ବେଗୁନିଆ : ୨୧/୦୫ – ଅପରେସନ ସିନ୍ଦୁର ର ଅପୂର୍ବ ସଫଳତା ଓ ଭାରତୀୟ ସେନାର ପରାକ୍ରମୀ ପାଇଁ ଆଜି ବେଗୁନିଆ ନିର୍ବାଚନ ମଣ୍ଡଳୀ ର ବେଗୁନିଆ ବଜାର ରେ ଏକ ତ୍ରୀରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶ ର ରାଜ୍ୟ ସାଧାରଣ ସମ୍ପାଦକ ଡଃ ଜତିନ ମହାନ୍ତି ଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ଓ ସାଧାରଣ ଜନତା ବେଗୁନିଆ ପୋଷ୍ଟ ଅଫିସ ପାଖରୁ ବାହାରି ବିଭିନ୍ନ ନାରା ଆତଙ୍କ ରାଜ ଚାଲିବ ନାହିଁ, ନରେନ୍ଦ୍ର ମୋଦୀ ଜିନ୍ଦାବାଦ , ଭାରତୀୟ ଏକତା ଜିନ୍ଦାବାଦ ଆଦି ନlରା ଦେଇ ବ୍ଲକ ପର୍ଯ୍ୟନ୍ତ ଶୋଭାଯାତ୍ରା ରେ ଯାଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନା ରେ ରାଜ୍ୟ ମହିଳା ମୋର୍ଚ୍ଚା ସଦସ୍ୟା ସୁମିତ୍ରା ବାହିନୀପତି, ଦକ୍ଷିଣ ବେଗୁନିଆ ମଣ୍ଡଳ ସଭାପତି ଯଜ୍ଞେଶ୍ଵର ସୁନ୍ଦରାୟ, ମଧ୍ୟ ବେଗୁନିଆ ମଣ୍ଡଳ ସଭାପତି ଭଗବାନ ପଣ୍ଡା,ଉତ୍ତର ବେଗୁନିଆ ମଣ୍ଡଳ ସଭାପତି ହରିହର ମହାରଣା,ପୂର୍ବତନ ସଭାପତି ଅଜୟ ମାର୍ଥା ପୁର୍ବତନ ଜିଲ୍ଲା ଉପ ସଭାପତି ରୁଦ୍ରନାରାୟଣ ବାହିନୀପତି, ଜ୍ୟୋତିରଞ୍ଜନ ଖାଡଙ୍ଗା, ସୁଦର୍ଶନ ମଲ୍ଲିକ,ଦୀନବନ୍ଧୁ ବିଶ୍ଵାଳ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିବାବେଳେ ବେଗୁନିଆ ବ୍ଲକ୍ ର ସବୁ ପଞ୍ଚାୟତ ର ଶତାଧିକ କାର୍ଯ କର୍ତ୍ତା ମାନେ ଯୋଗଦାନ କରିଥିଲେ ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now