ଶ୍ରେୟ ରାଜନୀତି ଲାଗି ଘୋଷଣା କରୁନାହାନ୍ତି ସରକାର
ବାଦ୍ ପଡ଼ିଥିବା ଅଞ୍ଚଳରେ ଜନ ଅସନ୍ତୋଷ ତେଜୁଛି
ଭୁବନେଶ୍ୱର,( ୨୦/୦୮): – ବିଜେଡି ସରକାର ରାଜ୍ୟରେ ୫୬ଟି ନୂଆ ଏନଏସି ଘୋଷଣା କରିଥିଲେ, ଯାହା ମଧ୍ୟରୁ କେବଳ ୧୨ଟି ଅଞ୍ଚଳକୁ ଏନଏସି ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ବିଜୁ ଜନତା ଦଳ କଡ଼ା ସମାଲୋଚନା କରିଛି। ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବିଧାୟକ ତଥା ବରିଷ୍ଠ ସାଧାରଣ ସମ୍ପାଦକ ଦିବ୍ୟ ଶଙ୍କର ମିଶ୍ର ଓ ବିଧାୟକ ତଥା କଳାହାଣ୍ଡି ଜିଲ୍ଲା ସଭାପତି ପ୍ରଦୀପ ଦିଶାରୀ ରାଜ୍ୟ ସରକାରଙ୍କ ଏହି ନିଷ୍ପରି ବିରୋଧରେ ବର୍ଷିଛନ୍ତି।
ଦିବ୍ୟ ଶଙ୍କର ମିଶ୍ର କହିଥିଲେ, ସରକାର ଏକ ନିରନ୍ତର ପ୍ରକ୍ରିୟା। ପୂର୍ବ ବିଜେଡି ସରକାରଙ୍କ ଦ୍ବାରା ନିଆଯାଇଥିବା ନିଷ୍ପରିକୁ କାର୍ଯ୍ୟକାରୀ କରିବାକୁ ବର୍ତ୍ତମାନର ବିଜେପି ସରକାର ରାଜନୈତିକ ଦୃଷ୍ଟିକୋଣରୁ ପଛଘୁଞ୍ଚା ଦେବା ଦୁର୍ଭାଗ୍ୟଜନକ। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ବିଜେଡି ସରକାର ୫୬ଟି ଏନଏସି ଘୋଷଣା କରିଥିଲେ । କିନ୍ତୁ, ବର୍ତ୍ତମାନର ବିଜେପି ସରକାର ମାତ୍ର ୧୨ଟି ଅଞ୍ଚଳକୁ ସ୍ୱୀକୃତି ଦେବା, ରାଜ୍ୟର ବିକାଶକୁ ପଛକୁ ନେବା ସଦୃଶ୍ୟ । ଗତ ୧୪ ମାସର ବିଜେପି ସରକାର ସମୟରେ ରାଜ୍ୟର ବିକାଶ ଠପ୍ ହୋଇଯାଇଛି । ବିଜେଡି ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ପ୍ରକଳ୍ପ ଗୁଡିକର ଅଗ୍ରଗତି ପରିଲକ୍ଷିତ ହେଉ ନାହିଁ । ରାଜ୍ୟ ସରକାର ତୁରନ୍ତ ବାକି ରହିଯାଇଥିବା ୪୪ଟି ଅଞ୍ଚଳକୁ ଏନଏସି ଘୋଷଣା କରନ୍ତୁ ।
ପ୍ରଦୀପ ଦିଶାରୀ କହିଥିଲେ, କଳାହାଣ୍ଡି ଜିଲ୍ଲାରେ ମଦନପୁର ରାମପୁର, ନର୍ଲା, ଜୟପାଟଣା ଓ ନୂଆପଡା ଜିଲ୍ଲାର ସିନାପାଲିକୁ ଏନଏସି କରାଯିବ ବୋଲି ବିଜେଡି ସରକାରଙ୍କ ଦ୍ଵାରା ଘୋଷଣା କରାଯାଇଥିଲା। କିନ୍ତୁ, ବର୍ତ୍ତମାନର ବିଜେପି ସରକାରଙ୍କ ଦ୍ଵାରା ଘୋଷିତ ହୋଇଥିବା ୧୨ଟି ଏନଏସି ମଧ୍ୟରେ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଗୋଟିଏ ବି ପୂର୍ବ ଘୋଷିତ ଅଞ୍ଚଳ ଏନଏସି ମାନ୍ୟତା ପାଇନାହିଁ, ଯାହା ଏହି ଦୁଇ ଜିଲ୍ଲାବାସୀଙ୍କୁ ନିରାଶ କରିଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପରି ଦୁଇ ଜିଲ୍ଲାକୁ ପ୍ରତାରିତ କରିଛି, ଯେଉଁ କାରଣରୁ ସରକାରଙ୍କ ବିରୋଧରେ ଜନଅସନ୍ତୋଷ ସୃଷ୍ଟି ହୋଇଛି । ରାଜ୍ୟ ସରକାରଙ୍କୁ ଆମେ ଚେତାବନୀ ଦେଉଛୁ ଯେ, ସରକାର ତୁରନ୍ତ ନିଷ୍ପଭିର ପୁନଃର୍ବିଚାର କରି ପୂର୍ବ ଘୋଷିତ ସ୍ଥାନ ଗୁଡିକୁ ଏନଏସିର ମାନ୍ୟତା ଦିଅନ୍ତୁ, ନଚେତ ବିଜେଡି ଏହା ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ । ସେହି କ୍ରମରେ ବେଗୁନିଆ ରେ ଆସନ୍ତାକାଲି ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now