ଆଲୋଚନା ଚକ୍ର ଓ କବିତା ପାଠ – ସାମ୍ପ୍ରତିକ ସମାଜ ଓ ସନ୍ତ୍ରସ୍ତ ନାରୀ

ଖୋର୍ଦ୍ଧା,  ୧୬ / ୮ ( ଶୁଭ ଖବର  ) :  ବେଗୁନିଆ ବ୍ଲକ ସାରୁଅ ପଞ୍ଚାୟତ ମୁଖ୍ୟାଳୟରେ ଅବସ୍ଥିତ ଅଞ୍ଚଳର ଆରାଧ୍ୟା ଠାକୁରାଣୀ ” ମା ‘ ଗହିରୀ ବଘେଇ ” ଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି  ଏକ ସାହିତ୍ୟ ଆସର ।ମନ୍ଦିର ପରିଚାଳନା କମିଟି ଆନୁକୂଲ୍ୟରେ  ଆୟୋଜିତ  “ସାମ୍ପ୍ରତିକ ସମାଜ ଓ ସନ୍ତ୍ରସ୍ତ ନାରୀ ” ଶୀର୍ଷକ ଆଲୋଚନା ଚକ୍ର ଓ କବିତା ପାଠରେ  ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ମାଣ୍ଡୋଇ ପୌରୋହିତ୍ୟ କରିଥିଲେ । ପ୍ରଥମେ  ସେବକ  ବାସୁଦେବ ସାହୁ ଓ ଗଙ୍ଗାଧର ସାହୁ ମା ‘ ଗହିରୀ ବାଘଇ’ଙ୍କ ପୂଜାର୍ଚ୍ଚନା କରିଥିଲେ  । ଗାୟକ ବସନ୍ତ କୁମାର ଦାସଙ୍କ ମଙ୍ଗଳା ଚରଣ ପାଠ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେବାସହ ସ୍ୱରଚିତ  ଆବାହନୀ ସଙ୍ଗୀତ ଗାନ କରିଥିଲେ  । ଏଥିରେ  ପୂର୍ବତନ ପ୍ରଶାସନିକ ଅଧିକାରୀ ଓ  କଥାକାର   ସୁରେଶ ଛୋଟରାୟ ମୁଖ୍ୟ ଅତିଥି, ରସାୟନବିଜ୍ଞାନୀ ଡ. ହରିପ୍ରସାଦ ଦାସ ମୁଖ୍ୟ ବକ୍ତା, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ସୁଧାକର ସାମନ୍ତରାୟ , ସ୍ଥାନୀୟ ସରପଞ୍ଚ ରଞ୍ଜିତା ମହାଭୋଇ ଓ କବୟିତ୍ରୀ ଡ. ଗୀତାଞ୍ଜଳି ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ  କେବଳ ଆଇନ ନୁହେଁ, ବ୍ୟାପକ  ଜନସଚେତନତା ସହ  ଶୁଦ୍ଧ ଓ ସକାରାତ୍ମକ   ଦୃଷ୍ଟିଭଙ୍ଗୀ ଆପଣାଇଲେ ନାରୀ ନିର୍ଯାତନା ଦୂର ହୋଇପାରିବ ବୋଲି ମତବ୍ୟକ୍ତ  କରିଥିଲେ  ।

ଆଲୋଚନା ଚକ୍ର ଓ କବିତା ପାଠ ରେ ଯୋଗଦେଇଥିବା ମହାନ୍ ବ୍ୟକ୍ତିତ୍ଵ

ଏହି ଅବସରରେ ଶିକ୍ଷକ ଲକ୍ଷ୍ମୀଧର ମହାପାତ୍ରଙ୍କ  ସଂଯୋଜନାରେ   ଅନୁଷ୍ଠିତ କବିତା ପାଠରେ  କବୟିତ୍ରୀ ମାନସୀ ଦାସ , ବାସନ୍ତୀ ମହାପାତ୍ର, କବି ଦିବ୍ୟଲୋଚନ ଭାରିମଲ , ଲୁଣ୍ଡୁ ତ୍ରିପାଠୀ, ବଂଶୀଧର ପଣ୍ଡା,  ଧନଞ୍ଜୟ  ଶ୍ରୀଚନ୍ଦନ ମହାପାତ୍ର , ବସନ୍ତ କୁମାର ସାହୁ , ଗୁରୁକୁମାର ପାଣିଗ୍ରାହୀ , ଅଧ୍ୟାପକ ରଙ୍କନିଧି  ବଳିୟାରସିଂହ , ଶିକ୍ଷାବିତ ହରିବନ୍ଧୁ ପଣ୍ଡା , ବ୍ରଜବନ୍ଧୁ ପଣ୍ଡା, ଭାଗବତ ମହାପାତ୍ର, ବସନ୍ତ କୁମାର ମହାପାତ୍ର,  ଅଶ୍ବିନୀ କୁମାର ପଟ୍ଟନାୟକ , ରସାନନ୍ଦ ସାମନ୍ତରାୟ ,ଦୀନବନ୍ଧୁ ଦାଶ ,ଜହ୍ନମଣି ଦେଇ ଓ ବିଜୟଲକ୍ଷ୍ମୀ ଷଡ଼ଙ୍ଗୀ  ପ୍ରମୁଖ ବହୁ କବି ଓ କବୟିତ୍ରୀ ଅଂଶଗ୍ରହଣ  କରିଥିଲେ । ଶେଷରେ ଗାୟକ ହରିହର ମହାପାତ୍ର ଉଦଯାପନୀ ସଙ୍ଗୀତ ଗାନ କରିଥିବା ବେଳେ ଶିକ୍ଷକ ଦାଶରଥି  ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *