ବେଗୁନିଆ,୮/୯: – ବେଗୁନିଆ ଥାନା ଅନ୍ତର୍ଗତ ପିଚୁକୁଳି ସ୍ଥିତ ନେତାଜୀ ସୁବାଷ ବୋଷ ଛକ ଠାରେ ରବିବାର ଦିନ ରାତିରେ ପୁଲିସ ପାଟ୍ରୋଲିଙ୍ଗ କରୁଥିବା ବେଳେ ଅଭିଯୁକ୍ତ ଜଣକ ୮.୨୭ ଗ୍ରାମ ବ୍ରାଉନସୁଗାର ଧରି ବାଇକରେ ଯାଉଥିବା ସମୟରେ ଧରିଥିଲେ। ବେଗୁନିଆ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡାଙ୍କ ନିର୍ଦ୍ଦେଶ ଓ ଉପ ନୀରିକ୍ଷକ ଉମାକାନ୍ତ ବେହେରାଙ୍କ ତତ୍ବାବଧାନରେ ଏଏସଆଇ ମନୋଜ କୁମାର ଶତପଥି,ଜଗନ୍ନାଥ ପୂଜାରୀ, ସିପାହୀ ପ୍ରଦୀପ କୁମାର ବେହେରା, ଶ୍ରୀ ନିବାସ କୁମାର ବାରିକ ଓ ପବନା ରାଉତରାୟ ପ୍ରମୁଖ ରାତ୍ରରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ରାଜସୁନାଖଳାରୁ ଅଭିଯୁକ୍ତ ମନୋଜ କୁମାର ମାଝୀ ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ନିଜ ଗ୍ରାମ କୁପିନ୍ଦାକୁ ବାଇକ ଯୋଗେ ଯାଉଥିବା ବେଳେ ପୁଲିସ ହାତରେ ଧରା ପଡ଼ି ଯାଇଥିଲେ। ତାଙ୍କ ପାଖରୁ ୮.୨୭ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା ପୋଲିସ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮୦ ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ଜଣା ପଡିଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
