ଭୁବନେଶ୍ଵର :- ଗତ ୩୦.୦୬.୨୦୨୫ ଦିନ BMC ର ଅତିରିକ୍ତ କମିଶନରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ମୁଁ ସର୍ବସାଧାରଣରେ ନିନ୍ଦା କରି ସାରିଛି।
ଏପରି ନିନ୍ଦନୀୟ ଘଟଣା ଗ୍ରହଣୀୟ ନୁହେଁ କି ଆଗକୁ ଘଟିବା କଥା ନୁହେଁ । ଏ ଘଟଣାରେ ମୋର ସଂପୃକ୍ତି ନ ଥୂବା ସତ୍ତ୍ବେ ବିଭିନ୍ନ ଦିଗରୁ ମୋତେ ଏବଂ ମୋ ଦଳ ଏବଂ ସରକାରଙ୍କୁ ବଦନାମ୍ କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ କରାଗଲା । OAS Association ମଧ୍ୟ ଏହି ଯୋଜନାର ଶିକାର ହୋଇ ମୋ ଗିରଫ ଦାବୀ କରି ଆନ୍ଦୋଳନରତ ଅଛନ୍ତି।
ଏହି ଆନ୍ଦୋଳନ ଫଳରେ ବନ୍ୟାଞ୍ଚଳ ର ଦୂର୍ଗତିରେ ଥୂବା ଲୋକମାନଙ୍କ ସେବା ଓ କ୍ଷୟକ୍ଷତି ର ଆକଳନ ଓ କ୍ଷତିପୂରଣ ଆବଣ୍ଟନ ପ୍ରଭାବିତ ହୋଇପାରେ ତଥା ବାହୁଡ଼ା ଯାତ୍ରା ଓ ମହାପ୍ରଭୁଙ୍କ ସୁନାବେଶ ମଧ୍ଯ ପ୍ରଭାବିତ ହୋଇପାରେ।
ମୋର ଗିରଫଦାରୀ ଯଦି ଏ ସବୁ ସମସ୍ୟାର ସମାଧାନ, ତା ହେଲେ ଶ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ଏବଂ ମାନ୍ୟବର ଶ୍ରୀ ମୋହନ ଚରଣ ମାଝୀ ଙ୍କ ନେତୃତ୍ୱରେ ଓଡ଼ିଶା ସରକାରର ସମ୍ମାନ ଓ ଓଡ଼ିଶା ତଥା ଓଡିଶାବାସୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ମୁଁ ଉକ୍ତ ଘଟଣାର ତଦନୁ କାର୍ଯ୍ୟରେ ସହଯୋଗ କରିବାକୁ ଯାଉଛି। -ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now