ଆଜିର ମୁଖ୍ୟ ଖବର
ତାରିଖ:୦୫/୦୭/୨୫, ଶନିବାର

୧-ପୁରୀ:ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ, ୧୨ଟାରେ ପହଣ୍ଡି,୪ଟାରେ ହେବ ରଥ ଟଣା।

୨-ବାହୁଡ଼ାରେ ବର୍ଷା ସମ୍ଭାବନା,ପୁରୀରେ ମଧ୍ୟମ ଧରଣର ବର୍ଷା ହୋଇପାରେ।

୩-ଆସୁଛି ଶ୍ରାବଣ ସୋମବାର, ଆସନ୍ତା ୧୧ରେ ପ୍ରଥମ ପାଳି,ଜମିଲାଣି ବୋଲବମ୍ ସାମଗ୍ରୀର ବେପାର।

୪-ପୁରୀ ହେବ ମହାନଗର ନିଗମ: ପ୍ରତିଷ୍ଠା ହେବ ଜଗନ୍ନାଥ ସଂଗ୍ରହାଳୟ, ପୁସ୍ତକାଗାର ଓ ଗବେଷଣା କେନ୍ଦ୍ର।

୫-ଭୁବନେଶ୍ୱର:ପରିବା କିଣିବାକୁ ଲାଗୁଛି ଡର, ଜହ୍ନି କିଲୋ ହେଲାଣି ୮୦ ଟଙ୍କା।

୬-ତେଲଙ୍ଗାନା ରାସାୟନିକ କାରଖାନା ବିସ୍ଫୋରଣ;୧୦ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

୭-୮ରେ ହେବ ବିଜେପି ରାଜ୍ୟ ସଭାପତି ଘୋଷଣା,ସୂଚନା ଦେଲେ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ।

୮-ପୁରୀ ଦଳାଚକଟାର ଭିଡିଓ ଏବଂ ସୂଚନା ସେୟାର କରିବାକୁ ପ୍ରତ୍ୟକ୍ଷଦର୍ଶୀଙ୍କୁ ଅନୁରୋଧ କଲେ ଅନୁ ଗର୍ଗ।

୯-ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରୁଛନ୍ତି ଜିଲ୍ଲାପାଳ, ସ୍କୁଲ ଯିବା ଆସିବାରେ ସମସ୍ୟା ହେଲେ ହୋଇପାରେ ବନ୍ଦ।

୧୦-ବନ୍ଧା ହେଲେ ଟିଟିଲାଗଡ଼ ପୂର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ବର ମାଝୀ, ଠାବ ହେଲା ୯ଟି ପ୍ଲଟ।

୧୧-ଆଠଗଡ଼:ଦୁଇ ଦିନରେ ସାପ କାମୁଡ଼ାରେ ୮ ଆହତ ଜଣେ ମୃତ, ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ।

୧୨-ଖୁବଶୀଘ୍ର ପୂରଣ ହେବ ମାଲକାନଗିରି ଜିଲ୍ଲାବାସୀଙ୍କ ସ୍ୱପ୍ନ, ପାଦେ ଆଗେଇଲା ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ।

୧୩-ଝାରସୁଗୁଡା,ବଂଜାରୀ ଗ୍ରାମ:ଚାଷ ଜମିରେ କାମ କରୁଥିଲେ, ବଜ୍ରାଘାତରେ ଟଳିଟଳିପଡିଲେ ୨ଚାଷୀ।

୧୪-ବ୍ରହ୍ମପୁର,ଖାରବେଳ ନଗର:ଘରୋଇ କଳିର କରୁଣ ପରିଣତି; ସ୍ତ୍ରୀ ସହ ଝଗଡ଼ା କରି ନିଜ ବେକ କାଟିଲେ ସ୍ୱାମୀ।

୧୫-ବର୍ଷା ବିତ୍ପାତ, ହିମାଚଳରେ ୬୯ ମୃତ,୭୦୦ କୋଟିର କ୍ଷତି।

୧୬-କୋଲକାତାରେ ଆଇନ୍‌ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମାଲା; ମନୋଜିତ ମିଶ୍ରଙ୍କ ସହ ୪ ଅଭିଯୁକ୍ତଙ୍କୁ କ୍ରାଇମସ୍ପଟକୁ ନେଇ ସିନ୍ ରିକ୍ରିଏସନ କଲା ପୋଲିସ।

୧୭-ଏଜବାଷ୍ଟନ ଦ୍ଵିତୀୟ ଟେଷ୍ଟ:ସ୍ମିଥ୍ ବ୍ରୁକଙ୍କ ଶତକ,ସିରାଜଙ୍କୁ ୬ ଓ୍ବିକେଟ୍,ଭାରତ ୨୪୪ରନ୍ ଆଗରେ।

୧୮-RBI:ସମୟ ପୂର୍ବରୁ ଲୋନ୍ ସୁଝିଲେ ବି ଦେବାକୁ ପଡ଼ିବନି କୌଣସି ଶୁଳ୍କ, ୨୦୨୬ ଜାନୁଆରୀ ୧ରୁ ନୂଆ ନିୟମ।

୧୯-ଏକୀକୃତ ପେନସନ ଯୋଜନାରେ ମିଳିବ ଜାତୀୟ ପେନସନ ଯୋଜନା ଭଳି ଟିକସ ଲାଭ।

୨୦-ୟୁକ୍ରେନର ୫୫୦ଟି ଲକ୍ଷ୍ୟସ୍ଥଳ ଉପରେ ରୁଷର ବିମାନ ଆକ୍ରମଣ, ୨୩ ଆହତ।

୨୧-ଇଟାଲୀରେ ଗ୍ୟାସ ଷ୍ଟେସନରେ ବିସ୍ଫୋରଣ ୪୦ ଆହତ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *