ଖୋର୍ଦ୍ଧା :- ଆଦର୍ଶ ସହକାରୀ ଶିକ୍ଷକ ଗୋଲକ ବିହାରୀ ସାହୁ ଙ୍କ ସେବା ନିବୃତ୍ତ ସମ୍ବର୍ଦ୍ଧନା ଉତ୍ସବ ସରକାରୀ ଉଚ୍ଚ ବିଦ୍ୟାଳୟ ଚଣ୍ଡିଆ ପଲ୍ଲା ଠାରେ ଅନୁଷ୍ଠିତ ହୋଇଯାଇଅଛି ।

ଆୟୋଜିତ ଉତ୍ସବ ଟି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଆଶିଷ କୁମାର ସୁବୁଦ୍ଧି ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ବେଗୁନିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ମୁଖ୍ୟ ବକ୍ତା ଭାବେ ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା , ସ୍ଵତନ୍ତ୍ର ଅତିଥି ଭାବେ ସରପଞ୍ଚ ଡିଙ୍ଗର, ବିଜୟ ଲକ୍ଷ୍ମୀ ବେହେରା,ପ୍ରାକ୍ତନ ବିଇଓ, ଲଛମନ ପରିଡ଼ା,ବିଷ୍ଣୁ ପ୍ରସାଦ ମିଶ୍ର, ଦିଲ୍ଲୀପ କୁମାର ମହାପାତ୍ର, ଶିକ୍ଷାବିତ୍ ରାଜକିଶୋର ପାଣିଗ୍ରାହୀ,ଭିକାରୀ ଚରଣ ସାହୁ, ସଭାପତି ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ୍ ରବୀନ୍ଦ୍ର କୁମାର ମହାପାତ୍ର,ସମ୍ମାନିତ ଅତିଥି ଭାବେ ଏବିଇଓ ନଳିନୀ ପ୍ରଭା ଦେବୀ, ସମ୍ପାଦକ ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ ଦାଶରଥି ବେହେରା, ସଭାପତି, ବିଦ୍ୟାଳୟ ପରିଚାଳନା କମିଟି ଅଜୟ କୁମାର ପ୍ରଧାନ,ସଭାପତି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ମାନସ କୁମାର ବେହେରା, ସମ୍ପାଦକ ରବୀନ୍ଦ୍ର କୁମାର ସାହୁ ଯୋଗଦେଇ ବିଦାୟୀ ଶିକ୍ଷକ ଗୋଲକ ବିହାରୀ ସାହୁ ଙ୍କ ଗୁଣ ଗାନ କରିବା ସହ ଶ୍ରୀ ସାହୁ ଙ୍କୁ ପୁଷ୍ପ ଗୁଛ, ଉତ୍ତରୀୟ , ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଶିକ୍ଷୟତ୍ରୀ ଚିନ୍ମୟୀ ମିଶ୍ର,ସଂଯୋଜନା କରିଥିଲେ ଶିକ୍ଷକ ସୁଧାକର ସେଠୀ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ଶିକ୍ଷୟତ୍ରୀ ତନୁଜା ପଣ୍ଡା ।

ଏହି ଉତ୍ସବ ଟିକୁ ସରସ ସୁନ୍ଦର କରିବା ପାଇଁ ଯେଉଁ ମାନେ ସହଯୋଗ କରିଥିଲେ ସେମାନେ ହେଲେ ରମେଶ ଚନ୍ଦ୍ର ସାହୁ, ଅଂଶୁମାନ ସାହୁ,ବାସନ୍ତୀ ସାହୁ, ବିଶ୍ବରଂଜନ ସାହୁ,ଜ୍ଞାନ ରଞ୍ଜନ ସାହୁ, ସୁଶ୍ରୀ ପ୍ରତିମା ପ୍ରଧାନ, ସନ୍ତୋଷ କୁମାର ମହାପାତ୍ର , କଳ୍ପନ।ମୟୀ ବେହେରା ଓ ପରିଚାଳନା କମିଟି ର ସମସ୍ତ ସଭ୍ୟ ସଭ୍ୟା ବୃନ୍ଦ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now