ସୌମ୍ୟାଶ୍ରୀ ଙ୍କ ସ୍ମୃତି ରେ ନବନିର୍ମାଣ ଯୁବଛାତ୍ର ସଂଗଠନର ଛାତ୍ର ଜାଗୃତି ଅଭିଯାନ ଆରମ୍ଭ

ଭୁବନେଶ୍ବର,୨୧!୭: ନବନିର୍ମାଣ ଯୁବଛାତ୍ର ସଂଗଠନର ଛାତ୍ର “ଜାଗୃତି ଅଭିଯାନ” ଆରମ୍ଭ ହୋଇଯାଇଛି। ଯୁବଛାତ୍ର ରାଜ୍ୟ ସଂଯୋଜକ ଏମ୍.ଡି ମନଓ୍ବର ଅଲ୍ଲୀଙ୍କ ନେତୃତ୍ବରେ ଆଜି ନୟାପଲ୍ଲୀ ସ୍ଥିତ ଦେବରାୟ ଓ ରାଜଧାନୀ କଲେଜରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଯୁବଛାତ୍ର ସଂଗଠନର କର୍ମକର୍ତ୍ତାମାନେ କଲେଜ କ୍ୟାମ୍ପସ ପରିସରରେ ଏକ ସଭା ଆୟୋଜନ କରିଥିଲେ। ସେଠାରେ ଯୁବଛାତ୍ର ମାନଙ୍କୁ ଆହ୍ବାନ କରି ନବନିର୍ମାଣ ଯୁବଛାତ୍ର ସଂଗଠନର ପ୍ରାଣ ପ୍ରତିଷ୍ଠାତା ଅକ୍ଷୟ କୁମାର କହିଛନ୍ତି ଯେ, ଏ ଦେଶକୁ ତିଆରି କରିବାରେ ଯୁବଛାତ୍ରଙ୍କ ପ୍ରମୁଖ ଭୂମିକା ରହିଛି। ଯୁବଛାତ୍ରମାନଙ୍କ ରାଜନୀତିରେ ସ୍ଥାଣୁତା ଏ ସମସ୍ୟାକୁ ଡାକି ଆଣିଛି। ଯୁବଛାତ୍ରଙ୍କ ଉପରେ କଲେଜ କ୍ୟାମ୍ପସରେ ଅତ୍ୟାଚାର ହେଉଛି। ସୌମ୍ୟାଶ୍ରୀ ଯେଭଳି ରାଜନୈତିକ ଷଡ଼ଷନ୍ତ୍ରର ଶୀକାର ହୋଇ ନିଜେ ଜଳିଗଲେ ସିନା, ଅନ୍ୟମାନଙ୍କୁ ପାଇଁ ଆଦର୍ଶ ହୋଇଛନ୍ତି, ଆମେ ତାଙ୍କୁ ସହୀଦର ମାନ୍ୟତା ଦେଇଛୁ, ତାଙ୍କ ସ୍ମୃତିରେ ସାରା ଓଡ଼ିଶାରେ ଏହି ଛାତ୍ର ଜାଗୃତି ଅଭିଯାନ ଆରମ୍ଭ ହୋଇଛି। ଯେଉଁ ଛାତ୍ର ଜାଗୃତି ଅଭିଯାନ ମୂଳ ଲକ୍ଷ୍ୟ ରହିଛି, ବାଲେଶ୍ବର ଠାରୁ ବଳଙ୍ଗା ଯେଭଳି ଅଭାବନୀୟ ଘଟଣା ସପ୍ତାହ ମଧ୍ୟରେ ଘଟିଛି ତା‘ର କିଭଳି ପୁନଃରାବୃତ୍ତି ନହେବ, ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ ସୁରକ୍ଷିତ ରହିବେ, ଅଧ୍ୟାପକ, ଅଧ୍ୟକ୍ଷ ଯେଉଁମାନେ ଛାତ୍ରମାନଙ୍କ କାରୀଗର ହୋଇ ନିର୍ମାଣ କରିବା କଥା, ସେମାନେ ରକ୍ଷକ ହୋଇ ଭକ୍ଷକ ହୋଇଛନ୍ତି, ସେଥିପାଇଁ ଏହାର ପ୍ରତିବାଦରେ ଆଜିଠାରୁ ଐତିହାସିକ ଛାତ୍ର ଜାଗୃତି ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ବହୁ ଛାତ୍ରଛାତ୍ରୀ ସାମିଲ ଥିଲେ, ଯୁବଛାତ୍ର ସଂଗଠନର ସଂଯୋଜକ ମନଓ୍ବର ଅଲ୍ଲୀ ଛାତ୍ରମାନେ ଆହ୍ବାନ ଦେଇ କହିଥିଲେ ଯେ, ଆମେ ଛାତ୍ରଛାତ୍ରୀମାନେ ହାତକୁ ହାତ ମିଶାଇ ଏ ଦେଶର ମହାନ ମନୀକ୍ଷୀ ସୁବାଷ ବୋଷ, ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ୍, ଲାଲ ବାହାଦୂର ଶାସ୍ତ୍ରୀ, ମହାତ୍ମା ଗାନ୍ଧୀ ଏମାନଙ୍କ ଅନୁସରଣ କରି ଜୟପ୍ରକାଶଙ୍କ ରାସ୍ତାରେ ଛାତ୍ର ସମାଜ ଏକଜୁଟ ହେଲେ, ଛାତ୍ର ସମାଜ ମୁକ୍ତିର ପଥ ଦେଖିବ। ଅଗଷ୍ଟ ୪ରୁ ୧୮ ଯାଏଁ ବାଲେଶ୍ବରରୁ ଭୁବନେଶ୍ବର ପଦଯାତ୍ରା ଚାଲିବ ବୋଲି ଶ୍ରୀ ଅଲ୍ଲୀ ଘୋଷଣା କରିଥିଲେ। ନବନିର୍ମାଣ ଛାତ୍ର ସଂଗଠନ ସହ ପ୍ରତିଷ୍ଠାତା କୃଷକ ନେତା ଶେଷଦେବ ନନ୍ଦ କହିଲେ ଯେ, ରାଜ୍ୟରେ ଚାଲିଥିବା ଏଭଳି ଭୟଙ୍କର ଘଟଣାରେ ଯଦି ଛାତ୍ରଛାତ୍ରୀମାନେ କ୍ରିୟାଶୀଳ ହୋଇ ରାସ୍ତାକୁ ନଓହ୍ଲାନ୍ତି ତାହେଲା କ୍ୟାମ୍ପସ ବାହାରେ ଓ ଭିତରେ ଛାତ୍ର ଅତ୍ୟାଚାର ବଢ଼ିବ। ଛାତ୍ର ଛାତ୍ରୀ ବଞ୍ଚାଅ ଓ କ୍ୟାମ୍ପସ ବଞ୍ଚାଅ ଅଭିଯାନ ଛାତ୍ର ଜାଗୃତି ଅଭିଯାନର ମୁଖ୍ୟ ଲକ୍ଷ୍ୟ ହୋଇଛି। ପ୍ରାରମ୍ଭରେ ନବନିର୍ମାଣ ସଂଗଠନ ରାଜ୍ୟ କାର୍ଯ୍ୟକାରୀଣଦେବୀ ପ୍ରସାଦ ମହାରଣା ପ୍ରାରମ୍ଭରେ ଦେବୀ ପ୍ରସାଦ ମହାରଣା ସୌମ୍ୟାଶ୍ରୀଙ୍କ ଉପରେ ଲିଖିତ ଏକ ସଂଗୀତ ଆବୃତ୍ତି କରିଥିଲେ। ଶେଷରେ କଲେଜ କମ୍ପାସରୁ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା। ଛାତ୍ରମାନେ ତାଙ୍କ ପକେଟ ମନି ଏହି ଆନ୍ଦୋଳନକୁ ଦାନ କରିଥିଲେ। ଅନ୍ୟ ଛାତ୍ର ସଂଗଠନ ମଧ୍ୟରେ ଭୁବନେଶ୍ବର ସଭାପତି ଅମିତ ଜେନା, ନିଗମାନନ୍ଦ ବେହେରା, ରାହୁଲ ବେହେରା, ସୋହେଲ ଖାନ୍, ଶ୍ରେୟାସୁଂ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *