ଖୋର୍ଦ୍ଧା,(୧୩/୧୦):- ଖୋର୍ଦ୍ଧାରେ ୧୭ବର୍ଷ ଧରି ଚାଲି ଆସୁଛି ମିଳିତ ଗଜଲକ୍ଷ୍ମୀ ଭସାଣି ଉତ୍ସବ। ଏହି ମିଳିତ ଭସାଣି କୁ ୧୭ ବର୍ଷ ତଳେ କିଛି ବ୍ୟବସାୟୀ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଯୁବଗୋଷ୍ଠୀ, ଙ୍କ ସହ ବିଭିନ୍ନ ପୂଜା କମିଟି ଏକତ୍ର ହୋଇ ଆରମ୍ଭ କରିଥିଲେ। ପ୍ରଶାସନ ମଧ୍ୟ ସ୍ଥାନୀୟ ଅଞ୍ଚଳ ର ଏହି ପରମ୍ପରାକୁ ସ୍ଵୀକୃତି ପ୍ରଦାନ କରିଥିଲେ। ପୌର ପ୍ରଶାସନ ପକ୍ଷ ରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯାଇ ଖୋର୍ଦ୍ଧାରେ ଆରମ୍ଭ ହୋଇଥିଲା ମିଳିତ ଗଜଲକ୍ଷ୍ମୀ ଭସାଣି ଉତ୍ସବ।

ଦଳ ମତ ନିର୍ବିଶେଷରେ ସମସ୍ତେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ଜଟଣୀ ରେ ଗଣେଶ ପୂଜା ମିଳିତ ଭସାଣି ପରେ ଖୋର୍ଦ୍ଧା ରେ ଚାଲିଥିବା ଗଜଲକ୍ଷ୍ମୀ ଭସାଣି ବିଶେଷ ଆଦୃତ ଲାଭ କରିଥିଲା। ଖୋର୍ଦ୍ଧା ବାସିନ୍ଦା ଗଜଲକ୍ଷ୍ମୀ ଭସାଣି ଆସିଲେ ନିଜ ନିଜର ସମ୍ପର୍କୀୟ ମାନଙ୍କୁ ଡାକି ଏହି ଭସାଣି ଦେଖିବା ପାଇଁ ସହର ରାସ୍ତାର ଉଭୟ ପାର୍ଶ୍ବରେ ରହି ଅଭିନନ୍ଦନ ଜଣାଇବା ସହ ଉପଭୋଗ କରୁଥିଲେ।
ଏହି ଉତ୍ସବ ରେ ଲୋକ କଳା କୁ ବିଶେଷ ପ୍ରାଧାନ୍ୟ ଦିଆଯାଉଥିବାରୁ ଏହାର ସମ୍ମାନ ରାଜଧାନୀ ଭୁବନେଶ୍ଵର ରେ ପରିଲକ୍ଷିତ ହେଉଥିଲା। ଡିଜେ କୁ ବାରଣ ମଧ୍ୟ କରାଯାଇଥିଲା। କାଳକ୍ରମେ ତତ୍କାଳୀନ କମିଟି ଡିଯେ କୁ ସରକାରଙ୍କ ନିର୍ଦ୍ଧେଶ ନାମା ଅନୁଯାୟୀ ସାମିଲ କରିଥିଲା। ରାଜ୍ୟ ର ବିଭିନ୍ନ ଜିଲ୍ଲାରେ ଥିବା ଲୋକ କଳା, ଏହି ଭସାଣି ରେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରିଥିଲେ। ପୁରୀ ର ଗୋଟି ପୁଅ ନୃତ୍ୟ, ଛଉ, ପଶୁ ନୃତ୍ୟ, ସମ୍ବଲପୁରୀ, ଠାରୁ ଆରମ୍ଭ କରି ଖୋର୍ଦ୍ଧାର ପାଇକ ନୃତ୍ୟ ପ୍ରଦର୍ଶନ ସାରା ସହର କୁ ଦୁଲୁକାଇ ଦେଉଥିଲା।
