ଖବର ମୁଖ୍ୟ ଆଜିର
ତାରିଖ:୦୪/୦୭/୨୫, ଶୁକ୍ରବାର

୧-୬ରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ,ବର୍ତ୍ତମାନ ଜଳସ୍ତର ୬୦୩.୨୫ ଫୁଟ ରହିଛି, ଘଣ୍ଟାକୁ ପ୍ରବେଶ କରୁଛି ୧ ଲକ୍ଷ ୧ ହଜାର ୩୪୯ କ୍ୟୁସେକ ଜଳ।

୨-୨୦ରେ ସ୍ପେସାଲ ଓଟିଇଟି,୭୫ ହଜାର ଶିକ୍ଷକ ପରୀକ୍ଷା ଦେବେ।କପି କରି ଧରାପଡିଲେ ହେବ ବିଭାଗୀୟ କାର୍ଯାନୁଷ୍ଠାନ।

୩-ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣା: ବହୁନାଟକ ପରେ ଗିରଫ ହେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ।

୪-ଜଗା ପ୍ରଧାନଙ୍କ ଗିରଫ ପରେ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଓଏଏସ ସଂଘ ସଭାପତି।

୫-ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀକୁ ବିରୋଧ, ଝାରପଡ଼ା ଜେଲ୍ ବାହାରେ ଶତାଧିକ ସମର୍ଥକଙ୍କ ଧାରଣା।

୬-ନୁଆ ବର୍ଷରେ ନୂଆ ସମବାୟ ନୀତି,ସବୁ ପଞ୍ଚାୟତରେ ହେବ ସମବାୟ ସମିତି: ମନ୍ତ୍ରୀ

୭-ପୁରୀ:ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରାର ପୂର୍ବ ପ୍ରସ୍ତୁତି,ଆଜି ସନ୍ଧ୍ୟା ୬ଟାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ।

୮-ବାଲିଆପାଳ:ବନ୍ୟା ଅଞ୍ଚଳରେ ଉପମୁଖ୍ୟ ମନ୍ତ୍ରୀ,୭ ଦିନର ରିଲିଫ ଯୋଗାଣ ନିର୍ଦେଶ। କ୍ଷୟକ୍ଷତିର ଆକଳନ ପରେ ମିଳିବ ସହାୟତା।

୯-ନୂଆ ଇତିହାସ ରଚିଲା ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ, ଜଣେ ହୃଦରୋଗୀଙ୍କ ହେଲା ଓପନ୍ ହାର୍ଟ ସର୍ଜରୀ।

୧୦-ଭୁବନେଶ୍ୱର:ଅଣଦେଖା ରାଜଧାନୀର ଭୋଟପଡ଼ା ଲୋକନାଥ ବିହାର ଅଞ୍ଚଳ, ରାସ୍ତା ନାହିଁ କି ଆଲୋକ ସୁବିଧା ନାହିଁ।ପୁଣି ଅସରାଏ ବର୍ଷାରେ ବେହାଲ ଅଞ୍ଚଳ।

୧୧-ଭୁବନେଶ୍ୱର:ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସ୍ଥିତି ଦହନୀୟ ,୪୨୦ଟି ଆମ୍ବୁଲାନ୍ସ ଦଦରା ‌

୧୨-ଆଇଆରସି ଭିଲେଜରେ ଶବରୀ ସାଂସ୍କୃତିକ ଭବନ ଉଦଘାଟିତ, ଆଦିବାସୀ ସମାଜର ଉନ୍ନତି ପାଇଁ ସର୍ବଶକ୍ତି ଲଗାଇବି: ମୁଖ୍ୟମନ୍ତ୍ରୀ

୧୩-ପୁରୀର ରଥଯାତ୍ରାରେ ଆଦାନୀ-ଇସ୍କନ ଦ୍ୱାରା ଚାଲିଛି ଉଚ୍ଚକୋଟିର ଖାଦ୍ୟ ବଣ୍ଟନ।

୧୪-ଟିଟିଲାଗଡ଼ ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ଦିଲେଶ୍ୱର ମାଝୀଙ୍କ ଘରେ ରେଡ୍ ।ବାବୁଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା ସହ ପୁଳା ପୁଳା ସୁନା।

୧୫-ବାଲେଶ୍ୱରରେ ବନ୍ୟା; ଜିଲ୍ଲାର ବିଭିନ୍ନ ଜଳବନ୍ଦୀ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କଲେ ଉପମୁଖ୍ୟମନ୍ତ୍ରୀ।

୧୬-ଦାସିଆ ପୀଠର ରହସ୍ୟମୟ ପୋଖରୀ, ପୋଖରୀରେ ନାହାନ୍ତି ଗେଣ୍ଡା କି ଶାମୁକା।

୧୭-ଔରଙ୍ଗାବାଦ, ବିହାର:ବିବାହର ୪୫ ଦିନ ପରେ ସ୍ବାମୀଙ୍କୁ ହତ୍ୟା, ବିବାହ ମଣ୍ଡପରୁ ଯୋଜନା, ଝାଡ଼ଖଣ୍ଡ ସୁଟରଙ୍କୁ ସୁପାରୀ।

୧୮-ଲକ୍ଷ୍ନୌ:ନୈ।ସାଦ ତ୍ୟାଗୀ,ନକଲି ପୁଲିସ,୨୦ ପ୍ରେମିକା,୨ ସ୍ତ୍ରୀ,୪ ରାଜ୍ୟର ମହିଳା ଫସିଥିଲେ।

୧୯-ରେକର୍ଡ କଲେ ଶୁବମନ ଗିଲ୍ ; ଏଜବେଷ୍ଟନ ଟେଷ୍ଟରେ କଲେ ଦ୍ବିଶତକ।

୨୦-ଅଗଷ୍ଟ ୨୯ରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍‌ ହକି । ସେଥିପାଇଁ ପାକିସ୍ତାନ ଟିମ୍‌ ଭାରତ ଆସିବ ବୋଲି ଖେଳ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

୨୧-ଘାନା ସଂସଦକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ, କହିଲେ, ଗଣତନ୍ତ୍ର କେବଳ ଏକ ବ୍ୟବସ୍ଥା ନୁହେଁ ବରଂ ଭାରତୀୟ ମୂଲ୍ୟବୋଧର ଅଂଶ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *