ନିଶାମୁକ୍ତ ଭସାଣି, ଡିଜେମୁକ୍ତ ରୋଷଣୀ’ ସଚେତନତା ବାର୍ତ୍ତା ଦେଲା ବରିଷ୍ଠ ନାଗରିକ ମଞ୍ଚ

ଖୋର୍ଦ୍ଧା:  – ସାମାଜିକ ଉତ୍ସବ ଠାରୁ ଆରମ୍ଭ କରି ବିବାହ ଓ ଦେବାଦେବୀ ଙ୍କ ବିସର୍ଜନ ଶୋଭାଯାତ୍ରା କ୍ଷେତ୍ରରେ ସବୁଠି ଡିଜେ.. ଆନନ୍ଦ ଦେବା ପରିବର୍ତ୍ତେ ଦୁଃଖର କାରଣ ସାଜିଛି ଏହି ଡିଜେ..।ଅସହ୍ୟ ହେଲାଣି ପ୍ରାଣଘାତି ଶବ୍ଦ ସୃଷ୍ଟିକାରୀ ଡିଜେବାଦ୍ୟ ।

ଡିଜେ ଶବ୍ଦ ବୟସ୍କ ଓ ଶିଶୁମାନଙ୍କ ଜୀବନ ଉପରେ ବିପଦ ସୃଷ୍ଟି କରିବା ସହିତ ତ ସେମାନଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି। ଏହା ସାଧାରଣ ମଣିଷଙ୍କ ପାଇଁ ମଧ୍ୟ ଯନ୍ତ୍ରଣାଦାୟକ ହୋଇପଡୁଛି। ତେଣୁ ପାର୍ବଣ ଋତୁ ଚାଲିଥିବାରୁ ଚଳିତ ବର୍ଷ ଶୋଭାଯାତ୍ରା ପ୍ରଭୃତିରେ ବିପଦପୂର୍ଣ୍ଣ ଡିଜେ ବାଦ୍ୟକୁ ବାରଣ କରିବାକୁ ଦାବି କରିଛି ଖୋର୍ଦ୍ଧା ବରିଷ୍ଠ ନାଗରିକ ମଞ୍ଚ। ଏହି ମର୍ମରେ ସୋମବାର ମଞ୍ଚ ପକ୍ଷରୁ ସହରରେ ଏକ ସଚେତନତା ଶୋଭାଯାତ୍ରା କରାଯାଇଛି। ମଞ୍ଚର ଶ୍ରୀରାମନଗରସ୍ଥିତ କାର୍ଯ୍ୟାଳୟରୁ ଶତାଧିକ ସଦସ୍ୟ ଜନସଚେତନତା ଶୋଭାଯାତ୍ରାରେ ବାହାରି ଇଗଲ୍ କ୍ଲବ୍, ଖୋର୍ଦ୍ଧା କ୍ଲବ୍, ପୁରୁଣା ବସ୍‌ଷ୍ଟାଣ୍ଡ, ଟ୍ରାଫିକ୍ ଛକ, ଜୟୀ ରାଜଗୁରୁ ଟାଉନ୍ ହଲ୍, ଷ୍ଟେଟ୍ ବ୍ୟାଙ୍କ ଛକ, ହାବେଳି ଛକ, ନୂଆ ବସ୍‌ଷ୍ଟାଣ୍ଡ ରାସ୍ତା ଦେଇ ସହର ପରିକ୍ରମା କରିଥିଲା। ଡାକବାଜି ଯନ୍ତ୍ର ମାଧ୍ୟମରେ ନିଶାମୁକ୍ତ ଭସାଣି-ଡିଜେମୁକ୍ତ ରୋଷଣୀ ସଚେତନତାର ବାର୍ଭା ପ୍ରଚାର କରିବା ସହ ପ୍ରଚାରପତ୍ର ଜନସାଧାରଣଙ୍କ ମଧ୍ୟରେ ବଣ୍ଟନ କରିଥିଲେ I ପ୍ରଶାସନିକ ଅଧିକାରୀ ଶବ୍ଦ ପ୍ରଦୂଷଣ ଆଇନ ଭଙ୍ଗକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବରିଷ୍ଠ ନାଗରିକ ମଞ୍ଚ ଅନୁରୋଧ କରିଛି। ଏହି ଶୋଭାଯାତ୍ରାରେ ମଞ୍ଚର ସମ୍ପାଦକ ରାମଶଙ୍କରଙ୍କ ସମେତ ଶତାଧୂକ ସଦସ୍ୟ ସାମିଲ ହୋଇଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *