ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ସରକାର

ଭୁବନେଶ୍ୱର :-  ଆଇପିଏସ ସ୍ତରରେ ଅଦଳବଦଳ। ୧୭ ବରିଷ୍ଠ ଆଇପିଏସଙ୍କୁ ବଦଳି କରିଛନ୍ତି ସରକାର। ଏହା ସହ ୮ ଏପସିଙ୍କୁ ବଦଳି କରାଯାଇଛି। ଏ ନେଇ ଗୁରୁବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସନ୍ତୋଷ ବାଲାଙ୍କୁ ଏସଏଫଏସଏଲଙ୍କୁ ନିର୍ଦ୍ଦେଶକ ଦାୟିତ୍ଵ ଦିଆଯାଇଛି। ଏସ୍ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଙ୍ଗ ଦାୟିତ୍ଵ ଦିଆଯାଇଛି। ସତୀଶ କୁମାର ଗଜଭିଏ ହେଲେ ସ୍ପେଶାଲ ଆର୍ମଡ୍ ପୋଲିସ ଆଇଜି। ସଞ୍ଜୟ କୁମାର କୌଶଲଙ୍କୁ ଇଓଡବ୍ଲ୍ୟୁ ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ଅବିନାଶ କୁମାରଙ୍କୁ ଷ୍ଟେଟ୍ କ୍ରାଇମ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ ପଦରେ ନିଯୁକ୍ତ କରାଯାଇଛି। ସତ୍ୟଜିତ ନାୟକଙ୍କୁ ପୋଲିସ ସେଣ୍ଟ୍ରାଲ ରେଞ୍ଜ ଡିଆଇଜି ପଦରେ ନିଯୁକ୍ତି ମିଳିଛି। ପିନାକ ମିଶ୍ରଙ୍କୁ ପୋଲିସ ଇଷ୍ଟର୍ଣ୍ଣ ରେଞ୍ଜ ଡିଆଇଜି ଏବଂ ସ୍ମିଥ ପରମାରଙ୍କୁ କ୍ରାଇମବ୍ରାଞ୍ଚ ଏସପି ଭାବେ ଅବସ୍ଥାପିତ କରାଯାଇଛି।

ସେହିପରି ୮ ଜିଲ୍ଲାରେ ଏସପି ବଦଳିଛନ୍ତି। ପ୍ରତୀକ ସିଂଙ୍କୁ ପୁରୀ ଏସପି ଭାବେ ବଦଳି କରାଯାଇଛି। ପ୍ରତ୍ୟୁଷ ଦିବାକର ବାଲେଶ୍ବର ଏସପି, ବିନୀତ ଅଗ୍ରଓ୍ଵାଲଙ୍କୁ  କଟକ ଗ୍ରାମାଞ୍ଚଳ ଏସପି, ରାଜ ପ୍ରସାଦଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସପି, ଜି ରେଡ୍ଡୀ ରାଘବେନ୍ଦ୍ର ଝାରସୁଗୁଡ଼ା ଏସପି, ଅଙ୍କିତ କୁମାର ବର୍ମା ଜଗତସିଂହପୁର ଏସପି, ଅମିତ୍ରପାଲ ସିଂ ନୂଆପାଡ଼ ଏସପି, ଅମିତ୍ରପାଲ କୌରଙ୍କୁ ସୁନ୍ଦରଗଡ଼ ଏସପି ଭାବେ ବଦଳି କରାଯାଇଛି। ଭବାନୀ ଶଙ୍କର ଉଦଗାତାଙ୍କୁ କଟକ ଏସପି ଭାବେ ନିଯୁକ୍ତ କରାଯାଇଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *