ନୂତନ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା

ଖୋର୍ଦ୍ଧା,(୨୨/୦୯) :- ବେଗୁନିଆ ବ୍ଲକ୍ ପୋଡାଡିହ ପଞ୍ଚାୟତ ଅଧିନସ୍ଥ ତଳଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ଭାବେ ଶିକ୍ଷୟିତ୍ରୀ ଜଲି ସ୍ବାଇଁ ଯୋଗଦାନ କରିଛନ୍ତି l ଏହି ଅବସରରେ ବିଦ୍ୟାଳୟ ତରଫରୁ ଉକ୍ତ ଶିକ୍ଷୟିତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଶିକ୍ଷୟିତ୍ରୀ  ଶ୍ରୀମତୀ ସ୍ଵାଇଁ ବାଣପୁର ବ୍ଲକ୍ ରେ ଦୀର୍ଘ ୨୦୧୨ ମସିହାରୁ କାର୍ଯ୍ୟ କରି ଆସୁଥିଲେ ଏବଂ ଏବେ ବଦଳି ହୋଇ ବେଗୁନିଆ ବ୍ଲକ୍ ର ତଳଗଡ ସ୍କୁଲ୍ କୁ  ଆସିଛନ୍ତି ।



ଉକ୍ତ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ସମେତ ବରିଷ୍ଠ ସହକାରୀ ଶିକ୍ଷକ ଅଖିଳେଶ ମହାପାତ୍ର, ଶିକ୍ଷୟିତ୍ରୀ ସାଗରିକା ମାଝୀ, ଇପ୍ସିତା ପଣ୍ଡା, ବିଷ୍ଣୁପ୍ରିୟା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ବିକାଶ ସହିତ ପିଲାମାନଙ୍କ ପ୍ରଗତି ପାଇଁ ସତ ଚେଷ୍ଟା ଜାରି ରଖିବିି ବୋଲି ଯୋଗ ଦେଇଥିବା ଶିକ୍ଷୟିତ୍ରୀ ମତବ୍ୟକ୍ତ କରିଥିଲେ l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *