ଖୋର୍ଦ୍ଧା: ରକ୍ଷା ବନ୍ଧନ ଏକ ସ୍ନେହ ବନ୍ଧନ ର ପ୍ରତୀକ। ଭଉଣି ତାର ଭାଇ ହାତରେ ରାକ୍ଷୀ ଟିଏ ବାନ୍ଧି ଶୁଭ ମନାସିବା ସହ ସାରା ଜୀବନ ସୁରକ୍ଷା ମାଗିଥାଏ।

ଏହି ପରମ୍ପରା କୁ ଭିତ୍ତି କରି ଖୋର୍ଦ୍ଧା ର ବିଡ଼ିଏ କଲୋନୀ ସ୍ଥିତ ସିଗମା ପବ୍ଲିକ ସ୍କୁଲ୍ ରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଶିକ୍ଷୟତ୍ରୀ ସୁମିତା ତ୍ରିପାଠୀ ଏବଂ ଶୁଭଦର୍ଶିନି ଦାସ ଙ୍କ ସଂଯୋଜନା ରେ ଆୟୋଜିତ ଉତ୍ସବ ରେ ସମସ୍ତ ଛାତ୍ରୀ ଏକାଠି ହୋଇ ନିଜ ହାତରେ ରାକ୍ଷୀ ପ୍ରସ୍ତୁତ କରିଥିଲେ। ନିଜ ହାତ ରେ ପ୍ରସ୍ତୁତ ରାକ୍ଷୀ କୁ ଶ୍ରେଣୀ ସହପାଠୀ ଭାଇ ମାନଙ୍କ ହାତରେ ବାନ୍ଧିଥିଲେ। ଭାଇ ମାନଙ୍କୁ ଫୁଲ ,ଚନ୍ଦନ, ସିନ୍ଦୂର, ଅରୁଆ ଚାଉଳ ପିନ୍ଧାଇ ମହାପ୍ରଭୁଙ୍କ ପାଖରେ ଶୁଭ ମନାସି ଥିଲେ।

ଭାଇ ମାନେ ସେମାନଙ୍କ ସହପାଠୀ ଭଉଣି ମାନଙ୍କୁ ସଦାସର୍ବଦା ସ୍ନେହ, ସୁରକ୍ଷା ଦେବାକୁ ଶପଥ ନେଇଥିଲେ। ପରଷ୍ପର ମଧ୍ୟରେ ଛାତ୍ର ଛାତ୍ରୀ ମିଷ୍ଟାନ୍ନ ଖୁଆଇ ଏହି ଉତ୍ସବ କୁ ଆନନ୍ଦ ଉଲ୍ଲାସ ରେ ପାଳନ କରିଥିଲେ।

ସ୍କୁଲ ର ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ ଉତ୍ସବ ରେ ଯୋଗ ଦେଇ ରକ୍ଷା ବନ୍ଧନ ମହତ୍ତ୍ଵ, ପୌରାଣିକ ତଥ୍ୟ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now