ଖୋର୍ଦ୍ଧା :- ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଳେଇପୁଟ ଗ୍ରାମରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯୁବକ କୁ ମରଣାନ୍ତକ ଆକ୍ରମଣ। ଆକ୍ରମଣ ରେ ଯୁବକ ଗୁରୁତର। ଆହତ ଯୁବକ ର ନାମ ଦେବାଶିଷ ସାମନ୍ତସିଂହାର। ୧୬ନ ଜାତୀୟ ରାଜପଥର ଦଲେଇପୁଟ ପେଟ୍ରୋଲ ଟାଙ୍କି ପାଖରେ ଘଟିଛି ଘଟଣା।
ଆକ୍ରମଣରେ ଦେବାଶିଷ ର ମୁଣ୍ଡ, ପେଟ ରେ ଗୁରୁତର ଆଘାତ ଲାଗିଛି। ପରିବାର ଲୋକ ଖବର ପାଇ ଘଟଣା ସ୍ଥଳ ରେ ପହଞ୍ଚି ପୁଅ କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ ରେ ଚିକିତ୍ସା କରାଇଛନ୍ତି। ପୋଲିସ୍ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଚଳାଇଛି। ଯୁବକ ପେଟରେ ଗୁଳି ମାଡ ହୋଇଛି ବୋଲି ଅଭିଯୋଗ ପରେ ପ୍ରାଥମିକ ଚିକିତ୍ସା କରାଯାଇ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ପୋଲିସ୍ ଆକ୍ରମଣ କାରୀଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରି ପାରିନାହିଁ ବୋଲି ସୂଚନା ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
