ଉତ୍କଳ ସାମ୍ବାଦିକ ସଂଘ ର ସାମ୍ବାଦିକ ମିଳନ ଉତ୍ସବ ୨୦୨୫ ପାଳିତ

ଖୋର୍ଦ୍ଧା:- (ଶୁଭ ଖବର):ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖାର ଜିଲା ସାଧାରଣ ବୈଠକ ଓ ସାମ୍ବାଦିକତା ଓ ସାମାଜିକ ମୂଲ୍ୟବୋଧ ଶୀର୍ଷକ ଆଲୋଚନାଚକ୍ର ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଅନୁଷ୍ଠିତ ହୋଇଯାଇଛି।

ଜିଲା ସଭାପତି ଅବ୍ଯକ୍ତ ହରିହର ଖାଡ଼ଙ୍ଗାଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ଯଅତିଥି ଭାବେ ଓ ରାଜ୍ଯ ସଭାପତି ବିଭୂତିଭୂଷଣ କର ସମ୍ମାନିତ ଅତିଥି, ଶିକ୍ଷାବିତ ଡ.ଧିରେନ୍ଦ୍ର ନନ୍ଦ ମୁଖ୍ଯବକ୍ତା, ମୁଖ୍ଯ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଯୋଗେଶ ନାୟକ, ଜିଲା ଉପ ସଭାପତି ପ୍ରଦୀପ ପ୍ରଧାନ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ଯ ସତ୍ଯ ନାରାୟଣ ପାଇକରାୟ ମଞ୍ଚାସିନ ଥିଲେ।



ମୁଖ୍ଯଅତିଥି ବିଧାୟକ ସାହୁ କହିଲେ ଯେ ଗଣମାଧ୍ୟମ ଯୋଗୁ ଉପାନ୍ତ ଅଞ୍ଚଳ ଖବର ମଧ୍ଯ କିଛି ସମୟ ମଧ୍ଯରେ ଲୋକଙ୍କ ନିକଟରେ ପହଞ୍ଚି ପାରୁଛି। ଦୁର୍ନୀତି, ଅନୀତି, ଭ୍ରଷ୍ଟାଚାର ବିରୋଧ ଖବର ପରିବେଷଣ କରି ସରକାର ଓ ପ୍ରଶାସନ କୁ ସଚେତନ କରିଥାନ୍ତି। ଆସନ୍ତା ମୌସୁମୀ ଅଧିବେଶନ ରେ ବିଧାନସଭାରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ଯା ଉଠାଇବେ ବୋଲି ପ୍ରତିଶୃତି ଦେଇଥିଲେ।

ସଂଘ ରାଜ୍ଯ ସଭାପତି ଶ୍ରୀ କର କହିଲେ ସାମ୍ବାଦିକ ମାନଙ୍କ ସାମାଜିକ ମୂଲ୍ଯବୋଧ ରହିଛି, ଏଣୁ ସେମାନେ ସମାଜରେ ସାମ୍ବାଦିକତା ଭଳି ଏକ ପେସାକୁ ଆପଣାଇ ନେଇଛନ୍ତି। ଶେଷ ପାହାଚରେ ଥିବା ଲୋକ ଉପକୃତ ହେଲେ ସାମ୍ବାଦିକତା କୁ ସାର୍ଥକତା ରହିବ।  ସାମ୍ବାଦିକ ପେନସନ ବୀମା ଯୋଜନା ରେ ମାତାପିତାଙ୍କୁ ଅନ୍ତର୍ଭୁକ୍ତ, ୬୦ବର୍ଷ ପରେ ସାମ୍ବାଦିକ ଙ୍କୁ ପେନସନ ପ୍ରଦାନ ,୨୫ ବର୍ଷରୁ ଉର୍ଦ୍ଧ ଅବିବାହିତ ପୁଅ ଝିଅଙ୍କୁ ଏଥିରେ ସାମିଲ କରିବାକୁ ଦାବି ଉପସ୍ଥାପନ କରାଯିବ। ଭୁବନେଶ୍ବର ରେ ପ୍ରେସ ଏକାଡେମୀ ସ୍ଥାପନ ପାଇଁ ସରକାର ଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି କହିଥିଲେ। 

ମୁଖ୍ଯବକ୍ତା ଶିକ୍ଷାବିତ ନନ୍ଦ କହିଲେ ସାମ୍ବାଦିକତାରେ ସ୍ବଚ୍ଛତା, ନିରପେକ୍ଷତା ଜରୁରୀ। ସାମ୍ବାଦିକତା ସୁଦୃଢ ହେଲେ ସମାଜର ପ୍ରଗତି ହେବ। ସାମ୍ବାଦିକ ମାନଙ୍କ ଜୀବନ ସଂଘର୍ଷମୟ। ସରକାର ସାମ୍ବାଦିକ ମାନଙ୍କ ସୁରକ୍ଷା ସୁନିଶ୍ଚିତ କରନ୍ତୁ ବୋଲି କହିଛନ୍ତି।



ଜିଲା ସମ୍ପାଦକ ଅଜିତ ସାହୁ ଅତିଥି ପରିଚୟ, କୋଷାଧ୍ୟକ୍ଷ ପ୍ରଭାତ ପାଣିଗ୍ରାହୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଯୁଗ୍ମ ସମ୍ପାଦକ ବିକ୍ରମ କେଶରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ  ସଂଘ ପକ୍ଷରୁ ଦିବଙ୍ଗତ ସାମ୍ବାଦିକଙ୍କ ଉଦ୍ଦେଶ୍ଯ ରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ଅତିଥି ମାନଙ୍କ ଦ୍ଵାରା ସଦସ୍ଯ ମାନଙ୍କୁ ପରିଚୟପତ୍ର ବଣ୍ଟନ କରାଯାଇଥିଲା। ସଂଘ ପକ୍ଷରୁ ଅତିଥି ଙ୍କୁ ପ୍ରୀତି ଉପହାର ଦିଆଯାଇ ସମ୍ବର୍ଦ୍ଧନା ଦିଆଯାଇଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *