ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ

ପ୍ୟାରେଡ ରେ ଅଭିବାଦନ ଗ୍ରହଣ କଲେ ବିଧାୟକ ପ୍ରଦୀପ କୁମାର ସାହୁ

ଖୋର୍ଦ୍ଧା :- ୭୯ ତମ ସ୍ବାଧିନତା ଦିବସ ଅବସରରେ ବେଗୁନିଆ ବ୍ଲକ୍ ପ୍ରଶାସନ ଦ୍ଵାରା ତଥା ତହସିଲଦାର, ବେଗୁନିଆ,ତାପସ କୁମାର ବିଶି  ଙ୍କ ତତ୍ତ୍ୱାବଧାନରେ ଆୟୋଜିତ  ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ସମାରୋହ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଯୋଗଦେଇ  ଜାତୀୟ ପତାକା ଉତ୍ତୋଳନ କରିବା ସହ ସାମୁହିକ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଛନ୍ତି ।

ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଚନ୍ଦ୍ର ଲେଙ୍କାଙ୍କ ସଂଯୋଜନା ରେ ଅନୁଷ୍ଠିତ ସାମୁହିକ ପ୍ୟାରେଡ ଓ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ଏହି ସମାରୋହ ରେ ମୁଖ୍ୟ ଅତିଥି ଓ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା ।

ସାମୁହିକ ପ୍ୟାରେଡ ରେ ବେଗୁନିଆ ର ୭ ଗୋଟି ବିଦ୍ୟାଳୟ ର ବହୁ ଦଳ ଅଂଶଗ୍ରହଣ କରିଥିଲେ । ସେହି ବିଦ୍ୟାଳୟ ଗୁଡ଼ିକ ହେଲା ଗୋପବନ୍ଧୁ ହାଇସ୍କୁଲ, ଗାର୍ଲ୍ସ ହାଇସ୍କୁଲ, ଆଦର୍ଶ ବିଦ୍ୟାଳୟ, ନାଳନ୍ଦା ପବ୍ଲିକ ସ୍କୁଲ,ସରସ୍ଵତୀ ଶିଶୁ ମନ୍ଦିର,ଜାଭିୟର ସ୍କୁଲ, ଗାଇଡାନ୍ସ  ସ୍କୁଲ ।ଏମାନଙ୍କ ମଧ୍ୟରୁ ପ୍ୟାରେଡ ରେ ଗୋପବନ୍ଧୁ ହାଇସ୍କୁଲ ପ୍ରଥମ, ଗାର୍ଲ୍ସ ହାଇସ୍କୁଲ ଦ୍ୱିତୀୟ , ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରି ଏହି ପବିତ୍ର ଦିନରେ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ହୋଇ ଛନ୍ତି ।

ଏହି ଅବସରରେ ବେଗୁନିଆ ବ୍ଲକ୍ ରେ ବରିଷ୍ଠ ଶିକ୍ଷାବିତ୍ ଭଗବାନ ପଣ୍ଡା ଓ ପ୍ରତିଭା ଚୟନ କମିଟି ଦ୍ଵାରା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଓ ସମାଜ କୁ ଉଲ୍ଲେଖନୀୟ  ଅବଦାନ ଥିବା ବ୍ୟକ୍ତିତ୍ଵ ଙ୍କୁ ବିଧାୟକ ଶ୍ରୀ ସାହୁ ଓ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି । ସେମାନେ ହେଲେ ମହିଳା ସ୍ୱାସ୍ଥ୍ୟ କର୍ମୀ ସବିତା ପ୍ରଧାନ, ଆଶା ଝୁନି ସେଠୀ, ଅଙ୍ଗନୱାଡି କର୍ମୀ ସବିତା ପ୍ରଧାନ, ପୋଲିସ ସବ୍ ଇନସ୍ପେକ୍ଟର ସୁଦୀପ୍ତ। ରାଉତରାୟ, କମଳ ଲୋଚନ ମହାନ୍ତି, ଶୌମ୍ୟଶ୍ରୀ ଦାସ, ମାଟ୍ରିକ ପରୀକ୍ଷା ରେ ବେଗୁନିଆ ପାଇଁ ଗର୍ବ ଆଣିଥିବା ରୂପାଲି ରାଉତରାୟ, ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ଭବାନୀ ପ୍ରସାଦ ଆଚାର୍ଯ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ ସୌମ୍ୟ ରଂଜନ ପ୍ରଧାନ, ଶିକ୍ଷୟତ୍ରୀ ସ୍ମୃତି ସ୍ମିତା ବେହେରା ଓ ଲିଙ୍ଗରାଜ ପରମଗୁରୁ ପ୍ରମୁଖ ।

୭୯ ତମ ସ୍ବାଧିନତା ଦିବସ ଉପଲକ୍ଷେ ବ୍ଲକ୍ ସ୍ତରୀୟ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ତିନୋଟି ବିଭାଗ ଯଥା କନିଷ୍ଠ , ବରିଷ୍ଠ ଓ ଉଚ୍ଚ ମାଧ୍ୟମିକ ବିଭାଗ କରାଯାଇ ରଚନା, ବକ୍ତୃତା, କୁଇଜ୍ ଓ ସଙ୍ଗୀତ ପ୍ରତିଯୋଗିତା କରାଯାଇଥିଲା । ପ୍ରତ୍ୟେକ ବିଭାଗର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିବା ୧୨ ଜଣ ଲେଖାଏଁ ୪୮ ଜଣ ଛାତ୍ରଛାତ୍ରୀ ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।

ଆଜି ମଞ୍ଚ ରେ ଅତିଥି ଭାବେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ସେମାନେ ହେଲେ ଅଧ୍ୟକ୍ଷ, ପଞ୍ଚାୟତ ସମିତି ବେଗୁନିଆ, ଲକ୍ଷ୍ମୀଧର ସୁବୁଦ୍ଧି,ଜିଲ୍ଲା ପରିଷଦ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ, ଉପାଧ୍ୟକ୍ଷ। ସାବିତ୍ରୀ ମହାପାତ୍ର, ବିଡ଼ିଓ ସନ୍ତୋଷ କୁମାର ଜେନା, ବରିଷ୍ଠ ଶିକ୍ଷାବିତ୍ ଭଗବାନ ପଣ୍ଡା, ଫାୟାର ଅଫିସର ରୁଦ୍ର ମାଧବ ମଲ୍ଲିକ, ବେଗୁନିଆ ସରପଞ୍ଚ ସତ୍ୟ ନାରାୟଣ ପ୍ରଧାନ ପ୍ରମୁଖ ।

ଏହି ପବିତ୍ର ଉତ୍ସଵ ପରିଚାଳନା ଓ ସଂଯୋଜନା କରିଥିଲେ ପୂର୍ବତନ ସରପଞ୍ଚ ତଥା ବିଧାୟକ ବେଗୁନିଆ ପ୍ରତିନିଧି ପ୍ରଶାନ୍ତ ବେହେରା, ଶିକ୍ଷକ ଅଖିଳେଶ ମହାପାତ୍ର, ସାଗର ବରାଳ, ଶିକ୍ଷକ ସରୋଜ ବେହେରା ଓ ଉପସ୍ଥିତ ପ୍ରତ୍ୟେକ ପଞ୍ଚାୟତ ର ନିର୍ବାଚିତ ପ୍ରତିନିଧି ଓ ସଂଗ୍ରାମୀ ବନ୍ଧୁ ଗଣ । ଏଭଳି ଆୟୋଜନକୁ ପ୍ରଂଶସା କରିଛନ୍ତି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ସାହୁ ଙ୍କ ସମେତ ସମଗ୍ର ଅଞ୍ଚଳ ବାସି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *