ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ : ପୃଥିବଲ୍ଲଭ ପଟ୍ଟନାୟକ

ଖୋର୍ଦ୍ଧା :-ଏଫଏମ ସ୍ଵୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୂତି ଘଟଣାରେ ପୀଡ଼ିତାଙ୍କ ମୃତ୍ୟୁ ପରେ ଉପଯୁକ୍ତ ନ୍ୟାୟ ପ୍ରଦାନ ଦାବି ରେ ଓଡ଼ିଶା କଂଗ୍ରେସ ଦ୍ଵାରା ସାରା ରାଜ୍ୟରେ ଓଡ଼ିଶା ବନ୍ଦ କରୁଥିବା ବେଳେ ଖୋର୍ଦ୍ଧା ର ବେଗୁନିଆ  ରେ ଏହାର ବହୁତ୍ ପ୍ରଭାବ ଦେଖିବାକୁ ମିଳିଛି ।


ସକାଳୁ ସକାଳୁ କଂଗ୍ରେସ ର ବେଗୁନିଆ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ପ୍ରାର୍ଥୀ ପୃଥିବଲ୍ଲଭ ପଟ୍ଟନାୟକ ସହ ବହୁକର୍ମୀ  ଓ ସମର୍ଥିତ ଦଳ ଗୁଡ଼ିକର ର ସ୍ଥାନୀୟ ନେତୃତ୍ୱ ଓ କର୍ମୀମାନେ ଏକାଠି ହୋଇ ବେଗୁନିଆ ରେ ପିକେଟିଙ୍ଗ୍ କରି ଗାଡ଼ି ମଟର,ଦୋକାନ, ବଜାର, ସ୍କୁଲ ଅଫିସ  ବନ୍ଦ କରିବା ସହ ରାଜ୍ୟ ସରକାରଙ୍କ ବିରୋଧ ରେ ନ।ରା ଦେଉଥିବା ଦେଖିବାକୁ ମିଳିଛି ।ଏ ଘଟଣା ପାଇଁ ସରକାର ଙ୍କୁ ଦାୟୀ କରି ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି  କରିଛନ୍ତି । ପୀଡ଼ିତା ଙ୍କୁ ସହଯୋଗ କରିଥିବା ଛାତ୍ର ଚିକିତ୍ସିତ ହେଉଥିବା ବେଳେ କୌଣସି ଦୃଷ୍ଟି ଦେଉନାହାନ୍ତି ସରକାର । ମୃତ ପୀଡ଼ିତାଙ୍କ ପରିବାର କୁ ସରକାର ସହାୟତା ରାଶି ପ୍ରଦାନ କରିଥିବା ବେଳେ ଭୁଲି ଯାଇଛନ୍ତି ସହଯୋଗୀ ଛାତ୍ରକୁ ।ସରକାର ଏଦିଗରେ ତ୍ୱରିତ ସହାୟତା ପ୍ରଦାନ କରିବାକୁ ଦାବି କରିଛି କଂଗ୍ରେସ । ଏହି ଘଟଣା ରେ  ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ଜିଲ୍ଲା କଂଗ୍ରେସ । ଶାନ୍ତି ପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲିଥିବା ବେଳେ ବେଗୁନିଆ ପୋଲିସ ଉପସ୍ଥିତ ରହି ଶୃଙ୍ଖଳା ରକ୍ଷା କରୁଥିବା ଦେଖିବାକୁ ମିଳିଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *