ଡିସଟିଭି ଓ ଭିଜି କମ୍ପାନୀର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ

ନୟାଗଡ଼ :-  ସ୍ଥାନୀୟ ନୟାଗଡ଼ ପ୍ୟାଲେସ ପରିସରରେ ଜିଲ୍ଲା ସ୍ତରୀୟ ଡିସ ଟିଭିର ନିଜସ୍ଵ ଉତ୍ପାଦିତର ଭିଜି ଟିଭି କମ୍ପାନୀର ଜିଲ୍ଲା ସ୍ତରୀୟ ବିକେତ୍ରା କେନ୍ଦ୍ରର ମାଲିକ ମାନଙ୍କୁ ନେଇ ଦକ୍ଷତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଭିଜି କମ୍ପାନୀର ରାଜ୍ୟ ସ୍ତରୀୟ ମୁଖ୍ୟ ରାମ କୃଷ୍ଣ ମହାନ୍ତି ଯୋଗଦେଇ ବହୁତ କମ ଦମରେ ଓ ସୁଲଭ ଦରରେ ଲୋକମାନଙ୍କୁ ଯୋଗଦେଇଥିବା VZY (ଭିଜି) କମ୍ପାନୀର ଟିଭିକୁ ସୁଲଭ ମୂଲ୍ୟରେ ଦେବା ସହିତ ଡିସ୍ ଟିଭିର ଏକ ବର୍ଷର ମାଗଣା ୧୦ହଜାର ଟଙ୍କାର ମାଗଣା ସୁବିଧା ଉପଲବ୍ଧ ପାଇପାରିବେ ସେ ନେଇ ଆଲୋଚନା କରିଥିଲେ । ସେହିପରି ଓଟିଟି ମାଧ୍ୟମରେ ଏକ ବର୍ଷର ମାଗଣା ସୁବିଧା ପାଇପାରିବେ ।

କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲା ବିତରକ ମନୋଜ କୁମାର ମିଶ୍ର ଙ୍କ ସଂଯୋଜନାରେ କମ୍ପାନୀର ଆଞ୍ଚଳିକ ମୁଖ୍ୟ ପରିଚାଳକ ବିକ୍ରମ କେଶ୍ୱରି ଦାସ ଙ୍କ ଆବାହକତ୍ୱରେ  ସ୍ଥାନୀୟ ନୟାଗଡ଼ ପ୍ୟାଲେଶରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକ ସହରାଞ୍ଚଳରରୁ ବହୁ ଇଲୋତ୍ରୋନିସ ବ୍ୟବସାୟୀ ମାନେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କମ୍ପାନୀର ଅତ୍ୟଧିକ ବିକ୍ରେତା ଉପରେ ବିକ୍ରେତାଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ମାନପତ୍ର ଦେଇଥିଲେ ।

ଏଥିରେ ବୋଲଗଡ ବିଶ୍ଵମ କମିକେଶନ ମାଲିକ ବିଭୂତି ସାମନ୍ତରାୟ ,ଦଶପଲ୍ଲା ବୁଲୁ ଇଲୋଟ୍ରୋନିକ୍ସ , ଆଶୁତୋଷ ଏଣ୍ଟ୍ରପ୍ରାଇଯେସ ଗଣିଆ , ପୁର୍ଷ୍ଟି ମୋବାଇଲ ଇଟମାଟି , ଶୁରଦେବି ଇଣ୍ଟ୍ରପ୍ରାଇଯେସ ଖଜୁରୀପଡ଼ା , ରାଜ ସୁନାଖଳା ସ୍ୱସ୍ତିକ ଇଲୋଟ୍ରୋନୋକ ସୁର ପୃଷ୍ଟି , ଗାୟତ୍ରି ଇଲୋଟ୍ରୋନିକ ଭାପୁର , ବ୍ରାହ୍ମଣୀ ଦେବୀ ଇଲୋଟ୍ରୋନୋକ୍  , ସରଣକୁଳ ମନୋଜ ଇଲୋଟ୍ରୋନିକ୍ସ ପ୍ରମୁଖଙ୍କୁ ଅଧିକ ବିକ୍ରେତା ପାଇଁ ସମ୍ବର୍ଧିତ କରାଯାଇଥିଲା । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଓ ନୟାଗଡ଼ ଜିଲ୍ଲାର ପ୍ରମୁଖ ଇଲୋଟ୍ରୋନିକ୍ ବ୍ୟବସାୟୀ ମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ଶତାଧିକ ଇଲୋଟ୍ରିନିକ ବ୍ୟବସାୟ ବନ୍ଧୁମାନେ ଯୋଗଦେଇଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *