ସୌମ୍ୟାଶ୍ରୀଙ୍କ ପରିବାରକୁ ଭେଟିଲେ ବିଜେଡି ରାଜ୍ୟସ୍ତରୀୟ ପ୍ରତିନିଧ୍ ମଣ୍ଡଳୀ

ଭୁବନେଶ୍ୱର: – ଏଫଏମ କଲେଜରେ ଆତ୍ମାହୂତି ଦେଇ ମୃତ୍ୟୁବରଣ କରିଥିବା
ସୌମ୍ୟାଶ୍ରୀ ବିଶିଙ୍କ ପରିବାର ସଦସ୍ୟଙ୍କୁ ତାଙ୍କ ପୈତୃକ ଘରେ ବିଜୁ ଜନତା ଦଳର ଏକ ରାଜ୍ୟସ୍ତ ସ୍ତରୀୟ ପ୍ରତିନିଧୂ ମଣ୍ଡଳୀ ଆଜି ସନ୍ଧ୍ୟାରେ ଭେଟି ସାନ୍ତ୍ଵନା ପ୍ରଦାନ କରିଥିଲେ। ଏହି ପ୍ରତିନିଧୂ ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ  ସ୍ନେହାଙ୍ଗିନୀ ଛୁରିଆ,  ଟୁକୁନି ସାହୁ, ପୂର୍ବତନ ସାଂସଦ  ରାଜଶ୍ରୀ ମଲ୍ଲିକ ଓ ବିଧାୟିକା  ସୁବାସିନୀ ଜେନା ଥିବାବେଳେ ସେମାନଙ୍କ ସହିତ ଭୋଗରାଇ ବିଧାୟକ  ଗୌତମବୁଦ୍ଧ ଦାସ ଯୋଗ ଦେଇଥିଲେ ।

ବିଜେଡି ପ୍ରତିନିଧୂ ମଣ୍ଡଳୀ ପରିବାର ସଦସ୍ୟଙ୍କୁ ଭେଟିବା ସମୟରେ ସେଠାରେ ଏକ ଭାବବିହ୍ବଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରତିନିଧୂ ମଣ୍ଡଳୀର ସଦସ୍ୟ ମାନେ ପରିବାର ସଦସ୍ୟଙ୍କୁ ସାନ୍ତ୍ଵନା ପ୍ରଦାନ କରିବା ସହିତ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଇଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *