କୋଦମେରି ପଞ୍ଚାୟତରେ ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଘନ ଘନ ପ୍ରଚାର କଲେ ପ୍ରଦୀପ

ନୂଆପଡ଼ା,( ୦୫/୧୧): -ବିଜୁ ଜନତା ଦଳ ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ପାଇଁ ନୂଆପଡା ର କୋଦମେରି ରେ ଘରକୁ ଘର ବୁଲି ପ୍ରଚାର କରିବା ସହ ଚୁହୁରି, ବିନ୍ଧନ ମୁଣ୍ଡି, କେରେମେଲି ଓ ଶିବ ପଡ଼ା ର ବିଭିନ୍ନ ୱାର୍ଡ ବୁଲି ନିର୍ବାଚନ ପ୍ରସ୍ତୁତି କଲେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ।



ବିଧାନସଭ  ଅଧୀନ କୋଦମେରି ର ୫ ଗୋଟି ୱାର୍ଡରେ ଆଜି ଗ୍ରାମସ୍ତରୀୟ ଅଭିଯାନକୁ ଜୋରଦାର କରିଛନ୍ତି ପ୍ରଦୀପ। ପ୍ରଚାର ଅଭିଯାନ ରେ ସେ ବିଭିନ୍ନ ୱାର୍ଡ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରି ପରିମଳ, ଜୀବିକା ସୁଯୋଗ, ମୌଳିକ ସୁବିଧା ସମ୍ବନ୍ଧିତ ବିଭିନ୍ନ ଉନ୍ନୟନମୂଳକ ବିଷୟ ଉପରେ ଚର୍ଚ୍ଚା କରିଥିଲେ। ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କୁ ସଶକ୍ତ କରିବା ପାଇଁ ଦଳର  ଆଭିମୁଖ୍ୟ ବିଷୟରେ ଅବଗତ କରିଥିଲେ। 

Advertisement

ବିଜୁ ଜନତା ଦଳ ସରକାର ଦ୍ୱାରା କରାଯାଇଥିବା ବିଭିନ୍ନ ଉନ୍ନୟନ ଓ କଲ୍ଯାଣମୂଳ ମୂଳକ ପଦକ୍ଷେପ କିପରି ଆଗକୁ ଆହୁରି ତ୍ୱରାନ୍ବିତ ହେବ ତାହା ଉଲ୍ଲେଖ କରିଥିଲେ। ଏହି ଅଭିଯାନ ସମ ସମୟରେ ବିଭିନ୍ନ ୱାର୍ଡ ସ୍ଥାନୀୟ ନେତା ଓ ପ୍ରତିନିଧୂମାନେ ଶ୍ରୀମତୀ ଛୁରିଆଙ୍କ ସହ ଯୋଗଦେଇ ଅଭିଯାନକୁ ସଫଳ କରିଥିଲେ।



ଆଜି ବିଜେଡି ପକ୍ଷରୁ କୋଦମେରି ର ପାଞ୍ଚ ଗୋଟି ୱାର୍ଡ ର ବିଭିନ୍ନ ପଡ଼ା ରେ ପହଞ୍ଚି ସମସ୍ତ ଭୋଟର ଙ୍କୁ ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଓ ସ୍ଥାନୀୟ ନେତୃତ୍ୱ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *