ଓଭର ରେ ଆବଶ୍ୟକ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା।ଶ୍ରେଷ୍ଠ ଖେଳାଳି ନିର୍ମଳ ମାର୍ଥା ଙ୍କୁ ସମାଜସେବୀ ଅବନୀକାନ୍ତ ସାମନ୍ତରାୟ ପୁରସ୍କୃତ କରିଥିଲେ।



ଦ୍ଵିତୀୟ ମ୍ୟାଚ (ନନ ଆଧାର) ଟସ୍ ରେ ବିଜୟ ଲାଭ କରି ମେଣ୍ଢାଶାଳ ଦଳ ପ୍ରଥମେ ବୋଲିଙ୍ଗ କରିବାର ନିଷ୍ପତି ନେଇଥିଲା ପ୍ରଥମେ ବ୍ୟାଟିଂ କରି ଭାଳିଆବାଡି ଦଳ ନିର୍ଦ୍ଧାରିତ ୨୦ ଓଭର ରୁ ୪  ୱିକେଟ ହରାଇ ୧୯୪ ରନ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ସରୋଜ ପଟ୍ଟନାୟକ ୮୪ ରନ୍ ସଂଗ୍ରହ କରିଥିଲେ। ଜବାବରେ ମେଣ୍ଢାଶାଳ ଦଳ ନିର୍ଦ୍ଧାରିତ ୧୯ ଓଭର ରେ ୪ ୱିକେଟ ହରାଇ ୧୯୬ରନ କରି ୬ ୍ୱିକେଟ ରେ ବିଜୟ ହାସଲ କରି ନେଇଥିଲେ।ଦଳ ପକ୍ଷରୁ ଆଇ ଏସ ଗିରି ୯୫ ରନ୍ ସଂଗ୍ରହ କରି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ସମାଜସେବୀ ସରୋଜ ବରାଳ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଖେଳଟିକୁ ପରିଚାଳନା କରୁଥିଲେ ସାନୁଜ ବିଶ୍ୱାଳ, ତୁଷାରକାନ୍ତ ସୁନ୍ଦରାୟ ଓ ରିଆଜତ୍ ଅଲ୍ଲୀ। ସ୍କୋରର ଦାୟିତ୍ଵରେ ପ୍ରକାଶ ସାହୁ ଓ ସୂର୍ୟ ପ୍ରତାପ ଗଜେନ୍ଦ୍ର ରହିଥିଲେ। ଭାଷ୍ୟକାର ଭାବେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା,ପ୍ରଶାନ୍ତ ନାଟୁଆ ଓ ଅମୀୟ ପ୍ରଧାନ କାର୍ଯ୍ୟ କରିଥିଲେ। କାଜଲ ବଳିୟାର ସିଂ ମ୍ୟାଚ ରେଫରୀ ଦାୟିତ୍ଵ  ତୁଲାଇଥିଲେ ।



ଆସନ୍ତାକାଲି ରବିବାର ପ୍ରଥମ ମ୍ୟାଚ୍ ବାଙ୍କୁଆଳ ବନାମ ଯାଆଁଳା ଏବଂ ଦ୍ଵିତୀୟ ମ୍ୟାଚ କଟକ ବନାମ କୁମାରବସ୍ତ  ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଦୁର୍ଯ୍ୟୋଧନ ପରିଡା ଜଣାଇଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *