ଖୋର୍ଦ୍ଧା :- କାଇପଦର ସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ କିଶୋର ଛୋଟରାୟ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରାରେ ମହାବିଦ୍ୟାଳୟର ଅଧ୍ୟାପକ ,ଅଧ୍ୟାପିକା ଓ କର୍ମଚାରୀ ମାନଙ୍କ ସହିତ ସମସ୍ତ ଛାତ୍ର ଛାତ୍ରୀ ପାଞ୍ଚଶହ ଫୁଟ ଲମ୍ବ ତ୍ରିରଙ୍ଗା ପତାକାଧରି ନିକଟସ୍ଥ ଗ୍ରାମ ମାଧପୁରୁ ସାଆନ୍ତା, କାଇପଦର ରପରିକ୍ରମା କରିବା ସହିତ ଘରେଘରେ ତ୍ରିରଙ୍ଗା ପତାକା ବଣ୍ଟନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର NSS NCC YRC ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଶୋଭାଯାତ୍ରାଟିକୁ ପରିଚାଳନ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now