ଖୋର୍ଦ୍ଧା:- (ଶୁଭ ଖବର )ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହୃତି ଘଟଣାକୁ ନେଇ କଂଗ୍ରେସ ଏବଂ ଅନ୍ୟ ୭ଟି ବିରୋଧୀ ଦଳ ଗୁରୁବାର ୧୨ ଘଂଟିଆ ବନ୍ଦ ଡାକରା ଦେଇଥିଲେ ।
ଖୋର୍ଦ୍ଧାରେ ଏହାର ପ୍ରଭାବ ଦେଖାଦେଇଛି । ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଦୋକାନ, କୋର୍ଟ କୁ ବାଦ ଦେଲେ ସତଃ ପ୍ରବୃତ୍ତ ଭାବେ ସମସ୍ତ ଦୋକାନ ବଜାର, ରାଷ୍ଟ୍ରାୟତ ବ୍ୟାଙ୍କ, ପୋଷ୍ଟାଲ, ଏଲଆଇସି, ଶିକ୍ଷାନୁଷ୍ଠାନ, ପେଟ୍ରୋଲ ପମ୍ପ ପ୍ରଭୃତି ବନ୍ଦ ରହିଥଲା ।
ନୂଆ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ ଜନଶୂନ୍ୟ ରହିଥଲା । ମେଡିକାଲ, କାମରେ ଯାଉଥିବା ରୋଗୀ ଏବଂ ଡାକ୍ତରଙ୍କୁ ଛାଡି ଅନ୍ୟ କୌଣସି ଯାନବାହନ ଚଳାଚଳକୁ କଂଗ୍ରେସ ଓ ଅନ୍ୟ ଦଳ କର୍ମୀ ବନ୍ଦ କରିଥିଲେ ।
ଗୁରୁବାର ସକାଳ ୭ଟା ସମୟରେ କଂଗ୍ରେସ, ସିପିଆଇଏମ, ସିଟି, ଏଆଇସିୟୁଟିୟୁସି, ଏଆଇଡିଏସଓ ପ୍ରଭୃତି ଦଳର କର୍ମୀ ମାନେ ନୂଆ ବସଷ୍ଟାଣ୍ଡରେ ପିକେଟିଂ କରିଥିଲେ I
କଂଗ୍ରେସ ଜିଲା ସଭାପତି ରାଜୀବ ପଟ୍ଟନାୟକ, କଂଗ୍ରେସ ମୁଖପତ୍ର ଅମିତ ମହାନ୍ତି, ବରିଷ୍ଠ ନେତା ପୃଥବଲ୍ଲଭ ପଟ୍ଟନାୟକ, ଶିଶିର ପରିଡା, ସ୍ୱାଗତିକା ପଟ୍ଟନାୟକ, ଯୁବନେତା ବିଶ୍ବରଞ୍ଜନ ବଡଜେନା, ଶିଳାଦିତ୍ୟ ପଟ୍ଟନାୟକ, ଛାତ୍ରନେତା ସୌମ୍ୟରଞ୍ଜନ ବରାଳଙ୍କ ସମେତ ଏକାଧିକ କର୍ମୀ ଉପସ୍ଥିତ ଥିଲେ

ସେହିଭଳି ସିପିଆଇଏମ ଜିଲା ସମ୍ପାଦକ ଅନନ୍ତ ମଙ୍ଗରାଜ, ସିଟୁ ସମ୍ପାଦକ ଶୈଳେଶ ବଳିଆରସିଂହ, କିଶୋରଚନ୍ଦ୍ର ପରମଗୁରୁ, ଯୋଗେନ୍ଦ୍ର ଦାସ, ଯୁଗଳ ପ୍ରଧାନ,ଏଆଇସିୟୁଟିୟୁସିର ଜିଲା ସଭାପତି ଅଶୋକ ସାହୂ, ଏଆଇଡିଏସଓ ଖୋଦ୍ଧା ସଭାପତି ଶ୍ରୀକାନ୍ତ ନାୟକ, ସମ୍ପାଦକ ଅଭିନାଷ ପ୍ରଧାନ, ଛାତ୍ରନେତା ରାକେଶ ପ୍ରଧାନ, ଅରୁଣ ନାୟକ, ଯୁବନେତା ଜୟନ୍ତ ମହାନ୍ତି, ନାରୀନେତ୍ରୀ ସଂଘମିତ୍ରା ମହାପାତ୍ର, କାର୍ତ୍ତିକ ଘଡେଇଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

ବିଶେଷ କରି ଖୋର୍ଦ୍ଧା ରେ ବନ୍ଦ ର ପ୍ରଭାବ ଅନୁଭୂତ ହେଉଥିବା ଦେଖିବାକୁ ମିଳିଥିଲା ।ଖୋରଧା ଜିଲ୍ଲା ବାସୀ ବୋଧେ ଅନୁଭବ କଲେ ଏହା ହେଉଛି ନାର୍ଯ୍ୟ ଦାବି ତେଣୁ ସ୍ଵତଃ ପ୍ରବୃତ୍ତ ଭାବେ ସମସ୍ତ ଶ୍ରେଣୀର ଲୋକ ଏଥିରେ ସାମିଲ ହୋଇ ବନ୍ଦ କୁ ସଫଳ କରିବାରେ ସହଯୋଗ କରିଥିଲେ ଓ ଖୋର୍ଦ୍ଧା ପ୍ରଶାସନ ନିଜ ଦାୟିତ୍ୱ ସଠିକ୍ ଭାବେ ପରିଚାଳନା କରି ଶାନ୍ତିପୂର୍ଣ୍ଣ ଭାବେ ଏହା ସମାହିତ ହୋଇଛି ବୋଲି ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now