ଖୋର୍ଦ୍ଧା: (ଶୁଭ ଖବର )ଆଜି ହେଉଛି ସାବିତ୍ରୀ ଅମାବାସ୍ୟା ।ବିଶ୍ୱାସ ରହିଛି ଆଜିର ଦିନରେ ହିନ୍ଦୁ ସମ୍ପ୍ରଦାୟର ସଧବା ନାରୀମାନେ ତାଙ୍କର ସ୍ୱାମୀର ଦିର୍ଘାୟୁ କାମନା ନିମନ୍ତେ ଏହି ବ୍ରତ କରିଥାନ୍ତି ।

ଏହି ଅବସରରେ ଆଜି ଜିଲ୍ଳାର ପ୍ରମୁଖ ମନ୍ଦିର ଗୁଡ଼ିକରେ ସଧବାନାରୀ ମାନଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳିଛି ।ହାତରେ ପାଚିଲାକଦଳୀ, ତାଳସଜ, ପଣସ, ନଡ଼ିଆ, ଲିଚୁକୋଳି ପ୍ରମୁଖ ଭୋଗଲାଗି ପରେ ମନ୍ଦିର ଗୁଡ଼ିକରେ ଦେବାଦେବୀଙ୍କ ପୂଜା ଅର୍ଚ୍ଚନା କରିବା ଦେଖାଯାଇଛି ।ଏଥିସହିତ ସ୍ୱାମୀଙ୍କର ଦିର୍ଘାୟୁ କାମନା କରିଥିବା ଜଣାଯାଇଛି ।

ଖୋର୍ଦ୍ଧା ସହରର ମୁଖ୍ୟତଃ ଧବଳେଶ୍ୱର, ବାଟ ମଙ୍ଗଳା, ଲକ୍ଷ୍ମୀନାରାୟଣ, ଲୋକେଶ୍ୱର, ଲୋକନାଥ, ଦକ୍ଷେଶ୍ୱର, କାମନାମନ୍ଦିର, ଶ୍ରୀରାମନ୍ଦିର, ବାଲୁଙ୍କେଶ୍ୱର, ମା’ମଙ୍ଗଳା ପ୍ରମୁଖ ମନ୍ଦିରରେ ସଧବା ନାରୀଙ୍କର ବେଶ ଭିଡ଼ ଦେଖାଯାଇଛି ।

ପ୍ରବଳ ଗହଳିକୁ ଦେଖି ମନ୍ଦିର ପରିଚାଳନା କମିଟି ତରଫରୁ ନିୟମିତ ରୀତିନୀତି ଓ ଶୃଙ୍ଖଳିତ ଦର୍ଶନ ଉପରେ ବିଶେଷ ଧ୍ୟାନ ଦିଆଯାଇଥିବା ଜଣାଯାଇଛି ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now