ସାଇ ସୋନୁ ଅଳଙ୍କାର ଲୁଟ ର ପର୍ଦ୍ଦାଫାଶ କଲା ପୋଲିସ

ଖୋର୍ଦ୍ଧା, (୦୨/୦୯):- ସାଇ ସୋନୁ ଅଳଙ୍କାର ଛଣଗିରି , ଲୁଟ ଘଟଣା ରେ ଚାରି ଅଭିଯୁକ୍ତ ଙ୍କ ସହ ସେମାନଙ୍କ ଠାରୁ ୯୦୦ଗ୍ରାମ ସୁନା, ୨୩୬୩ ଗ୍ରାମ ରୂପେ, ୯.୪୫ ଲକ୍ଷ ଟଙ୍କା, ଗୋଟେ ଦେଶୀ ବନ୍ଧୁକ ସହ ଭୁଜାଲି ଜବତ କରିଛି ପୋଲିସ ।

ଗତ ୨୪ ଅଗଷ୍ଟ ରେ ଘଟିଥିଲା ଏ ଘଟଣା । ଅଭିଯୋଗକାରିଣୀ ଅରୁନ୍ଧତୀ ସାହୁ ଦର୍ଶାଇଛନ୍ତି ଯେ ଅଭିଯୁକ୍ତ ମାନେ ୧୧.୫୦୦ ଗ୍ରାମ ସୁନା , ୫କେଜି ରୂପା ଯାହାର ମୂଲ୍ୟ ୧୧କୋଟି ୫୫ ଲକ୍ଷ ଟଙ୍କା । ଏହି ଲୁଟେରା ଗ୍ୟାଙ୍ଗ ରେ ୧୦ ଜଣ ସଂପୃକ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ ୮ଜଣ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ତିନି ଜଣ ଙ୍କ ଠାରୁ ୯୦୦ଗ୍ରାମ ସୁନା, ୨୩୬୩ ଗ୍ରାମ ରୂପେ, ୯.୪୫ ଲକ୍ଷ ଟଙ୍କା, ଗୋଟେ ଦେଶୀ ବନ୍ଧୁକ ସହ ଭୁଜାଲି ଜବତ କରିଛି ପୋଲିସ ।

Advertisement

ଏହି ରାକେଟ ର ପର୍ଦ୍ଦାଫାଶ ପାଇଁ ଏକ ମିଳିତ ଟିମ୍ କେନ୍ଦ୍ରାଞ୍ଚଳ ଡି ଆଇ ଜି ଡଃ ସତ୍ୟଜିତ ନାୟକ, ଖୋରଧା ଏସ ପି ବିବେକାନନ୍ଦ ଶର୍ମା, ଅତିରିକ୍ତ ଏସ ପି ଶ୍ରୀନିବାସ ମହନ୍ତି ଙ୍କ ନେତୃତ୍ୱରେ ଏସଡିପିଓ, ଖୋରଧା , ବାଲୁଗାଁ, ଜଂକିଆ, ସଦର, ନିରାକାର ପୁର, ବାଲୁଗାଁ, ବାଣପୁର ଟାଙ୍ଗି ଓ ଖୋରଧା, ନୟାଗଡ, କଟକ, ପୁରୀ ଜିଲ୍ଲା ର ସ୍ପେସିଆଲ ସ୍କ୍ୱାର୍ଡ ଗଠନ କରାଯାଇଥିଲା ଓ ଏହି କେସ ର ସଫଳତା ପାଇଁ ଇନଭେଷ୍ଟିଗେସନ ରେ ସହଯୋଗ କରିଥିବା ଏସ ପି ନୟାଗଡ, କଟକ ( ଗ୍ରାମାଞ୍ଚଳ) , ପୁରୀ ଓ ଡି ସିପି , ୟୁପିଡି କଟକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରାଞ୍ଚଳ ଡି ଆଇ ଜି ଡଃ ସତ୍ୟଜିତ ନାୟକ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *