ବାଲୁଗାଁ : – ବାଲୁଗାଁ ରେଳଷ୍ଟେସନ ନିକଟ ରେଳଧାରଣା ପାର୍ଶ୍ୱରୁ ଜଣେ ଶ୍ରମିକଙ୍କ ମୃତଦେହକୁ ଉଦ୍ଧାର କରିଛି ରେଳବାଇ ପୁଲିସ।
ସୂଚନା ମୁତାବକ, ରେଳ ଷ୍ଟେସନର ଉତ୍ତର ଦିଗରେ ଥିବା ରେଳ ଓଭରବ୍ରିଜ ତଳେ ଏକ ଶବ ପଡ଼ିଥିବାର କିଛି ସ୍ଥାନୀୟ ଲୋକ ଦେଖି ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ତଦନ୍ତ ବେଳେ ମୃତବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅନ୍ତର୍ଗତ ପଥରା ଗ୍ରାମର ମିଥୁନ ବେଙ୍ଗ (୩୫) ବୋଲି ଜଣାପଡିଛି। ସେ ଗତ କିଛି ବର୍ଷ ହେଲା ଭୁବନେଶ୍ୱରରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ। ମଙ୍ଗଳବାର ପୂର୍ବାହ୍ଣରେ ମିଥୁନ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ ଯୋଗେ ନିଜ ଗ୍ରାମକୁ ଆସୁଥିଲେ। ଷ୍ଟେସନ ଠାରୁ ମାତ୍ର ୧୦୦ ମିଟର ଦୂରରେ ମିଥୁନ ଟ୍ରେନ୍ରୁ ଖସି ପଡ଼ି ଥିଲେ। ଫଳରେ ଗଭୀର ଆଘାତ ଲାଗି ଘଟଣାସ୍ଥଳରେ ହିଁ ମିଥୁନଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ନିକଟରୁ ଏକ ଆଧାର କାର୍ଡ ଜବତ ହୋଇଥିବା ବେଳେ ଆଧାର କାର୍ଡରୁ ମୃତକଙ୍କ ପରିଚୟ ପାଇ ଏ ସମ୍ପର୍କରେ ମିଥୁନଙ୍କ ପରିବାରକୁ ଖବର ଦିଆଯାଇଥିଲା। ଏ ସଂକ୍ରାନ୍ତରେ ଜିଆର୍ପି କେସ ନଂ ୪୨/୨୦୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ରେଳବାଇ ପୁଲିସ ତଦନ୍ତ ଜାରି ରଖିଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now