ଖୋର୍ଦ୍ଧା : – ବୋଲଗଡ଼ର ନେଳିଆ ପୋଖରୀ ଅଙ୍ଗନବାଡ଼ି କେନ୍ଦ୍ର ନିକଟ ନଡ଼ିଆ ଗଛରେ ଚଢି ନଡ଼ିଆ ପାରୁଥିବା ବେଳେ ୩୩କେଭି କରେଣ୍ଟ ଲାଗି ଯୁବକ ମୃତ। ମୃତକ ଜଣକ ବୋଲଗଡ ଥାନା ଖଙ୍ଗୁରିଆ ଜଗୁ ପରିଡ଼ା (୪୦)। ସେ ସକାଳ ପ୍ରାୟ ୮ଟା ସମୟରେ ନଡ଼ିଆ ଗଛ ଚଢା ମେସିନ ସାହାଯ୍ୟ ରେ ଚଢ଼ିଥିଲେ। ନିକଟରେ ଯାଇଥିବା କଭର ବିହୀନ ତାର ଉପରେ କଞ୍ଚା ବହୁଙ୍ଗା ଲାଗିଯିବା ପରେ ଗଛଟି ଉପରେ ବିଦ୍ୟୁତ୍ ଆଘାତ ଲାଗିବା ସହ ଜଗୁ ମଧ୍ୟ ସେହି ଠାରେ ଟଳି ପଡ଼ିଥିଲେ। ମେସିନିରେ ପାଦ ଲକ୍ ବାରୁ ଗଛ ଉପରେ ଲାଖ୍ ରହିଛନ୍ତି। ଘଟଣାସ୍ଥଳରେ ବୋଲଗଡ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ମଧ୍ୟ ଉତ୍ୟକ୍ତ ଲୋକେ ଗଛରୁ ମୃତଦେହକୁ ବାହାର କରାଇ ଦେଉନାହାନ୍ତି। ଜଗୁଙ୍କୁ କିଏ ଗଛ ଚଢାଇଥିଲା। ତାଙ୍କୁ ଧରିବାକୁ ଅଡି ବସିଛନ୍ତି। ଉତେଜନା ବଢ଼ିବା ସହ ପୁଲିସ ଘଟଣା ଉପରେ ନଜର ରଖୁଛି।

ପରେ ପରେ ଅଗ୍ନି ସମ ବାହିନୀ ଦ୍ଵାରା ଶବ କୁ ଉଧାର କରିବା ସମୟରେ ଶବ ଟି ପଡିଯାଇଥିଲା । ସେଥିପାଇଁ କିଛି ସମୟ ପାଇଁ ଉତ୍ତେଜନା ଦେଖା ଯାଉଥିଲା। ତାପରେ ବୋଲଗଡ଼ ତହସିଲ ସାମ୍ନାରେ ଶବ ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ ସାଧାରଣ ଲୋକ ।

ରେଡ଼କ୍ରସ ଫଣ୍ଡରୁ ନଗଦ 20 ହଜାର ଟଙ୍କା ଓ ବିଦ୍ୟୁତ ଦୁର୍ଘଟଣା ଜନିତ ସହାୟତା ପ୍ରଦାନ ପାଇଁ ତହସିଲଦାର ପ୍ରତିଶୃତି ଦେଲା ପରେ ହଟିଲା ରାସ୍ତାରୋକ । ପ୍ରଶାସନ ଏହା ଉପରେ ଦୃଷ୍ଟି ରଖି ମୃତ ପରିଡ଼ା ର ପରିବାର କୁ ସହାୟତା ରାଶି ପ୍ରଦାନ କରିବାକୁ ସର୍ବ ସାଧାରଣ ରେ ଦାବି ଉଠୁଛି ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
