ଆଜି ମଇ ୨୧ ଆନ୍ତର୍ଜାତୀୟ ଚା ଦିବସ । ଏହି ଦିବସ ଅବସରରେ ସକାଳୁ ସକାଳୁ ଖୋରଧା ଜିଲ୍ଲା ପ୍ରେସ କ୍ଲବ ଠାରେ ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନେ ଏକାଠି ହୋଇ ଚା ଦିବସ ପାଳନ କରିଛନ୍ତି । ଚା ଖଟି ଏମିତି ଏକ ଖଟି ଯେଉଁଠି ଗାଁ ଓ ସହରର ସବୁ ଛକରେ ଏକାଠି ହୋଇ ବିଭିନ୍ନ ଚର୍ଚ୍ଚା ହୁଏ ଯେମିତିକି ରାଜନୈତିକ, ସାମାଜିକ ଓ ଭୌତିକ ପ୍ରସଙ୍ଗ ଉପରେ ଚର୍ଚ୍ଚା କରାଯାଏ ଯାହାକି ପରମୁହୁର୍ତ ରେ ଏହା କାର୍ଯକାରୀ କରାଯାଇଥାଏ । ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଚା ଖଟି ରୁ ରାଜନୈତିକ ଯାତ୍ରା ଆରମ୍ଭ କରି ଆଜି ସଫଳତା ର ଶୀର୍ଷ ରେ ପହଞ୍ଚି ଛନ୍ତି । ଚା ଖଟି ଏକ ରାଜନୈତିକ ଚର୍ଚ୍ଚା ର ଏକ ପ୍ରକୃଷ୍ଠ ସ୍ଥାନ ।ଆଜିର ଦିନରେ ସମସ୍ତେ ଏକାଠି ହୋଇ ପ୍ଲାଷ୍ଟିକ କପ୍ ବର୍ଜନ କରିବା ପାଇଁ ଆହ୍ବାନ ଦିଆଯାଇଥିଲା । ପ୍ରତ୍ୟହ ମାଟି, କାଚ ଓ ଶଙ୍ଖ କପ୍ ରେ ଚା ପିଇବା, ଏହାର ଉପକାରିତା ଏବଂ ହର୍ବାଲ ଚା ପିଇବା ପାଇଁ ଆହ୍ବାନ ଦେଇଛନ୍ତି ସମସ୍ତ ସାମ୍ବାଦିକ ବନ୍ଧୁ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now