ବୋଲଗଡ଼, (୧୭।୯):-ରାଜ୍ୟ ସରକାରଙ୍କ ମିଶନ ଶକ୍ତି ପୁନର୍ଗଠନ ନିଷ୍ପତିକୁ ବିରୋଧ କରି ବୋଲଗଡ ବ୍ଲକ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ଜୀବିକା ମିଶନ ଇ.ସି. ସଂଘ ର ମହିଳାମାନେ ତୀବ୍ର ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବ୍ଲକ କାର୍ଯ୍ୟାଳୟ ଆଗରେ ଜୋରଦାର ପ୍ରତିବାଦ କରିଛନ୍ତି । ଜୀବନର ଅଧାରୁ ଅଧିକ ସମୟ ମିଶନ ଶକ୍ତିରେ କାମ କରିବା ପରେ ଏବେ ସରକାର ପୁର୍ନଗଠନ ଆଳରେ ସେମାନଙ୍କୁ ହଟାଇ ଦେବାକୁ ପ୍ରୟାସ କରୁଛନ୍ତି ଓ ଦରକାର ବେଳେ କାର୍ଯ୍ୟରେ ଲଗାଇ ଏବେ ଅନାବଶ୍ୟକ ଭାବରେ ସେମାନଙ୍କୁ ଅଲୋଡ଼ା ବୋଲି ଭାବୁଛନ୍ତି କହି ଅଭିଯୋଗ କରିଛନ୍ତି। ବୋଲଗଡ ମିଶନ ଶକ୍ତି ମହାସଂଘର ଶତାଧିକ ସଦସ୍ୟା ଦାବି ନେଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଦାବି ସମ୍ମିଳିତ ସ୍ଲୋଗାନ ଦେଇ ତୀବ୍ର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ରାଜ୍ୟ ରେ ମିଶନ ଶକ୍ତି ଅଧିନସ୍ଥ ଓଡ଼ିଶା ଜୀବିକା ମିଶନ ର ମହିଳାମାନେ ଏକାଠି ହୋଇ ତାଙ୍କ ଦାବୀ ପତ୍ର ବୋଲଗଡ ବିଡିଓ ଙ୍କୁ ପ୍ରଦାନ କରିଥିଲେ। । ମିଶନ ଶକ୍ତି ବିଭାଗ ଜାରି କରାଯାଇଥିବା ନୂତନ ନିୟମ ପ୍ରତ୍ୟାହାର କରିବା ସହ ହାଇକୋର୍ଟ ରାୟ ଆସିବା ପରେ ଇସି ମାନଙଗଠର ପୁନଃ ଗଠନ ଆଦି ପ୍ରମୁଖ ଦାବି ନେଇ ବୋଲଗଡ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି I ଦାବି ପୂରଣ ନହେଲେ ଭବିଷ୍ୟତ ରେ ଆହୁରି ଜୋରଦାର ଆନ୍ଦୋଳନ ତୃଣମୂଲ ସ୍ତର ରୁ ଆରମ୍ଭ ହେବ ବୋଲି ସଂଘ ଚେତାବନୀ ଦେଇଛି । ବୋଲଗଡ ସଂଘର ସଭାନେତ୍ରୀ ଶୌଳବାଳା ବାହିନୀପତି ସମ୍ପାଦିକା ଗୀତା ମହାନ୍ତିଙ୍କ ସମେତ ମିଶନ ଶକ୍ତିର ଶତାଧିକ ଇ ସି ମହିଳାମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now