ଖୋର୍ଦ୍ଧା :-(ଶୁଭ ଖବର)ରାତି ପାହିଥିଲେ ପାଳନ କରିଥାନ୍ତେ ସାବିତ୍ରୀ ବ୍ରତ ।ହେଲେ ବିଧାତା ତାହା କରାଇଦେବାକୁ ସୁଯୋଗ ଦେଲାନି ।ହୃଦଘାତରେ ଚାଲିଗଲା ସାବିତ୍ରୀ ବ୍ରତ ପାଳନ କରିବାକୁ ପ୍ରସ୍ତୁତ ହେଉଥିବା ସାବିତ୍ରୀ ଙ୍କ ଜୀବନ ।ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ତଥା ବେଗୁନିଆ ବ୍ଲକର ବୋତଳମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଛତ୍ରପଡା ଗ୍ରାମରେ । ପ୍ରାପ୍ତ ବିବରଣୀରୁ ପ୍ରକାଶ ଛତ୍ରପଡା ଗ୍ରାମ ମଝିସାହିର ପ୍ରଭାକର ମଂଗରାଜଙ୍କ ଧର୍ମପତ୍ନୀ ଯଶୋଦା ମଂଗରାଜ(୬୨)ଙ୍କ ଶରୀର ଅସୁସ୍ଥ ହେବାରୁ ରବିବାର ସଂଧ୍ୟାରେ ତାକୁଂ ଚିକିତ୍ସା ନିମନ୍ତେ ସ୍ଥାନୀୟ ବୋତଳମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ।ସେ ଜଣେ ହ୍ରଦରୋଗୀ ହୋଇଥିବାରୁ ହୃଦଘାତରେ ତାକଂର ଅକାଳବିୟୋଗ ଘଟିଥିବା ଜଣାପଡିଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now