ଚଳିତ ବର୍ଷ ଏହି ମିଳିତ ଭସାଣି ଉତ୍ସବ ରେ ସମସ୍ତ ପ୍ରକାର ବିଶୃଙ୍ଖଳା ପରିଲକ୍ଷିତ ହେଉଥିବା ପରି ଦେଖା ଦେଇଥିଲା । ପ୍ରଶାସନ ସହ ପୂଜା କମିଟି କର୍ମକର୍ତ୍ତା ମାନଙ୍କ ସମନୟ ରହି ନଥିଲା। ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ପୂଜା ପେଣ୍ଡାଲ ର ପୋଲିସ ଫୋର୍ସ ମୃତାୟନ କରିବାକୁ କମିଟି କୁ ତାଲିକା ମାଗିଥିଲେ, କିନ୍ତୁ ତାହା ସେ ନ ପାଇ କିନ୍ତୁ ସାତଦିନ ଧରି ଚାଲିଥିବା ପୂଜା ପେଣ୍ଡାଲ ଖୋଜି ଖୋଜି ଜଣେ ପୋଲିସ କୁ ମୃତୟାନ କରିଥିଲେ । ଭସାଣି ଦିନ ସମସ୍ତ ମେଢ଼ ବିଭିନ୍ନ ସ୍ଥାନ ରୁ ବାହାରି ବିଜେବି ହାଇସ୍କୁଲ ପଡିଆରେ ପହଞ୍ଚି ନିଜ ନାକୁ ତାଲିକା ଭୁକ୍ତ କରି ବନ୍ଦାପନା କରିବା ବିଧି କୁ ଏଥର ବାରଣ କରାଯାଇଥିଲା। ଫଳରେ ଅନେକ ପୂଜା କମିଟି ଏଥର ଏକାଠି ହୋଇ ମେଳଣ କରି ନ ପାରି ଯାଇଥିଲେ।
ନିଶା ମୁକ୍ତ ଭସାଣି ପ୍ରାଣଘାତି ଡି ଜେ ମୁକ୍ତ ରୋଷାଣୀ କେବଳ ସ୍ଲୋଗାନ ରେ ସୀମିତ ରହିଥିଲା। ଭସାଣି ରେ ଡିଜେ ବାଜିବାକୁ ଜିଦ୍ କରି ଅଟଳ ରହିଥିଲେ ଅନେକ କମିଟି। ପ୍ରଶାସନ ମଧ୍ୟ ନିଜ ଜିଦି ରେ ଅଟଳ ଥିଲା। ଅପରାହ୍ନ ୩ଟାରୁ ଆରମ୍ଭ ହେବାକୁ ଥିବା ଭସାଣି ବିଜେବି ହାଇସ୍କୁଲ ରୁ ବାହାରି ରାସ୍ତା ଉପରେ ଅଟକି ଥିଲା। ସନ୍ଧ୍ୟା ୭ଠାରୁ ଆରମ୍ଭ ହେଲା ଭସାଣି। ପ୍ରଶାସନ ପୂଜା କମିଟି ପାଖରେ ମୁଣ୍ଡ ନୁଆଇଁ ଡ଼ିଯେ କୁ ଅନୁମତି ଦେଲା। ଡିଜେ ସହ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଖୋର୍ଦ୍ଧା ଅସ୍ମିତା ପରମ୍ପରାକୁ ମାଟିରେ ମିଶାଇ ଦେଇଥିଲା। ବିଶେଷ କରି କିନ୍ନର ନୃତ୍ୟୁ କୁ ପୂର୍ବରୁ ସଂପୂର୍ଣ୍ଣ ବାରଣ କରାଯାଇଥିଲା। ଚଳିତ ବର୍ଷ ଏହାର ବ୍ୟତିକ୍ରମ ଘଟି କିନ୍ନର ମାନଙ୍କ ନୃତ୍ୟ ଚାଲୁଥିଲା।

