ଖୋର୍ଦ୍ଧା,(୧୪/୧୦):- ସେପ୍ଟେମ୍ବର ୧୭ ତାରିଖରୁ ବିଭିନ୍ନ ବ୍ଲକ, ଅଙ୍ଗନୱାଡ଼ି କେନ୍ଦ୍ର, ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ମାନଙ୍କରେ ପାଳନ କରାଯାଇ ଆସୁଥିବା ପୋଷଣ ମାସ -୨୦୨୫ ଉପଲକ୍ଷେ ଆଜି ଏକ ସାଧାରଣ ସଭା ଓ ବିଭିନ୍ନ ପୁଷ୍ଟିକର ଓ ପୋଷଣ ଖାଦ୍ୟ ପ୍ରଦର୍ଶନୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।

ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ, ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବାସହ ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ମିଶନ ଶକ୍ତି ମା, ସୁଭଦ୍ରା ମା ମାନଙ୍କ ଦ୍ଵାରା ପ୍ରସ୍ତୁତ ଉଚ୍ଚକୋଟୀର ପୋଷଣ ଓ ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନୀ ବୁଲି ଦେଖିବାସହ ଭୂୟସୀ ପ୍ରଶଂସା କରିଥିଲେ l ମୁଖ୍ୟ ଅତିଥି ନିଜ ଅଭିଭାଷଣରେ କାହିଲେଯେ ପୋଷଣ ମାସ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକ ମହତ କାର୍ଯ୍ୟକ୍ରମ ଓ ଯୋଜନା ହୋଇଥିବା ବେଳେ ଜିଲ୍ଲାର ସମସ୍ତ ଶିଶୁ, ମାତୃଓ କିଶୋରୀ ମାନଙ୍କ ପୁଷ୍ଟିକର ଖାଦ୍ୟ ଖାଇବାର ଆବଶ୍ୟକତାକୁ ପ୍ରୋତ୍ସାହନ ଦେବା ସହ ପୁଷ୍ଟି ହୀନତା ଦୁରକରିବା ଓ ବ୍ୟାପକ ଜନସଚେତନତା ସୃଷ୍ଠି କରିବାରେ ସହାୟକ ହେବ l

ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଡାକ୍ତର ଇନ୍ଦିରା ରଥ,ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ କାର୍ଯ୍ୟକ୍ରମ ପରିଚାଳିକା ସୌଦାମିନୀ ଦାସ, ଅନୁପମା ଭୋଇ,ଦେବକୀ ସାହୁ, ନଳିନୀ ଗିରୀ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ପୋଷଣ ମାସର ସଫଳତା, ଆବଶ୍ୟକତା ଓ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ସମସ୍ତ ସି ଡି ପି ଓ, ଅଙ୍ଗନୱାଡ଼ି ପରିଚାଳିକା, ଆଶା କର୍ମୀ, ବିଦ୍ୟାଳୟ ଛାତ୍ର ଛାତ୍ରୀ ଏବଂ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now