ଖୋର୍ଦ୍ଧା: – ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଚିଲିକା ଉପ କୂଳସ୍ଥ ରାଜ୍ୟର ଅନ୍ୟତ୍ତମ ଜନ ବହୁଳ ଅଞ୍ଚଳ ଭୁଷଣ୍ଡପୁର ଓ ବାଲିପାଟପୁର ପଂଚାୟତରେ ଡ଼ାଇରିଆ ଵ୍ୟାପୀ ଥିବା ଜଣାପଡିଛି।ପ୍ରାୟ ଦଶ ଜନ ଆକ୍ରାନ୍ତ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଖବର ମିଳିଛି।ଭୂଷଣ୍ଡପୁର ଯୁବ ସରପଞ୍ଚ ସୌରଭ କୁମାର ଦାସ ମହାପାତ୍ର ଏହାର ନିରାକରଣ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଖବର ଦେଇଥିଲେ।

କାଳ ବିଳମ୍ବ ନକରିଜ଼ିଲା ସାଧାରଣ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଡ଼ା ନନ୍ଦିତା ଗୁପ୍ତା, ଟାଙ୍ଗୀ ଖାଦ୍ୟ ନିରାପତ୍ତା ଅଧିକାରୀ ଦେବାଶିଷ ବଳ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ମଧୁମିତା ମହାନ୍ତି,ଟାଙ୍ଗୀର କନିଷ୍ଠ ଯନ୍ତ୍ରୀ ପ୍ରଶନ କୁମାର ପଣ୍ଡା, ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସାଧାରଣ ସ୍ୱାସ୍ଥ୍ୟ ପ୍ରଶିକ୍ଷଣ ଅଧିକାରୀ ଝୁମାରାଣୀ ଚକ୍ରବର୍ତ୍ତୀ, ସ୍ୱାସ୍ଥ୍ୟ କର୍ମୀ ସାଗରିକା ପାତ୍ର, ସନ୍ତୋଷ କୁମାର ରାୟ,୧୧ଜଣ ଅଙ୍ଗନବାଡି କର୍ମୀ,ସମସ୍ତ ଆଶା କର୍ମୀ ଓ ୪ଜଣ ପ୍ରଧାନ ଶିକ୍ଷକ ପ୍ରମୁଖ ଭୁଷଣ୍ଡପୁର ପଂଚାୟତ କାର୍ଯ୍ୟାଳୟରେ ସମବେତ ହୋଇଥିଲେ। ସରପଞ୍ଚ ଶ୍ରୀ ସୌରଭ ଙ୍କ ଅଧକ୍ଷତାରେ ଆଲୋଚନା କରାଯାଇଥିଲା।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
