ଖୋର୍ଦ୍ଧା-୧୩/୦୮- ଖୋର୍ଦ୍ଧା ପୌର ପରିଷଦ ଅଧିନସ୍ଥ 22 ଗୋଟି ୱାର୍ଡ ର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ସହର ର ମୁଖ୍ୟ ରାସ୍ତା କଡ଼ ଏବଂ ଗଳି କନ୍ଦି ରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଦୀର୍ଘ ସମୟ ଧରି ପଡି ରହୁଛି l ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖ ।

ଦୈନନ୍ଦିନ ବାହାରୁଥିବା ଅଳିଆ ଆବର୍ଜନା ଗୁଡିକୁ ସହର କିଛି ବ୍ୟବସାୟୀ ବନାଞ୍ଚଳ ଅଧୁକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଫୋପାଡ଼ି ଦେଉଥିବାରୁ ସେଠାରେ ଏକ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ, ଜନ ସାଧାରଣ ସେହି ରାସ୍ତା ଦେଇ ଯିବା ଆସିବା କରିବା ସମୟରେ ଅଶ୍ୱସ୍ତିକର ଅନୁଭବ କରୁଛନ୍ତି ।

ଅଳିଆ ଆବର୍ଜନା ପକେଇବା ଦ୍ୱାରା ଡ୍ରେନ ଟି ପୋତି ହୋଇଯାଇଛି, ଫଳରେ ବର୍ଷା ଜଳ ସେହି ବାଟ ଦେଇ ପ୍ରଭାବିତ ହେବା ସମୟରେ ଅଳିଆ ଆବର୍ଜନା ଗୁଡିକ ରାସ୍ତା ରେ ଭାସୁଥିବା ଦେଖିବାକୁ ମିଳୁଛି l ଏ ସମ୍ପର୍କ ରେ ସ୍ଥାନୀୟ ଅଧିବାସୀ ଖୋର୍ଦ୍ଧା ପୌର ପରିଷଦ କର୍ତ୍ତୃପକ୍ଷ ଙ୍କ ବହୁବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାର କୌଣସି ସୁଫଳ ମିଳିପାରିନାହିଁ ।

କେବଳ କାଗଜ କଲମ ରେ ଖୋର୍ଦ୍ଧା ସହର କୁ ସରସ ସୁନ୍ଦର ପ୍ରୟାସ ଜାରି ରହିଛି l ଯାହାକୁ ନେଇ ଖୋର୍ଦ୍ଧା ସହର ବାସି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି l କୁଢ଼ କୁଢ଼ ଅଳିଆ ଆବର୍ଜନା ରେ ଖୋର୍ଦ୍ଧା ସହର ଆଜି ଭରପୁର ହୋଇ ପଡିଛି l ଯାହାଫଳରେ ସହର ରେ ମଶା ବଂଶ ବୃଦ୍ଧି ପାଇବାରେ ଲାଗିଛି l ଏଥିପ୍ରତି ଜ଼ିଲ୍ଲା ପ୍ରଶାସନ ବିଶେଷ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l
Subha Khabar is now on Whatsapp
Join and get latest news update delivered to you via whatsapp
Join Now
