ଖୋର୍ଦ୍ଧା–21/7- ଟାଙ୍ଗୀ ବ୍ଲକ ଅନ୍ତର୍ଗତ, ନୂଆଗଡ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ମିଳିତ ଜନ ଶୁଣାଣି ଶିବିର,ଖୋର୍ଦ୍ଧା ର ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣି ଶିବିରରେ, ଖୋର୍ଦ୍ଧା ଜ଼ିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀନିବାସ ମହାନ୍ତି,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ , ଖୋର୍ଦ୍ଧା ଉପ-ଜିଲ୍ଲାପାଳ, କିଶୋର କୁମାର ପଣ୍ଡା, ଟାଙ୍ଗୀ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ରୁମାନା ଯାଫ୍ରି, ତହସିଲଦାର ନିଷ୍ଠା ମହାପାତ୍ର,ଡେପୁଟି କଲେକ୍ଟର , ଜରୁରୀ, ଶ୍ରୀତପା ମିଶ୍ର,ସହକାରୀ ଜିଲ୍ଲାପାଳ, ଅଭିଯୋଗ, ଭୁବନେଶ୍ଵରୀ କଅଁର ପ୍ରମୁଖ ଯୋଗଦେଇଥିଲେ l ଏହି ଜନ ଶୁଣାଣି ଶିବିରକୁ ମୋଟ ୧୩୨ ଗୋଟି ଅଭିଯୋଗ ଆସିଥିବା ବେଳେ ସେଥି ମଧ୍ୟରୁ ୧୧୯ ଗୋଟି ଅଭିଯୋଗ ବ୍ୟକ୍ତିଗତ ଏବଂ ୧୩ ଗୋଟି ଅଭିଯୋଗ ସାମୁହିକ ସମସ୍ୟା ଜନିତ ଥିଲା l ସମସ୍ତ ଅଭିଯୋଗ ଗୁଡ଼ିକୁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରାଯାଇ ୪୦ ଗୋଟି ଅଭିଯୋଗ ତ୍ୱରିତ ସମାଧାନ କରାଯାଇଥିବା ବେଳେ ଅନ୍ୟ ସମସ୍ତ ଅଭିଯୋଗ ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ସଂପୃକ୍ତ ଅଧିକାରୀମାନେ ପଦକ୍ଷେପ ଗ୍ରହଣ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବେଉରା ନିର୍ଦ୍ଦେଶ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ , ଖୋର୍ଦ୍ଧା ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ଶିବ ଲାଲ ସାହୁ, ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଇଂ ରଶ୍ମିତା ଦାସ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ କୁମାର ହିଆଲ , ଜିଲ୍ଲା ପଂଚାୟତ ଅଧିକାରୀ, ଶ୍ୟାମଲେନ୍ଦୁ ନାୟକ , ଜିଲ୍ଲା ଯୋଗାଣ ଅଧିକାରୀ,ଜ୍ଞାନେନ୍ଦ୍ରୀୟ ମିଶ୍ର,ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ ,ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼ଃ ଗୀତାଂସୁ ଦାଶ ଙ୍କ ସମେତ ସମସ୍ତ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଲାଇନ ଡିପାର୍ଟମେଣ୍ଟ ବରିଷ୍ଠ ଯନ୍ତ୍ରୀ ଯୋଗ ଦେଇଥିଲେ l
Subha Khabar is now on Whatsapp
Join and get latest news update delivered to you via whatsapp
Join Now