ଶୃଙ୍ଖଳିତ କମିଟି କୁ ପୁରସ୍କୃତ କରିବା ପାଇଁ ପ୍ରଶାସନିକ ସ୍ତର ରେ ଏକ ଚୟନ କମିଟି ପୌର ପ୍ରଶାସନ ପକ୍ଷରୁ ନିରୂପଣ ମଞ୍ଚ ରେ ବସି ନିରୀକ୍ଷଣ କରିବା ବ୍ୟବସ୍ଥା ଏଥର ମଧ୍ୟ ହୋଇ ପାରିଲା ନାହିଁ। ମଞ୍ଚ ଉପରେ କାଉନସିଲର ମାନଙ୍କ ସହ ବିଧାୟକ, ସାଂସଦ ଙ୍କ ପ୍ରତିନିଧି ଏବଂ ସେମାନଙ୍କ ସମର୍ଥକ ବସି ଏହି ଆଧୁନିକ କିନ୍ନର ମାନଙ୍କ ନୃତ୍ୟ ଏବଂ ଡିଜେ ବାଦ୍ୟ କୁ ଉପଭୋଗ କରୁଥିଲେ। ଅନ୍ୟ ଏକ ମଞ୍ଚ ରେ କିଛି କଂଗ୍ରେସ କର୍ମୀ ବସି ବିଭିନ୍ନ ପ୍ରକାର ସରକାରୀ ବିରୋଧୀ ଭାଷଣ ପ୍ରଦାନ କରୁଥିବା ଦୃଶ୍ୟ ଲୋକ ମାନେ ଗ୍ରହଣ କରି ପାରି ନଥିଲେ।

ବାଣ ରଖିବା ଗାଡ଼ିରେ ନିଆଁ ହୁଳା ଯିବା ବହୁତ୍ ବିପଦ ପୂର୍ଣ୍ଣ ଥିଲା। ହଜାର ହଜାର ସଂଖ୍ୟାରେ ପିଲା ଠାରୁ ମହିଳା ପର୍ଯ୍ୟନ୍ତ ସମସ୍ତେ ରାସ୍ତା ର ଉଭୟ ପାର୍ଶ୍ଵରେ ଠିଆ ହୋଇ ଭସାଣି ଦେଖୁଥିବା ବେଳେ ଏକ ଭାରିଯାନ ଟଲର ବୁଲୁଥିଲା। ସେଇ ପ୍ରକାର ଭାରିଯାନ ଗଲାବେଳେ ଲୋକମାନେ ନିଜକୁ ସୁରକ୍ଷିତ ମଣୁ ନଥିଲେ। ଆଉ ଏକ ଭୟଙ୍କର ଦୃଶ୍ୟ ରେ ବାହାଘର ଶୋଭାଯାତ୍ରା ଭଳୀ ଏକ ଖୋଲଜିପ ରେ କିଛି ଯୁବକ ଭସାଣି ମଝିରେ ଯିବା ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ସେଇ ଗାଡ଼ି ରେ ଜନୈକ ଲୋକ ପ୍ରତିନିଧି ଥିବାରୁ ଗାଡ଼ି କୁ ଜବତ କରିବା ରେ ପୋଲିସ ପ୍ରଶାସନ ପଛଘୁଞ୍ଚା ଦେଇଥିଲା।ମାଆ ଙ୍କ ଦୟାରୁ କୌଣସି ପ୍ରକାର ଆଶଙ୍କା ଦେଖା ଦେଇ ନଥିଲା। ପ୍ରଶାସନ ପକ୍ଷ ରୁ ଖୋର୍ଦ୍ଧା ଏସପି, ସବ୍ କଲେକ୍ଟର, ତହସିଲ ଦାର, ପୋଲିସ ଇନ୍ସପେକ୍ଟର, ବ୍ୟାପକ ଫୋର୍ସ ସହ ପଇତରା ମାରୁଥିଲେ ମଧ୍ୟ ଏସବୁ ବେନିୟମ ପ୍ରତି ଦୃଷ୍ଟି ଦେଇ ନଥିଲେ। ଦୀର୍ଘ ୧୭ବର୍ଷ ଧରି ଚାଲିଥିବା ମିଳିତ ଭସାଣି ପରମ୍ପରା ସଂପୂର୍ଣ୍ଣ ପାଦରେ ଦଳି ଚକଟି କିଏ ମାଟିରେ ମିଶାଇଲା ତାହା ଖୋର୍ଦ୍ଧା ବାସୀ ଙ୍କ ମଧ୍ୟ ରେ ଏକ ବିରାଟ ପ୍ରଶ୍ନ ହୋଇ ରହିଛି। ଖୋର୍ଦ୍ଧା କୁ ଭବିଷ୍ୟତ ପିଢ଼ି ଙ୍କ ପାଇଁ ଏକ କଳୁଷିତ ସାମ୍ରାଜ୍ୟ ରେ ପରିଣତ କରିବାକୁ ମସୁଧା ଚାଲିଛି। ଏଥି ପ୍ରତି ସମସ୍ତେ ସଚେତନ ହେବା ଉଚିତ୍।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
